ତହସିଲଦାର ଙ୍କ ବେଆଇନ ଜମି ମାଫିଆ ଙ୍କ ପ୍ରତି ଅହେତୁକ ଅନୁକମ୍ପା କାହିଁକି (!)

Dushmant Panda,Odishabarta

କଳାହାଣ୍ଡି, ତା,୧୪,୧୦,୨୦୨୨: କଳାହାଣ୍ଡି ଜିଲ୍ଲା ପୁରାତନ ନଗରୀ ଜୁନାଗଡ  ସହରର ଆଖ ପାଖ ଅଞ୍ଚଳରେ ଥିବା ସରକାରୀ ଜମି ସବୁ କୁ ଜୁନାଗଡ ତହସିଲଦାର ସୁରକ୍ଷା ଦେଇ ପାରୁ ଥିବାର ସାଧାରଣରେ ଅଭିଯୋଗ ହେଉଛି ।  ଏପରିକି ଜାତୀୟ ରାଜପଥ –୨୬ ପାର୍ଶ୍ବରେ ଥିବା ଅନେକ ସରକାରୀ ଅନାବାଦୀ ଜମି ଥିବା ବେଳେ ସେସବୁକୁ ବର୍ତ୍ତମାନର ତହସିଲଦାରଙ୍କ ଜ୍ଞାତ ସାରରେ ହିଁ ଜବର ଦଖଲ କରାଯାଉଥିବା ଚର୍ଚ୍ଚା ହେଉଛିତହସିଲଦାର ଙ୍କ ନଜର କୁ କିପରି ଆସୁ ନାହିଁ ତାହା ସନ୍ଦେହ ଜନକ ମନେ ହେଉଛି ପୂର୍ବ ତହସିଲଦାର ମାନେ  ଜାତୀୟ ରାଜପଥ ପାର୍ଶ୍ୱସ୍ଥ ସରକାରୀ ଜମିକୁ ସୁରକ୍ଷା ଦେବାକୁ ତାର ବାଡ ଦେଇ  ସୁରକ୍ଷିତ ବ୍ୟବସ୍ଥା କରିଥିବା ବେଳେ ସେସବୁ ଏବେ ଜମି ମାଫିଆ ମାନଙ୍କ କବଳରେ କ୍ରମଶଃ ଧିରେ ଧିରେ ଜବର ଦଖଳ ହେବାରେ ଲାଗିଛି

ଜୁନାଗଡ ଡାକଘର ପାଖ ପୁରୁଣା ବସଷ୍ଟାଣ୍ଡ ଠାରୁ ପଶ୍ଚିମ ଦିଗକୁ ଏନ ଏଚ  ଉପରେ ଅଳ୍ପ ଦୂରରେ ବାମ ପାର୍ଶ୍ବରେ ଥିବା ସରକାରୀ ଅନାବାଦି ଜମି ଜୁନାଗଡ ନଜୁଲ ସିଟ ନଂ-ଅନ୍ତର୍ଗତ ପ୍ଲଟ ନଂ ୧୨୯୭ କିମ୍ବା ୧୨୯୮ ଜମି ଉପରେ ନବେ ଦଶକରେ ଏକ ଜଗନ୍ନାଥ ମନ୍ଦିର ଥିଲା ସରକାରୀ ଜମି ଉପରେ ଥିବା ହେତୁ ତତ୍କାଳୀନ ତହସିଲଦାର/ ଉପଜିଲ୍ଲାପାଳ ଜଗନ୍ନାଥ ମହାନ୍ତି ଉକ୍ତ ଜଗନ୍ନାଥ ମନ୍ଦିର କୁ ଭଙ୍ଗାଇ ଦେଇଥିଲେ ମନ୍ଦିର ଭଙ୍ଗା ଘଟଣାରେ ପୋଲିସ କେସ ମଧ୍ୟ ଥିବାର ଜଣାପଡିଛି ଉକ୍ତ ଜମି ଉପରେ ଘର ଡିହ ହିନ ମାନେ ଘର କରି ରହୁଥିବାର ଦେଖା ଯାଉଥିଲା

