ବେଗୁନିଆପଡା ବ୍ଲକ ର ବିଜୁଜନତା ଦଳର ସଭାପତି ହେଲେ ସିମାଞ୍ଚଳ ସାମଲ।

ଶିବରାମ ମାଝୀ ଓଡିଶା ବାର୍ତା

ବେଗୁନିଆପଡା ବ୍ଲକ : ବିଜୁଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ_ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କବିସୂର୍ଯ୍ୟନଗର ବିଧାୟିକା ଙ୍କ ସହମତି କ୍ରମେ ଜିଲ୍ଲା ସଭାପତି ଡ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ବିଧିବଧଭାବେ ବେଗୁନିଆପଡା ବ୍ଲକର ବିଜୁଜନତା ଦଳର ସଭାପତି ଭାବେ ସିମାଞ୍ଚଳ ସାମଲ ଙ୍କ ନାମ ଘୋଷଣା କରିଥିବାବେଳେ ବିଧାୟିକା ସାମଲ ଙ୍କୁ ପୁଷ୍ପଗୃଛ ଦେଇ ସ୍ବାଗତ ଜଣାଇଥିଲେସେ ୨୦୧୨ ମସିହାରୁ ୨୦୧୭ ସରପଞ୍ଚ , ବ୍ଲକ ଆତ୍ମାର ଅଧ୍ୟକ୍ଷ ରହି ସୂଚରୁ ରୂପେ କର୍ଯ୍ୟକାରୀ କରିବା ସହ ଲୋକ ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ କରି ଲୋକପ୍ରିୟତା ହୋଇଥିଲେ ! ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ହିତାଧିକାରୀଙ୍କ ପାଖରେ ପହଞ୍ଚାଈବା ସହ ଆଗାମୀଦିନରେ ଦଳିୟ ସଙ୍ଗଠନ କୁ ମଜୁବୁତ୍ କରିବା ପାଈଁ କହିଥିଲେ !ଏହି ଭଳି ଗୁରୁଦ୍ବାୟତ ମିଳିଥିବା ରୁ ଖୁସୀ ବ୍ୟକ୍ତ କରି ବିଧାୟିକାଙ୍କୁ କୃତଜ୍ଞତା ଜଣାଇଥିଲେ ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଦୁର୍ଯ୍ୟଧନ ଗୌଡ଼ , ଉପାଧ୍ୟକ୍ଷ ସୁଧାକର ପ୍ରଧାନ,  ୪୪ନଂ ଜୋନ୍‌ପୂର୍ବତନ ଜିଲାପରିଷଦ ମନୋଜ କୁମାର ପାଣ୍ଡି , ବିଜୁଜନତା ଦଳର ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ମହୋଶ୍ବର ବରାଡ ୪୫ନଂ ଜୋନ୍‌ ଜିଲାପରିଷଦ ପ୍ରତିନିଧି ଗୋପବନ୍ଧୁ ସାହୁ , ୪୪ନଂ ୪୬ନଂ ଜୋନ୍‌ଜିଲାପରିଷଦଙ୍କ ପ୍ରତିନିଧି ,ବ୍ଲକ ଯୁବ ସଭାପତି ସତିଶ୍ ରଞ୍ଜନ ତାରେଣୀ , ଛାତ୍ର ସଭାପତି କାହ୍ନୁଚରଣ ପଣ୍ଡା ଙ୍କ ସମେତ ସମସ୍ତ ସରପଞ୍ଚ ସମିତିସଭ୍ୟ ,ବିଜୁଜନତା ଦଳର ସମସ୍ତ ସକ୍ରିୟ କ୍ରର୍ମୀ ମାନେ ଯୋଗଦେଇ ସ୍ବଗତ ଜଣାଇଥିଲେ