ବିଜୁ ଏକ୍ସପ୍ରେସ୍‌ ୱେ’ ଲୋକାର୍ପିତ,କଲେ ମୁଖ୍ୟମନ୍ତ୍ରୀ –  କହିଲେ କଥାରେ ନୁହେଁ, କାମରେ ବିଶ୍ୱାସ କରେ ।

ଦୁଷ୍ମନ୍ତ ପଣ୍ଡା ଓଡିଶା ବାର୍ତ୍ତା

କଳାହାଣ୍ଡି ୦୫/୦୩/୨୦୨୩

ଆଜି ଓଡ଼ିଶା ପଞ୍ଚାୟତିରାଜ ଦିବସ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ପଶ୍ଚିମ ଓଡ଼ିଶାର ୩ଟି ଜିଲ୍ଲା(ବରଗଡ଼, ନୂଆପଡ଼ା କଳାହାଣ୍ଡି) ଗସ୍ତ ଅବସରରେ ‘ବିଜୁ ଏକ୍ସପ୍ରେସ୍‌ ୱେଲୋକାର୍ପଣ କରିଛନ୍ତିମୁଖ୍ୟମନ୍ତ୍ରୀ ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ଠାରେ ମୋଟ ୫୨୭ କୋଟି ଟଙ୍କାର ୯୩ଟି ପ୍ରକଳ୍ପର ଉଦଘାଟନ କରିଥିବା ବେଳେ ୧୫୭୩ କୋଟି ଟଙ୍କାର ୧୧୩ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତିଏଥିରେ ପାନୀୟଜଳ, ଶିକ୍ଷା ସ୍ୱାସ୍ଥ୍ୟ ଭଳି ବିକାଶମୂଳକ ପ୍ରକଳ୍ପ ସାମିଲ ରହିଛି ଏହି ଅବସରରେ ମୁଖ୍ୟମନ୍ତ୍ରୀ ବୃନ୍ଦାବାହାଲ ରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରି କଥାରେ ନୁହେଁ କାମରେ ବିଶ୍ୱାସ କରେ ବୋଲି କହିଥିଲେ ମାଟିର ମଣିଷଙ୍କ ସ୍ୱପ୍ନ ସହ ସେ ସବୁବେଳେ ଯୋଡ଼ି ହୋଇ ରହିଥିବା ନିଜ ବକ୍ତବ୍ୟରେ କହିଥିଲେ ।  ସୂଚନାଯୋଗ୍ୟ ଯେ ବିଜୁ ଏକ୍ସପ୍ରେସ୍‌ ୱେରେ ଘାଟିପଡା ଠାରୁ ଆମପାଣି ପର୍ଯ୍ୟନ୍ତ ନିର୍ମାଣ କାମ ରେକର୍ଡ ବର୍ଷକ ମଧ୍ୟରେ ଶେଷ ହୋଇଛି ବିଜୁ ଏକ୍ସପ୍ରେସ୍‌ ୱେଏକ ସାଧାରଣ ରାସ୍ତା ନୁହେଁଏହା ଏହି ଅଞ୍ଚଳର ଜୀବନରେଖା ବିକାଶର ନୂଆ ଇତିହାସ ବୋଲି ମତ ପ୍ରକାଶ କରିଥିଲେ ଏହି ରାସ୍ତା ପାଇଁ ଚାଷୀ ଭାଇ, ସାଧାରଣ ଲୋକଙ୍କ ସୁବିଧା, ସ୍ୱାସ୍ଥ୍ୟସେବାରେ ଉନ୍ନତି ପରିଲିକ୍ଷିତ ହେବା ସହ ଅର୍ଥନୈତିକ ସ୍ତରରେ ଏହା ବେଶ ଉପଯୋଗୀ ସାବ୍ୟସ୍ତ ହେବ ଏବଂ  ନୂଆ ଶିଳ୍ପ ଗଢି ଉଠିବ । ‘ଏକ୍ସପ୍ରେସ୍‌ ୱେଦୁଇ ପାଖରେ ବିଜୁ ଇକୋନୋମିକ କରିଡର କରାଯାଇଛିଏହା ଉଭୟ ଦକ୍ଷିଣ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ସୁବିଧା ପାଇବେଇକୋନୋମିକ କରିଡରରେ ପୁଞ୍ଜି ବିନିଯୋଗ ପାଇଁ ଅଧିକ ଇନସେନଟିଭ ଦିଆଯାଇଛିମୁଖ୍ୟମନ୍ତ୍ରୀ କହିଛନ୍ତି ବିଜୁବାବୁଙ୍କ ସ୍ୱପ୍ନ ଥିଲା ସଶକ୍ତ ଓଡ଼ିଶା ସେ ଦିଗରେ ଆମେ ସଫଳତାର ସହ ଆଗକୁ ବଢୁଛୁ ବୋଲି କହିଥିଲେ ପରେ ବସ ଯୋଗେ ବୃନ୍ଦାବାହାଲ ଠାରୁ ଆମପାଣି ପର୍ଯ୍ୟନ୍ତ ରୋଡ଼ସୋ କରିଥିବା ଦେଖିବାକୁ ମିଳିଛି

ବୃନ୍ଦାବହାଲ ଠାରେ ସାଂସଦ ସୁଜିତ କୁମାର,ପୂର୍ବତନ ଗୃହ ରାଷ୍ଟ୍ର ମନ୍ତ୍ରୀ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