ସେହି ଜମି ପାର୍ଶ୍ବରେ ଅର୍ଥାତ ଦକ୍ଷିଣ ରେ ଜୁନାଗଡ ସିଟ ନଂ ରେ ଥିବା ପ୍ଳଟ ନଂ ୧୨୪୦ କେତେକ ଜମିକୁ ଜମି ମାଫିଆ ମାନେ ଅଳ୍ପ ମୂଲ୍ୟରେ କିଣି ଥିବା ବେଳେ ସେହି ଜମି ସହ ଜାତୀୟ ରାଜପଥ ସଂଯୋଗୀକରଣ ରାସ୍ତା ଥିବା ହେତୁ ସେହି ଜମି ମୂଲ୍ୟ  ହିନ ହୋଇ ଯାଇ ଥିବା କାରଣରୁ ଜମି ମଫିଆ ମାନେ ପାର୍ଶ୍ୱସ୍ଥ ସରକାରୀ ଅନାବାଦି ଜମି ଉପରେ ଲୋଲୁପ ଦୃଷ୍ଟି ପକାଇ ଜବର ଦାଖଲକାରୀ ଠାରୁ ଚଢା ମୂଲ୍ୟରେ ଆପୋଷି ଭାବରେ କିଣି ଉକ୍ତ ଘରକୁ ଭାଙ୍ଗି ଦେବାପରେ ଭିତରେ ଥିବା ପ୍ରାଇଭେଟ ଜମିକୁ ସିଧା ସଳଖ ରାସ୍ତା କରି ପ୍ଳଟ ନଂ ୧୨୪୦ ବଜାର ମୂଲ୍ୟ ବଢାଇ ଚଢା ମୂଲ୍ୟରେ ବିକ୍ରି କରିବାର ଯୋଜନା କରୁଥିବା ଦେଖା ଯାଇଛି ।  ସେଥିପାଇଁ ଜୁନାଗଡ ସହର ଉପକଣ୍ଠ ବନମାଳୀପୁର ପାଖ ପରୁଆଭାଡି ଜଙ୍ଗଲ ରୁ ରାତି ଆଧିଆ ମାଟି ବୁହା ଯାଇ ପ୍ଳଟ ନଂ ୧୨୪୦ ଉପରେ ପକାଇ ଘର ଉପଯୋଗି କରୁଥିବା ଦେଖା ଯାଉଛି

ଏଠାରେ କୁହା ଯାଇପାରେ ଯେ ଯଦିଓ  ରାଜପଥ ପାର୍ଶ୍ୱସ୍ଥ ଉକ୍ତ ଜମି କୁ ଅକ୍ତିଆର କରାଯାଇ ଥିଲେ ଭିତରେ ଥିବା ପ୍ରାଇଭେଟ୍ ଜମିର ବଜାର ମୂଲ୍ୟ ନଗଣ୍ୟ ଏବଂ  ଉକ୍ତ ସରକାରୀ ଅନବାଦି ଜମିକୁ ଜବର ଦାଖଲ କରି ରାସ୍ତା କଲେ ହିଁ ଭିତରେ ଥିବା ଜମିର ବଜାର ମୂଲ୍ୟ ବହୁ ଗୁଣରେ ବଢି ଯାଉଛି ହୁଏତ ସରକାରୀ ଜମି ୧୦ କିମ୍ବା ୨୦ ଡିଶିମିଲ ହୋଇଥାଇପାରେ କିନ୍ତୁ ସେଠାରେ ସର୍ବ ସାଧାରଣ ଙ୍କ ପାଇଁ ଥିବା ମନ୍ଦିର ଥିବା ବେଳେ ତାହା ଅତୀତରେ ଭଙ୍ଗା ଯାଇଥିଲା ବର୍ତ୍ତମାନ ସେହି ଜମିକୁ ମଫିଆ ମାନେ ଜବର ଦାଖଲ କରି ସେହି ଜମି ମାଧ୍ୟମରେ କୋଟି କୋଟି ଟଙ୍କା ଆୟ୍ କରିବାର ଯୋଜନା କରିଛନ୍ତି । 

ଏହି କାରବାର ରେ ତହସିଲଦାର ନୀରବ ଦ୍ରଷ୍ଟା ହୋଇଥିବାରୁ ନିଶ୍ଚିତ ଭାବରେ ସେହି ଜମି ଜବର ଦାଖଲ ସାଙ୍ଗକୁ ଶହ ଶହ ଟ୍ରକ/ ହାଇବା ମାଧ୍ୟମରେ ମାଟି ପକାଯାଉଥିଲେ ହେ ତହସିଲଦାର କାହିକି ନୀରବ ରେ ବସିଛନ୍ତି ତାହା ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି ତହସିଲଦାର ଙ୍କୁ ମଫିଆ ମାନେ ଏହି କାରବାର ପାଇଁ ସାତ ଲକ୍ଷ ଟଙ୍କା ଦେଇଥିବାର ଶୁଣା ଯାଉଛି ଏପରିକି ପୋଲିସ ତଥା ପ୍ରଶାସନ କୁ ମଧ୍ୟ ଚୁପ କରାଯିବାର ବ୍ୟବସ୍ଥା କରାଯାଇଥିବାର ମଧ୍ୟ ଆଲୋଚନା ହେଉଛି

