ଏନଏଚ-୨୬ ପାଶ୍ୱର୍ସ୍ଥ ଚିହ୍ନିତ ସରକାରୀ ଜମି ଜବର ଦଖଲ, ଜୁନାଗଡ ତହସିଲଦାର ନୀରବ ଦ୍ରଷ୍ଟା, ବ୍ୟାପକ କିକବେକ ଅଭିଯୋଗ

ଦୁଷ୍ମନ୍ତ ପଣ୍ଡା, ଓଡ଼ିଶା ବାର୍ତ୍ତା

 କଳାହାଣ୍ଡି, ତା.୦୩.୧୧.୨୦୨୧:   କଳାହାଣ୍ଡି ଜିଲ୍ଲା ସର୍ବପୁରାତନ ଐତିହାସିକ ସହର ଜୁନାଗଡ ଦୀର୍ଘ ଦୁଇ ଦଶନ୍ଧି ହେବ କ୍ରମବର୍ଦ୍ଧିଷ୍ଣୁ ଅବସ୍ଥାରେ ଥିବା ବେଳେ ସରକାରୀ ଜମି ଜବର ଦଖଲ ଚାଲିଥିବା ଅଭିଯୋଗ ହେଉଛି ଗରିବ ନୀରିହ ମାନଙ୍କ ଜମି ସବୁକୁ କମ ମୂଲ୍ୟରେ କିଣିବା ପରେ ପ୍ଲଟିଂ ମାଧ୍ୟମରେ ଚଢା ମୂଲ୍ୟରେ ବିକ୍ରୀ କରି ଜମି ମାଫିଆ ମାନେ ମାଲେମାଳ ହୋଇଯାଉଥିବା ବେଳେ ପୁରୁଷ ପୁରୁଷ ଧରି ମାଲିକାନା ଥିବା ସଂପୃକ୍ତ ଜମି ମାଲିକ ମାନେ ଅଲ୍ପ କିଛି ଟଙ୍କା ପାଇ ଚୁପ ରହୁଥିବା ବାଧ୍ୟ ହେଉଛନ୍ତି ଜମି ମାଫିଆ ମାନଙ୍କ ଦଲାଲ ତହସିଲ ଅଫିସ ତଥା ଆରଆଇ ଅଫିସ ମାନଙ୍କରେ ପଇଁତରା ମାରୁଥିବା ବେଳେ ବିକ୍ରି ପାଇଁ ଉଦ୍ଦିଷ୍ଟ ସମସ୍ତ ଜମିଜମା ତଥ୍ୟ ସଂଗ୍ରହ କରି ସେମାନେ ଜମି ବିକ୍ରୀ କରାଇ ଦେବାକୁ ବାଧ୍ୟ କରୁଥିବା ଆଲୋଚନା ହେଉଛି ଫଳତଃ  ସାଧାରଣ ଲୋକ ଆବଶ୍ୟକ ସ୍ଥଳେ ସିଧା ସଳଖ ଜମି ବିକି ପାରୁନଥିବା କିମ୍ବା କିଣି ପାରୁନଥିବା ବେଳେ ଜମି ମାଫିଆଙ୍କ  ଲୋଲୁପ ଦୃଷ୍ଟିକୁ ଏଡାଇ ହୋଇପାରୁନଥିବା କ୍ଷତିଗ୍ରସ୍ତ ଜମିମାଲିକ ମାନଙ୍କ ସୂତ୍ରରୁ ପ୍ରକାଶ

