ବ୍ରହ୍ମପୁର କଳାକାର ଏକତା ମଞ୍ଚ ତରଫରୁ ବିଶ୍ୱନାଟ୍ୟ ଦିବସ ଆୟୋଜିତ

nataka

ଓଡିଶା ବାର୍ତ୍ତା

ବ୍ରହ୍ମପୁର,/27/03/26:ବ୍ରହ୍ମପୁରକଳାକାରଏକତାମଞ୍ଚତରଫରୁଶୁକ୍ରବାରବିଶ୍ୱନାଟ୍ୟଦିବସପାଳନଅବସରରେଏକାଧିକକାର୍ଯ୍ୟକ୍ରମବ୍ରହ୍ମପୁରପ୍ରକାଶମହଲରେଆୟୋଜିତହୋଇଯାଇଛି।ସଂଘସଭାପତିରମେଶମହାରଣାଙ୍କସଭାପତିତ୍ୱରେଆୟୋଜିତଏହିକାର୍ଯ୍ୟକ୍ରମମଧ୍ୟାହ୍ନରୁଆରମ୍ଭହୋଇରାତ୍ରପର୍ଯ୍ୟନ୍ତଚାଲିଥିଲା।ସକାଳ୧୦ଘଣ୍ଟବେଳେକଳାକାରଙ୍କୁନେଇଏକସାଂସ୍କୃତିକଶୋଭାଯାତ୍ରାଅନୁଷ୍ଠିତହୋଇଥିଲା।ବ୍ରହ୍ମପୁରଗିରିଜାଛକନିକଟରୁପ୍ରକାଶମହଲପର୍ଯ୍ୟନ୍ତକଳାକାରମାନେଶୋଭାଯାତ୍ରାରେବାହାରିଥିଲେ।

ଏହାପରେ ନାଟ୍ୟ ବ୍ୟକ୍ତିତ୍ୱ ମାନଙ୍କ ଗହଣରେସମାଜରେ ସାମ୍ପ୍ରତିକ ନାଟକର ପ୍ରଭାବଶୀର୍ଷକ ଏକ ନାଟ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଅପରାହ୍ନରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ  ମୂଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ମେଜର ରମା ରମଣ ପାଢ଼ୀ,ବରିଷ୍ଠ ନାଟ୍ୟକାର ତିରୁପତି ସାହୁ,ଓଡିଶା ନାଟ୍ୟସଙ୍ଘର ଦକ୍ଷିଣାଞ୍ଚଳ ଉପସଭାପତି ଭବାନୀ ଶଙ୍କର ମିଶ୍ର,ସଂଘ ସମ୍ପାଦକ ଅନିଳ କୁମାର ପାତ୍ର ପ୍ରମୂଖ ମଞ୍ଚାସୀନ ଥିଲେ

 ଚଳିତ ବର୍ଷ ବିଶ୍ୱ ନାଟ୍ୟ ଦିବସର ବାର୍ତ୍ତା ସୋମନାଥ ବେହେରା ପଠନ କରିଥିବା ବେଳେ ସଂଘ ସମ୍ପାଦକ ରାମଚନ୍ଦ୍ର ସାସମଲ ବ୍ରହ୍ମପୁର କଳାକାର ଏକତା ମଂଚର କାର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ଏହି ଅବସରରେ ରବି ନାରାୟଣ ବେହେରାଙ୍କ ନିର୍ଦ୍ଦେଶିତ ହାସ୍ୟ ରସାତ୍ମକ ନାଟକମାଆ ରାଣ ମିଛ କହୁନିମଂଚସ୍ଥ ହୋଇଥିଲା ଆୟୋଜିତ କାର୍ଯ୍ୟକ୍ରମରେ ମଦନ ମିଶ୍ର,ଏନ. ରାମବାବୁ,ସତ୍ୟ ମହାରଣା,ସୁବାସ ମହାରଣା ,କୈଳାସ ପାଣିଗ୍ରାହୀ,ନବୀନ ହୋତା ,ଅମୂଲ୍ୟ ଅନମୋଲ ପ୍ରମୁଖଙ୍କ ସହ କଳାକାର ଏକତା ମଂଚର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