ଏହା ଯଦି ସତ୍ୟ ହୋଇଥାଏ ତେବେ ନିଶ୍ଚିତ ଭାବେ ସାଙ୍ଘାତିକ କେତେକ ଗୁଣ୍ଡା ଶ୍ରେଣୀୟ ଲୋକଙ୍କୁ ସେହି ଜମି ଉପରେ ନିଯୋଜିତ କରାଇ ସମସ୍ତ ପ୍ରକାର ବାଧା  ବିଘ୍ନ କୁ ହଟାଇବାର ଯୋଜନା କରାଯାଇଥିବା ବେଳେ ଯିଏ ପାଟି ଫିଟାଇବ ତାକୁ ଦମନ କରି ଦିଆ ଯିବ ବୋଲି ମାଫିଆ ମାନେ କହୁଥିବା ଚର୍ଚ୍ଚା ହେଉଛି

ତେଣୁ କେହି ଭୟରେ ପାଟି ଫିଟାଉ ଥିବାର ଦେଖା ଯାଉଛି ।  ଉକ୍ତ ମହାଜନି ଜମିକୁ ଏକ କୋଟି ରେ କିଣି ସେହି ଜମି ସହ ରାଜପଥକୁ ସଂଯୋଗି କରଣ ରାସ୍ତା ପାଇଁ ସରକାରୀ ଅନାବାଦି ଜମିକୁ ଜବର ଦାଖଲ କରି ସଂଯୋଗ୍ ରାସ୍ତା କରିବା ପରେ ସେହି ମହାଜନି ଜମି ରେ ମାଟି ପକାଇ ଘର ଉପଯୋଗୀ କରାଯାଇ ଦଶ କୋଟି ଟଙ୍କାରେ ବିକ୍ରି କରାଯିବାର ଯୋଜନା ପ୍ରସ୍ତ୍ରୁତ କରାଯାଇଥିବା ଆଲୋଚନା ହେଉଛି

 ସେଥିପାଇଁ ସରକାରୀ ସ୍ତରରେ ଏବଂ ବେସରକାରୀ ସ୍ତରରେ ସବୁ ମାଷ୍ଟର ପ୍ଲାନ ହୋଇଥିବା କୁହାଯାଉଛି ।  ସେଥିପାଇଁ ଜୁନାଗଡ ତହସିଲଦାର ବେଦବ୍ୟାସ ଭୋଇ ଗରିବ ଲୋକ ସରକାରୀ ଜାଗାରେ ଘର କରିଥିଲେ ହଟାଉଥିବା ବେଳେ ଏହି ଘଟଣାରେ ନୀରବ ବସିଥିବା ଆଲୋଚନା ହେଉଛିଏପରିକି ସରକାରୀ ଜମି ବିକ୍ରି ହୋଇ ପାରିବ ନାହି ସରକାରୀ ଜମି ସରକାରୀ ଖାତାରେ ହିଁ ରହିଛି ବୋଲି ତହସିଲଦାର ଲୋକଙ୍କୁ ବୁଝାଉଚନ୍ତି କିନ୍ତୁ ସରକାରୀ ଅନାବାଦି ଜମିକୁ ମାଫିଆ ମାନେ ଜବର ଦଖଲ କରି ରାସ୍ତା ନିର୍ମାଣ କରି ସେହି ରାସ୍ତା ମାଧ୍ୟମରେ କୋଟି କୋଟି ଟଙ୍କା ଆୟ କରୁଛନ୍ତି ଆଉ ସେଥିରେ ତହସିଲଦାରଙ୍କ ହାତଗୁଞ୍ଜା ରହିଛି କି ବୋଳି ପ୍ରଶ୍ନବାଚୀ ସୃଷ୍ଟି ହେଉଛି

ଏସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ଗୋପନୀୟ ତଦନ୍ତ କରାଯାଇ ସରକାରୀ ଜମିର ସୁରକ୍ଷା କରାଯିବା ସହିତ ବିଭାଗୀୟ ଉଦାସୀନତା ପାଇଁ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବୀ ହେଉଛି