ଭବାନୀପାଟଣା ଠାରେ ମାଣ୍ଡିଆ ଦିବସ ଉପଲକ୍ଷେ କ୍ଷୁଦ୍ର ଶସ୍ୟ ଖାଦ୍ୟ ମେଳା ଅନୁଷ୍ଠିତ
ଦୁଷ୍ମନ୍ତ ପଣ୍ଡା ଓଡିଶା ବାର୍ତା
କଳାହାଣ୍ଡି, : ତା ୧୦.୧୧.୨୦୨୨ଚାଷ ଜମି ଓ ଖାଦ୍ୟ ଥାଳିରେ ପୁଷ୍ଟି ଶସ୍ୟ ର ପୁନଃ ପ୍ରଚଳନ ନିମନ୍ତେ ଓଡିଶା ସରକାରଙ୍କ ଦ୍ୱାରା କୃଷି ଓ କୃଷକ କଲ୍ୟାଣ ବିଭାଗ ତରଫରୁ 10 ନଭେମ୍ବର, ଠାରୁ ମାଣ୍ଡିଆ ଦିବସ ଭାବରେ ପାଳନ କରାଯିବ। ପୁଷ୍ଟିସାର ଫସଲର ଗୁରୁତ୍ୱକୁ ଉପଲବ୍ଧି କରି ସାରା ଦେଶରେ ପ୍ରଥମ ରାଜ୍ୟ ଭାବରେ ଆମେ ଏହି ମାଣ୍ଡିଆ ଦିବସ ପାଳନ କରିବାକୁ ଯାଉଛୁ।ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବ୍ଲକ ସ୍ତରୀୟ ଏବଂ ଜିଲ୍ଳା ସ୍ତରୀୟ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥିଲା। କଳାହାଣ୍ଡି ଵିଶ୍ଵ ବିଦ୍ୟାଳୟରେ ମଧ୍ୟ ଏକ କ୍ଷୁଦ୍ରଶସ୍ୟ ଖାଦ୍ୟ ମେଳା ର ଆୟୋଜନ କରାଯାଇଥିଲା। କଳାହାଣ୍ଡି ବିଶ୍ଵବିଦ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶ୍ୱ ବିଦ୍ୟାଳୟ ର କୁଳପତି, ଡ଼ଃ ସଂଜୟ ଶତପଥି, ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ୍ତ କୁମାର ସାହୁ, ବରିଷ୍ଠ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର ଡ଼ଃ ଅମିତାଭ ପଣ୍ଡା, ଜିଲ୍ଲା ସୂଚନା ଅଧିକାରୀ ମନୋଜ ବେହେରା, ମୃତ୍ୟୁଞ୍ଜୟ ନାୟକ ବ୍ଲକ କାର୍ଯ୍ୟାଳୟ,ଭବାନୀପାଟଣା, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓଡିଶା ମିଲ୍ଲେଟ୍ସ ମିଶନ ଜିତୁ ନାୟକ, ଉପ କୃଷି ଅଧିକାରୀ ଭବାନୀପାଟଣା, ବ୍ଲକ ସ୍ତରୀୟ ମିଲ୍ଲେଟ୍ସ ମିଶନ ସଂଚାଳକ ସଂସ୍ଥା ଦାପ୍ତା, କଳାହାଣ୍ଡି ବିଶ୍ବ ବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ର ଛାତ୍ରୀବୃନ୍ଦ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ କ୍ଷୁଦ୍ରଶସ୍ୟ ଜାତୀୟ ଖାଦ୍ୟ ଏବଂ ତାହାର ମହତ୍ଵ, ମାଣ୍ଡିଆ ଦିବସ ପାଳନ ର ମୂଳ ଲକ୍ଷ୍ୟ, ଓଡିଶା ମିଲ୍ଲେଟ୍ସ ମିଶନ ର ଉଦ୍ଦେଶ୍ୟ ବିଷୟରେ ଅବଗତ କରା ଯାଇଥିଲା।