ଉପଖଣ୍ଡ ଓ ରେଳଗାଡ଼ି ରହଣି ଦାବି ରେ ଗଢ଼ାହେଲା ଖଲ୍ଲିକୋଟ ଆଞ୍ଚଳିକ ବିକାଶ ପରିଷଦ ,ଏକ ମାସ ବ୍ୟାପି ଚାଲିବ ଗଣଧାରଣା l
ସିପ୍ରା ପଟନାୟକ, ଓଡିଶାବାର୍ତ୍ତା
ଖଲ୍ଲିକୋଟ :୧୫/୫ ଦୀର୍ଘଦିନ ହେଲା ଆସିକା ସଂସଦୀୟ କ୍ଷେତ୍ର ର ଏକମାତ୍ର ରେଳ ଷ୍ଟେସନ ପ୍ରତି କ୍ରମାଗତ ଅବହେଳା ପ୍ରତିବାଦ ରେ ଖଲ୍ଲିକୋଟ ପ୍ରେସ କ୍ଲବ ର ଅ|ବାହକତ୍ୱ ଗତ ୯ ତାରିଖ ରେ ଆୟୋଜିତ ସର୍ବଦଳୀୟ ଓ ଖଲ୍ଲିକୋଟ ଅଂଚଳରେ ଥିବା ସମସ୍ତ ସଂଗଠନ କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ନିଷ୍ପତି ଅନୁଯାଇ ରବିବାର ଖଲ୍ଲିକୋଟ ବରିଷ୍ଠ ନାଗରିକ ମଂଚ କାର୍ଯ୍ୟାଳୟ ରେ ପୁନର୍ବାର ଏକ ବୈଠକ ବସି ଖଲ୍ଲିକୋଟ ଆଞ୍ଚଳିକ ବିକାଶ ପରିଷଦ ଗଠନ ହୋଇଥିଲା l ପରିଷଦ ସଭାପତି – ବିପିନ ବିହାରୀ ସାମନ୍ତ ,କାର୍ଯ୍ୟକାରୀ ସଭାପତି ଭାବେ ପ୍ରାକ୍ତନ ନଗରପାଳ ରାମ ମୋହନ ପଣ୍ଡା ,ଉପ – ସଭାପତି – ବିଜେପି ଜିଲ୍ଲା ସମ୍ପାଦକ ଯଜ୍ଞ ନାରାୟଣ ଦାଶ ,ସମ୍ପାଦକ ,- ପ୍ରେସ କ୍ଲବ ସଭାପତି ଅଶୋକ କୁମାର ତ୍ରିପାଠୀ ,ସହ – ସମ୍ପାଦକ ଡ଼ଃ .ଜଗଦୀଶ ପାଲା ଓ କେଶପୁର ପଂଚାୟତ ର ପ୍ରାକ୍ତନ ସମିତି ସଭ୍ୟ ବାବୁଲା ପରିଡା ଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା l ଡାକ୍ତର ହରପ୍ରସାଦ ମହାପାତ୍ର ,ପଦ୍ମ ଚରଣ ସାହୁ ,ବିକ୍ରମପୁର ସରପଂଚ ପ୍ରସନ୍ନ ଆଚାର୍ଯ୍ୟ ,ଆଇନଜୀବୀ ସିମାଞ୍ଚଳ ବେହେରା ,ବ୍ଲକ କଂଗ୍ରେସ ସଭାପତି ମେଘନାଦ ଦଳାଇ ,ଶିବରାମ ଜେନା ,ଭିକାରି ଚରଣ ନାୟକ ,ବିଜେଡି ନଗର ସଭାପତି ନରେନ୍ଦ୍ର କୁମାର ପାତ୍ର ,ସାମ୍ବାଦିକ ମାଧବ ବେହେରା ,ବରିଷ୍ଠ ନାଗରିକ ମଂଚ ସମ୍ପାଦକ ପ୍ରମୋଦ କୁମାର ପଟ୍ଟନାୟକ ,ରାହାନାଦେବୀ ଟ୍ରକ ମାଲିକ ସଂଘ ସମ୍ପାଦକ ପ୍ରକାଶ ଚନ୍ଦ୍ର ମିଶ୍ର ,ଅଶୋକ କୁମାର ପୃଷ୍ଟି ପ୍ରମୁଖ ନିମନ୍ତ୍ରିତ ସଭ୍ୟ ଭାବେ ମନୋନୀତ କରାଯାଇଥିଲା l
ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ରଘୁନାଥ ଗୌଡ଼ ,ଅରୁଣ କୁମାର ସିଂ ଓ ରବି ସ୍ୱାଇଁ ,ରାମେଶ ପରିଡା ,ମିଟୁ ପରିଡା ଓ ଲଙ୍ଗଳେଶ୍ୱର ସରପଂଚ ରମେଶ ସାହୁ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରି ଏକ ଦାବି ପତ୍ର ରେଳ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଜଣାଇବା ସହ ଖଲ୍ଲିକୋଟ ରେଳ ଷ୍ଟେସନ ଠାରେ ଦ୍ରୁତଗାମୀ ରେଳ ରହଣି ଓ ରାଜସ୍ବ ଉପଖଣ୍ଡ ଦାବି ରେ ଏକ ମାସ ବ୍ୟାପି ଗଣଧାରଣା ଦେବା ସହ ବିଧାୟିକା , ସାଂସଦ ଓ ସମସ୍ତ ସରପଂଚ ,ସମିତି ସଭ୍ୟ ,ଜିଲ୍ଲା ପରିଷଦ ସଭ୍ୟ ମାନଙ୍କୁ ସାମିଲ କରି ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କୁ ବ୍ୟାପକ କରିବା ପାଇଁ ନିଷ୍ପତି ହୋଇଥିଲା l ବୈଠକ ରେ ପ୍ରେସ କ୍ଲବ ର ଉପସଭାପତି ଅଶ୍ୱିନୀ କୁମାର ମହାନ୍ତି ,ବିଭୁତିଭୂଷଣ ତ୍ରିପାଠୀ ,କାର୍ତିକ ପ୍ରଧାନ ପ୍ରମୁଖ ଯୋଗ ଦେଇ ପରିଚାଳନା କରିଥିଲେ l