ଦୀର୍ଘ ଦିନର ବ୍ୟବଧାନ ପରେ କଳାହାଣ୍ଡିରେ ମାଓବାଦୀଙ୍କ ସ୍ଥିତି ଜାହିର

ଓଡ଼ିଶା ବାର୍ତ୍ତା

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ରେ ମାଓ ତାଣ୍ଡବ ଦିନ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି ଜିଲ୍ଲାରେ ମାଓ ବାହୀନି ନିଜର ସ୍ଥିତି ଜାହିର କରୁଥିବା ବେଳେ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ, ପୋଡାଜଳା ଭଲି ଛିଟ ବଡ ଘଟଣା ନଜରକୁ ଆସୁଛି ଇତି ମଧ୍ୟରେ କେତେକ ମାଓବାଦୀ ଆତ୍ମ ସମର୍ପଣ କରି ସମାଜର ମୂଖ୍ୟ ସ୍ରୋାତରେ ସାମିଲ ହେଉଥିଭା ବେଳେ ନିକଟ ଅତୀତରେ ପୁଣି ଥରେ ମାଓବାଦୀ ମାନେ ସେମାନଙ୍କ ସ୍ଥିତି ଜାହିର କରିଥିବା ଜଣାପଡିଛି   ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଯୁଗସାଇପାଟଣା ପୋଖରୀ ଘାଟି ମାନସ୍କା ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ରେ ରାସ୍ତା ନିର୍ମାଣ ରେଏଠାରେ  ନିୟୋଜିତ  ଟ୍ରାକ୍ଟର, ଟିପର ଜେସିବି ମେସିନକୁ କୁ ସିପିଆଇ ମାଓବାଦୀ ଓଡିଶା ରାଜ୍ୟ କମିଟି ପକ୍ଷରୁ ପୋଡି ଦିଆଯାଇଥିବା ବେଳେ ରାସ୍ତା କାମକୁ ବିରୋଧ କରି ମାଓବାଦୀ ସଂଗଠନ ପକ୍ଷରୁ  ପୋଷ୍ଟର ଲଗା ଯାଇଛି ୨୦୧୮ ମସିହା ପରେ ମାଓ ସଂଗଠନ ଏହା ଏକ ବଡ଼ ହିଂସାକାଣ୍ଡ ଏହି ରାସ୍ତା କାମ ଭବାନୀପାଟଣା ଠିକାଦାର ପ୍ରମୋଦ ପଟନାୟକ କରୁଥିଲେ ବୋଲି ଜଣା ପଡ଼ିଛି ଘଟଣା ପରେ ସିଆରପିଏଫ ପୋଲିସ ପକ୍ଷରୁ କୁମ୍ବିଂ କୁ ଜୋରଦାର କରାଯାଇଥିବା ଜଣାପଡିଛି