ଏହି ଜମି ମାଫିଆ ମାନଙ୍କ ଲୋଲୁପ ଦୃଷ୍ଟିରେ ସରକାରୀ ଜମି ମଧ୍ୟ ବାଦ ପଡୁନଥିବା ଅଭିଯୋଗ ହେଉଛି ଜୁନାଗଡ ଅଂଚଳରେ ବନ୍ଦୋବସ୍ତ ହୋଇନଥିବା ସୁଯୋଗ ନେଇ ତହସିଲ ଅଫିସରେ ପୁରୁଣା ଜମି ରେକର୍ଡ ଚିରି ଯାଇଥିବା ଦର୍ଶାଇ ଦେଇ ରେକର୍ଡ ପୁନର୍ଲିଖନ ନାମରେ ବ୍ୟାପକ ଜାଲିଆତି କରି ଜମିର କିସମ ପରିବର୍ତନ, ସରକାରୀ ଜମିକୁ ରୟତାନି, ଜମିର ପରିମାଣ ବୃଦ୍ଧି, ଜମିର ମାଲିକାନା ପରିବର୍ତଜନ ଇତ୍ୟାଦି କରାଯାଉଥିବାର ଅଭିଯୋଗ ହେଉଛି ଏସଂପର୍କରେ ଅନୁସନ୍ଧାନ ହେଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିବ ବୋଲି ବୁଦ୍ଧିଜୀବି ମହଲରେ ଦାବୀ ହେଉଛି

