ଉନ୍ନତ ମାନର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ସିପ୍ରା ପଟନାୟକ,ଓଡିଶା ବାର୍ତ୍ତା

ଖଲ୍ଲିକୋଟ 06/05/23:ଖଲ୍ଲିକୋଟ ନିକଟସ୍ଥ ମାନାପଲ୍ଲୀ ଗ୍ରାମର ଏ .ଆଦିଗା ପାତ୍ର ଜଣେ ସାଧାରଣ ଦିନ ମଜୁରିଆ ଟିଏ ! ବୟସ ପାଖାପାଖି ୫୩  ବର୍ଷ ହେବ !  ଖରା, ବର୍ଷା, ଶୀତ କୁ ଖାତିର ନକରି ପ୍ରତିଦିନ ବାହାରି ପଡେ ଦୈନିକ ମୁଲ କାମ ପାଇଁ ! ପରିଶ୍ରମ କରି ଯାହା ଆଣେ ସେଥିରେ ସ୍ତ୍ରୀ, ଦୁଇ ପୁଅ ଗୋଟିଏ ଝିଅ ପେଟ କୁ ମୁଠାଏ  ଦାନା ଦେଇ ପରିବାର ପ୍ରତିପୋଷଣ କରେ ! ଏମିତି ଦୁଃଖ କଷ୍ଟ ରେ ଆଦିଗା ଙ୍କ ପରିବାର ଚାଲିଥିଲା  ! କିଏ ଜାଣିଥିଲା ହଠାତ୍ ବୟସ ଅପରାହ୍ନ ରେ ସୂର୍ଯ୍ୟ ଅସ୍ତ ହୋଇ ଅନ୍ଧାର ମାଡିଆସିବ ! କିଛି ଦିନ ତଳେ ଆଦିଗା ନିଜକୁ ଅସୁସ୍ଥ ଅନୁଭବ କଲେ  ! ଯାହା ଫଳରେ ନିକଟସ୍ଥ ମେଡିକାଲ କୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରି ଚିକିତ୍ସିତ ହେଲେ କିନ୍ତୁ ସ୍ୱାସ୍ଥ୍ୟରେ କିଛି ଉନ୍ନତି ଘଟିଲାନି !

ଶେଷରେ ବାଧ୍ୟ ହୋଇ  ନିଜର ପୁତୁରା କୁ ନେଇ ବ୍ରହ୍ମପୁର ଏକ ଘରୋଇ ହସ୍ପିଟାଲରେ ରେ ଚିକିତ୍ସା ପାଇଁ ଭର୍ତ୍ତି ହେଲେ !  ସେଠାରେ ଡାକ୍ତର ଙ୍କ ପରାମର୍ଶ କ୍ରମେ ବିଭିନ୍ନ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଜଣା ପଡିଲା ଯେ, ଆଦିଗା ଙ୍କ ଦୁଇଟି କିଡନୀ ନଷ୍ଟ ହେବା ସହ ଫୁସଫୁସ ମଧ୍ୟ କିଛି ଅଂଶ ନଷ୍ଟ ହେବାକୁ ଯାଉଛି  !ହଠାତ ପରିବାର ଲୋକେ ଏହି ଦାରୁଣ ମର୍ମାହତ ଖବର ଶୁଣିବା ପରେ କାଳ ବୈଶାଖୀ ବଜ୍ରଘାତ ପରି ନିଜକୁ ଆଘାତ ଲାଗିଲା ! ବାଧ୍ୟ ହୋଇ ବିଧିର ବିଡମ୍ବନା କୁ ଆପଣାଇ ପରିବାର ଲୋକେ ନିରାଶ୍ରୟ ମନେକରି  ନିରୁପାୟ ହୋଇଗଲେ  !  ଦୈନିକ ମୁଲକାମ  କରି ପାଞ୍ଚପ୍ରାଣୀ ଙ୍କ ଦାୟିତ୍ୱ ନେଉଥିବା ଆଦିଗା ଙ୍କ ପଞ୍ଚ ଇନ୍ଦ୍ରିୟ  ହଜିଗଲା  !  କଣ କରିବେ, କେମିତି ସୁସ୍ଥ ହେବେ, ପରିବାର ପ୍ରତିପୋଷଣ କରିବେ କେମିତି, ଏହି କଥା ଭାବି ଭାବି ଅଧିକ ରୁ ଅଧିକ ଅସୁସ୍ଥ ହୋଇଗଲେ   ! ସମସ୍ତ ଚିକିତ୍ସା ପରେ ଆରୋଗ୍ୟ ନହୋଇ ନିଜ ଘର ବାହୁଡା଼ ହେବା ପାଇଁ ବାଧ୍ୟ ହେଲେ ଘରେ ଏକ ମାତ୍ର ରୋଜଗାରିଆ ଆଦିଗା ଶଯ୍ୟାସାୟୀ ହେବାପରେ ସ୍ତ୍ରୀ ପୁଅ ଝିଅ ଙ୍କ ଭବିଷ୍ୟତ ଅନ୍ଧାର ହେବାକୁ ବସିଲା ଘର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ପରିବାର ଲୋକଙ୍କ ଦୁଃଖ ଚିନ୍ତା ବଢ଼ି ଚାଲିଛିକଣ କରିବ ଉଚ୍ଚ ଚିକିତ୍ସା ପାଇଁ ସ୍ବାମୀ କୁ ବାହାର ମେଡିକାଲ କୁ ନେବ ନା ପୁଅ ଝିଅ ଙ୍କ ରକ୍ଷଣା ବେକ୍ଷଣ କରିବ।??   ଏହି  ପ୍ରଶ୍ନ ପ୍ରତି ମୁହୂର୍ତ୍ତ ରେ ପରିବାର ଲୋକଙ୍କୁ ବ୍ୟସ୍ତ ବିବର୍ତ୍ତ କରି ଦେଲା  ! ସାଧାରଣ ରେ ଓଡିଶା ବାହାର କୁ ନେଇ ଆଦିଗା ଙ୍କୁ ଚିକିତ୍ସା କଲେ  ସ୍ୱାସ୍ଥ୍ୟ ରେ ଉନ୍ନତି ଘଟିବ ବୋଲି ଆଶା କରାଯାଉଛି !

ଏଣୁ ଯଦି କୌଣସି ସହୃଦୟ ବ୍ୟକ୍ତି ଆଦିଗା ତାଙ୍କର ପରିବାର କୁ

ସହଯୋଗ ହାତ ବଢ଼ାନ୍ତି, ତେବେ ବିଚରା ଆଦିଗା ଉପକୃତ ହେବ ବୋଲି ସାଧାରଣ ରେ ଆଶା କରାଯାଉଛି  ! ଏଣୁ ନିମ୍ନ  ଠିକଣା ରେ ସହୃଦୟ ବ୍ୟକ୍ତି ସାହାଯ୍ୟ କରିବେ ବୋଲି ଆଶା ବିଶ୍ୱାସ !

ଆଦିଗା ଙ୍କ ବ୍ୟାଙ୍କ ଆକାଉଣ୍ଟ  ରେ ଆର୍ଥିକ ସହାୟତା ରାଶି ପଠାଇ ପାରିବେ

Name – A.adiga patra

Account number _33046681538

 CIF no -86752087545

S B I khallikote