ପୁରାତନ ଛାତ୍ର ସଂଗଠନ ତରଫରୁ ଆସ୍ପିରେଶନର ଶୁଭ ଉଦଘାଟନ

ସିପ୍ରା ପଟ୍ଟନାୟକ ,ଓଡିଶାବାର୍ତ୍ତା

ଖଲ୍ଲିକୋଟ ,( 22/04/23:୭୫ ବର୍ଷର କଳା କଳାକାରର ଏନ୍ତୁଡ଼ିଶାଳ ଖଲ୍ଲିକୋଟ ଚାରୁ କାରୁକଳା ମହାବିଦ୍ୟାଳୟ l କେତେ ଯେ କଳା ସ୍ତାପତ୍ୟକୁ ଜୀବନ୍ତ ରୂପ ଦେବା ସହ ସୁଦକ୍ଷ କଳାକାରଙ୍କୁ ଜନ୍ମ ଦେବାରେ ଗୁରୁତ୍ବ ପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି ଏହି ଅନୁଷ୍ଠାନ l ଆଜି ୧୫୨ଜଣ ପଞ୍ଜୀକୃତ ପୁରାତନ ଛାତ୍ର ମହାବିଦ୍ୟାଳୟ ସମସ୍ତ କର୍ମ କର୍ତ୍ତା ଙ୍କ ସହଯୋଗରେ  ଭବ୍ୟ ଆୟୋଜନ  ଅନୁଷ୍ଠିତ ହୋଇଥିଲାବରିଷ୍ଟ ଚିତ୍ର ଶିଳ୍ପୀ ଅସିତ୍ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ପ୍ରକ୍ତନୀ ସଂଗଠନ ତରଫରୁ କଳା ମହାବିଦ୍ୟାଳୟ ନିକଟସ୍ତ ଖେଳ ପଡିଆ ଠାରେ ଆସ୍ପିରେଶନ ଭଳି ଏକ କାର୍ଯ୍ୟ କ୍ରମ ଉଦ୍ଘାଟିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ଵିନୀ କୁମାର ପାତ୍ର ଯୋଗଦେଇ ବିଦ୍ୟାଳୟ ପରିସର ମଧ୍ୟରେ ମୁକ୍ତକଳା ପ୍ରଦର୍ଶନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ ଫୋଟ ଚିତ୍ର କୁ ବୁଲି ଦେଖିଥିଲେ l ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟିକା ସୁର୍ଯ୍ୟ ମଣି ବୈଦ୍ୟ,ମହାବିଦ୍ୟାଳୟ ଅଧକ୍ଷ ସୁବ୍ରତ ମଲ୍ଲିକ ଏନ ସି ଅଧକ୍ଷ ଶ୍ରୀ ନିରଞ୍ଜନ ବେହେରା ଯୋଗ ଦେଇ ମହାବିଦ୍ୟାଳୟର ବିଭିନ୍ନ ଉନ୍ନତି ଦିଗରେ ଦୃଷ୍ଟି ନିକ୍ଷେପ କରିବା ସହିତ କଳା କଳାକାରଙ୍କ ଜୀବନ ଜୀବିକା ଉପରେ ଆଲୋକପାତ କରିଥିଲେ l ପ୍ରକ୍ତନି ସଂଗଠନ ସମ୍ପାଦକ ରେବତୀ କାନ୍ତ ମହାରଣା କାର୍ଯକ୍ରମ ବିବରଣୀ ପାଠ କରିଥିଲେ l ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସମେତ ଖଲ୍ଲିକୋଟ ୫୦୦ ରୁ ଉର୍ଦ୍ଧ୍ବ ବୁଦ୍ଧିଜୀବୀ ଯୋଗଦେଇ ଭବ୍ୟ କାର୍ଯକ୍ରମ କୁ ଭୂରି ଭୂରି ପ୍ରସଙ୍ଗସା କରିଥିଲେ l