ସେହିପରି ଜୁନାଗଡ ତହସିଲରେ ତତ୍କାଳୀନ ତହସିଲଦାର ସୂର୍ଯ୍ୟ ନାରାୟଣ ଦାଶ ଜୁନାଗଡ ଠାରୁ ଚଂଚରାଭାଡି ପର୍ଯ୍ୟନ୍ତକୁ ଏନଏଚ୨୬ ପାଶ୍ୱର୍ରେ ସରକାରୀ ଜମି ଚିହ୍ନଟ କରି ଚିହ୍ନିତ ଜମି ଉପରେ ଖୁଂଟ ସହିତ ତାରବାଡ ପକାଇଥିବା ବେଳେ ସେହି ଚିହ୍ନିତ ଜମି ଉପରେ ଆରଡି ଅଫିସ, ଫାୟାର ଅଫିସ, ପାର୍କ ତଥା ଅନ୍ୟାନ୍ୟ ସରକାରୀ କୋଠା ନିର୍ମାଣ ହୋଇଛି ଏବଂ ଆଉ କିଛି କୋଠା ନିର୍ମାଣାଧିନ ରହିଛି,ଆଗକୁ ମଧ୍ୟ ଅନେକ ସରକାରୀ ଅଫିସ ନିର୍ମାଣ କରାଯିବାକୁ ଥିବା ଜଣାପଡିଛି ହେଲେ ଜୁନାଗଡ ତହସିଲ ଆରଆଇ ଅଫିସ ରେ କାର୍ଯ୍ୟରତ କିଛି ଅସାଧୁ କର୍ମଚାରୀଙ୍କ ମାଧ୍ୟମରେ ଦଲାଲ ସହାୟତାରେ ଏହି ଏନଏଚ୨୬ ପାଶ୍ୱର୍ସ୍ଥ ଚିହ୍ନିତ ସରକାରୀ ଜମିକୁ ଜମି ମାଫିଆ ମାନେ ଶାଗ ମାଛ ଦରରେ ମୂଲଚାଲ କରି ପାଶ୍ୱର୍ସ୍ଥ ଜମିରେ ମାଟି ପକାଇ ଯୋର ଜବରଦସ୍ତି ତାରବାଡ ଭାଙ୍ଗିଦେଇ ରାସ୍ତା ନିର୍ମାଣ କରୁଥିବା ଦେଖାଯାଉଛି ଏପରିକି ଏହି ସରକାରୀ ଜମିରେ ଥିବା ସରକାରୀ ତାରବାଡ କୁ ଜବରଦସ୍ତି ଭାଙ୍ଗିଦେଇ ରାସ୍ତା କରାଯାଇ ଦୁଇ ତିନି ସ୍ଥାନରେ ଶହ ଶହ ଏକର ଜମିରେ ମାଫିଆ ମାନଙ୍କ ଦ୍ୱାରା ପ୍ଲଟିଂ କରାଯାଇ ବିକ୍ରୀ କରାଯାଉଥିବା ଜଣାପଡିଛି ଯଦିଓ ଏହି ଏନଏଚ୨୬ ପାଶ୍ୱର୍ସ୍ଥ ସରକାରୀ ଜମିରେ ରାସ୍ତା କରାଯିବ ନାହିଁ ତେବେ ଉକ୍ତ ପ୍ଲଟିଂ ଜମିର ମୂଲ୍ୟ ବହୁ ପରିମାଣରେ କମିଯାଉଥିବା ଲକ୍ଷ୍ୟ କରି ସଂପୃକ୍ତ ମାଫିଆ ମାନେ ତହସିଲ ଆରଆଇ ଅଫିସ ପଦାଧିକାରୀ ମାନଙ୍କୁ ହାତ କରି ରାସ୍ତା କରିବା ପାଇଁ ଯୋଜନା କରିଥିବା ଆଲୋଚନା ହେଉଛି ସେଥିପାଇଁ ଲକ୍ଷ ଲକ୍ଷ ଟଙ୍କାର ଡିଲ ହୋଇଥିବା ମଧ୍ୟ ସାଧାରଣରେ ଆଲୋଚନା ହେଉଛି ପୂର୍ବରୁ ସେହି ରାସ୍ତା ପାଶ୍ୱର୍ରେ ନିର୍ମିତ ମାର୍କେଟ କଂପ୍ଲେକ୍ସ ପାଇିଁ ଦୁଇ ପାଶ୍ୱର୍ରେ ରାସ୍ତା କରିବା ପାଇଁ ଜନୈକ ଦଲାଲ ତତ୍କାଳୀନ ତହସିଲଦାରଙ୍କ ନାମରେ କଂପ୍ଲେକ୍ସ ମାଲିକ ଠାରୁ ଦୁଇଲକ୍ଷ ଟଙ୍କା ନେଇ ଉକ୍ତ ରାସ୍ତା କରାଇଦେଇଥିବା ଅଭିଯୋଗ ହୋଇଥିଲା ଏହା ଯଦି ସତ୍ୟ ହୋଇଥାଏ ତେବେ ବର୍ତମାନ ରାସ୍ତା ନିର୍ମାଣ କରି ପ୍ଲଟିଂ ମାଧ୍ୟମରେ କୋଟି କୋଟି ଟଙ୍କା ମୁନାଫା ଆୟ କରିବାକୁ ଲକ୍ଷ୍ୟ ରଖିଥିବା ସେହି ଜମି ମାଫିଆ ମାନେ କେତେ ଟଙ୍କା ଖର୍ଚ୍ଚ କରିଥିବା ତାହା ଅନୁମାନ କରାଯାଇପାରେ ଏସଂପର୍କରେ ବ୍ୟାପକ କିକ ବେକ ହୋଇଥିବା ଅଭିଯୋଗ ହେଉଛି ବର୍ତମାନ ସେହି ଖୁଂଟ ରହିଛି ତାରବାଡ ବି ରହିଛି କିନ୍ତୁ ଜମି ମାଫିଆ ମାନେ ଅନାୟାସରେ ରାଜସ୍ୱ ପଦାଧିକାରୀଙ୍କ ଛତ୍ରଛାୟା ତଳେ ରହି ସେହି ବାଡ ଭାଙ୍ଗି  ଏବଂ ତାରବାଡ ଉପରେ ଜବରଦସ୍ତି ମାଟି ପକାଇ ଦେଇ ନିଜ ମନମୁତାବକ ରାସ୍ତା ନିର୍ମାଣ କରୁଥିବା ଦେଖାଯାଉଛି

ଜୁନାଗଡ ତହସିଲ ଅଫିସର ଅନତି ଦୂରରେ ତହସିଲଦାରଙ୍କ ନାକତଳେ ଥିବା ଏହି ଏନଏଚ୨୬  ପାଶ୍ୱର୍ସ୍ଥ ସରକାରୀ ଚିହ୍ନିତ ଜମି କୁ ଜବର ଦଖଲ ଘଟଣାରେ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେଇ ସରକାରୀ ଚିହ୍ନିତ ଜମିର ରକ୍ଷଣାବେକ୍ଷଣ କରିବାକୁ ସାଧାରଣରେ ଦାବୀ ହେଉଛି