ବ୍ରହ୍ମପୁର ରେ କଳିଙ୍ଗ ମହୋତ୍ସବ ଉଦଘାଟିତ, ନୃତ୍ୟମୂଖ୍ୟଆକର୍ଷଣ

KALINGA UTSAV

ଓଡିଶା ବାର୍ତ୍ତା

ବ୍ରହ୍ମପୁର /କଳା ସଂସ୍କୃତି ପରମ୍ପରାର ପୀଠ ରୂପେ ଖ୍ୟାତି ଅର୍ଜନ କରିଥିବା ରେଶମ ସହର ବ୍ରହ୍ମପୁରରେ କଳିଙ୍ଗ ମହୋତ୍ସବ ଉଦଘାଟିତ ହୋଇଯାଇଛି ସହରର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ଅଭିଷେକ କ୍ରିଏସନ୍ କଳିଙ୍ଗ ଟିଭିର ସହଯୋଗରେ ସରକାରୀ ଆଇଟିଆଇ ପ୍ରେକ୍ଷାଳୟରେ ଚତୁର୍ଥ କଳିଙ୍ଗ ମହୋତ୍ସବ ଉଦଘାଟିତ ହୋଇଯାଇଛି ମହୋତ୍ସବ କମିଟିର ଅଧ୍ୟକ୍ଷ ପ୍ରକାଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମହୋତ୍ସବରେ ଅତିଥି ରୂପେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ଦୈନିକ ସମାଜ ଖବର କାଗଜର ପ୍ରକାଶକ ମୁଦ୍ରାକର ରାଜେନ୍ଦ୍ର କୁମାର ଜେନା, ବରିଷ୍ଠ ଭେଷଜ ବିଶେଷଜ୍ଞ ପ୍ରଫେସର ଡ଼ା ଉମା ଶଙ୍କର ମିଶ୍ର ପ୍ରମୁଖ ଅତିଥି ରୂପେ ଯୋଗଦାନ କରି କଳା ସଂସ୍କୃତିକୁ ଉଜ୍ଜବିତ ରଖିବା ପାଇଁ ବିଭିନ୍ନ ବର୍ଗର କଳାକାର ମାନଙ୍କୁ ସାଂସ୍କୃତିକ ମଂଚ ପ୍ରଦାନ ପାଇଁ ଅଭିଷେକ କ୍ରିଏସନ୍ ଏପରି ପ୍ରୟାସକୁ ଭୂୟଂସୀ ପ୍ରଶଂସା କରିଥିଲେ

ଏହି ଅବସରରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କଳାକାର ମାନେ ଲୋକନୃତ୍ୟ, ଶାସ୍ତ୍ରୀୟ ନୃତ୍ୟ, ଆଧୁନିକ ନୃତ୍ୟ ସମେତ ସଂଗୀତ ପରିବେଷଣ କରିଥିଲେ ମହୋତ୍ସବ କମିଟି ପକ୍ଷରୁ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା   କାହ୍ନୁ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନାରେ ରବିନ୍ଦ୍ର, ମାନସ, ଟୁଟୁରବି, କେଦାରନାଥ ଚୌଧୁରୀ, ଉଷା ମହାପାତ୍ର , ବିଶ୍ୱନାଥ , ପ୍ରମୁଖ ସହଯୋଗ କରିଥିଲେ ମହୋତ୍ସବ କମିଟିର ଉପାଧ୍ୟକ୍ଷ ସୁଦୀପ କୁମାର୍ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