ହାତ ଟେକିଦେଲା ବ୍ରହ୍ମପୁର ମହାନଗର ନିଗମ, ଅସହାୟ ବୃଦ୍ଧଙ୍କୁ ସହାୟତାର ହାତ ବଢ଼ାଇଲା ପୁଲିସ୍ ପ୍ରଶାସନ 

ଓଡିଶା ବାର୍ତ୍ତା

ବ୍ରହ୍ମପୁର:ଜୈନକ ଅସହାୟ ବୃଦ୍ଧ (୭୭) ଗତ ଦିନ ହେବ ଥଣ୍ଡା କାକରରେ ପୁରୁଣା ବସ ଷ୍ଟାଣ୍ଡ ସ୍ଥିତ ଆହାର କେନ୍ଦ୍ର ଠାରେ ପଡ଼ି ରହିଥିବା ସାମ୍ୱାଦିକ ହିମାଂଶୁ (ଚିଣ୍ଟୁ)ଙ୍କ ନଜରକୁ ଆସିଥିଲାବୃଦ୍ଧଙ୍କର ଅସହାୟ ଅବସ୍ଥାକୁ ହୃଦୟଙ୍ଗମ କରି ଚିଣ୍ଟୁ ସେବା କାର୍ଯ୍ୟରେ ନିୟୋଜିତ ଥିବା ସାମ୍ୱାଦିକ ତଥା ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀଙ୍କ ଦୁଷ୍ଟି ଆକର୍ଷଣ କରିଥିଲେଦୁହେଁ ଘଟଣାର ଗୁରୁତ୍ୱକୁ ଦେଖି ଅସହାୟ ବୃଦ୍ଧଙ୍କୁ ଥଇଥାନ କରିବା ପାଇଁ ମହାନଗର ନିଗମ ମେୟରଙ୍କୁ ଅନୁରୋଧ କରଯାଇଥିଲା କିନ୍ତୁ ସେ କୌଣସି ହସ୍ତକ୍ଷେପ କଲେ ନାହିଁ ତେଣୁ ବାଧ୍ୟ ହୋଇ କମିଶନରଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରାଗଲା ଏଥିରେ କମିଶନର ମଧ୍ୟ ସେହି ମେୟରଙ୍କ ପନ୍ଥା ଧରିଲେବାଧ୍ୟ ହୋଇ ପୋଲିସ ପ୍ରଶାସନର ସହାୟତା ଲୋଡ଼ାଯାଇଥିଲା ଯାହା ହେଉ ପୋଲିସ ଭାଇମାନଙ୍କ ସହାୟତାରେ ଉକ୍ତ ବୃଦ୍ଧଙ୍କୁ ଉଦ୍ଧାର କରି ପାୟଲ ସିନେମା ହଲ ନିକଟରେ ଥିବା ସହରାଞ୍ଚଳ ବାସହୀନଙ୍କ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଥିଲାଏହି କାର୍ଯ୍ୟରେ କନଷ୍ଟେବଳ ବି. କେ. ମହାପାତ୍ର, ମାଧବ ନାୟକ, ମହାନଗର ନିଗମର ସିଟି ମ୍ୟାନେଜର ଅରୁଣ କୁମାର, ସେଲ୍ଟର ହୋମ ମ୍ୟାନେଜର ସିମାଞ୍ଚଳ ମିଶ୍ର ସହଯୋଗ କରିଥଲେଜନସାଧାରଣରେ ଦିନକୁ ଦିନ ମହାନଗର ନିଗମ ଉପରୁ ଆସ୍ଥା ତୁଟୁଥିବା ବେଳେ ପୋଲିସ ପ୍ରଶାସନ ପ୍ରତି ଆସ୍ଥା ବଢୁଥିବା ଦେଖା ଦେଇଛିଉକ୍ତ ବୃଦ୍ଧ କୋରାପୁଟ ଜିଲ୍ଲା ଜୟପୁର ସହରର ବାସିନ୍ଦା ବୋଲି ଜଣା ପଡିଛି