ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ସଶକ୍ତନାରୀ, ସଶକ୍ତରାଷ୍ଟ୍ର’ସଚେତନତା କାର୍ଯ୍ୟକ୍ରମ

WOMENS DAY

ଓଡିଶା ବାର୍ତ୍ତା

ଛତ୍ରପୁର ତା ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଅବସରରେ ଆୟୋଜିତ ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ ଛତ୍ରପୁର ଇଣ୍ଡୋର୍ ହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁନିଲ କୁମାର କେରକେଟା, ଜିଲ୍ଲା କ୍ରୀଡା ଅଧିକାରୀ ତାପସ କୁମାର ସାମଲ, ପ୍ରଶିକ୍ଷକ  ସୁଜାତା ବିଷୋୟୀ, ସୁନୀତା ପାତ୍ର, ସଙ୍ଗୀତା ସେଠୀ ସହ ବିଭିନ୍ନ ବର୍ଗର ମହିଳାସ୍ପୋର୍ଟସ ହଷ୍ଟେଲ  ଏବଂ ଖେଲୋ ଇଣ୍ଡିଆ ସେଣ୍ଟର ବ୍ରହ୍ମପୁରର କୋଚମାନେ ଯୋଗଦାନ କରିଥିଲେ

ଆଜି ଦ୍ୱିତୀୟ ଦିବସସଶକ୍ତ ନାରୀ, ସଶକ୍ତ ରାଷ୍ଟ୍ର କାର୍ଯ୍ୟକ୍ରମରେ ନାରୀ  ସ୍ୱୟଂରକ୍ଷା, ନେତୃତ୍ୱ କ୍ୟାରିଅର ସଚେତନତା ଅନ୍ତର୍ଭୁକ୍ତ ଥିଲା ସ୍ୱୟଂରକ୍ଷା ପ୍ରଶିକ୍ଷଣରେ ମହିଳାମାନଙ୍କୁ ଜୁଡୋ , ବକ୍ସିଂ, କରାଟେ, ମୁଏ ଥାଇ ଇତ୍ୟାଦିର କୌଶଳ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା ମହିଳାମାନଙ୍କ ଠାରୁ ଆରମ୍ଭ କରି ବିଦ୍ୟାଳୟ ମହାବିଦ୍ୟାଳୟର ଛାତ୍ରୀମାନେ ଆଜିର ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ

ଜ଼ିଲ୍ଲା ସୂଚନା ଲୋକ ସମ୍ପର୍କ, ଗଂଜାମ