ଇଞ୍ଜିନିୟରିଂ ଓ ମେଡିକାଲ ଭଳି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଲାଗି ମାଗଣାରେ କୋଚିଂ

ଓଡ଼ିଶା ବାର୍ତ୍ତା

ସୁନ୍ଦରଗଡ଼,(ରାଉରକେଲା):ସର୍ବଭାରତୀୟସ୍ତରରେଇଞ୍ଜିନିୟରିଂ, ମେଡିକାଲ, ଆଇନଏବଂର୍କିଟେକ୍ଚରଆଦି ଉଚ୍ଚଶିକ୍ଷା କ୍ଷେତ୍ରରେ ନାମ ଲେଖାଇବା ଲାଗି ଆବଶ୍ୟକପ୍ରବେଶିକାପରୀକ୍ଷାପାଇଁ ପ୍ରସ୍ତୁତ ହେବାକୁ ସୁନ୍ଦରଗଡ଼ ଜିଲ୍ଲାର ମେଧାବୀଛାତ୍ରଛାତ୍ରୀଙ୍କୁ ମାଗଣାରେ କୋଚିଂ ଦିଆଯାଉଛି। ଜିଲ୍ଲାରଖଣିପ୍ରଭାବିତବ୍ଲକର ଆଦିବାସୀ, ଗରିବଓସାଧାରଣପରିବାରରମେଧାବୀଛାତ୍ରଛାତ୍ରୀଙ୍କଭବିଷ୍ୟତର ସ୍ୱପ୍ନ ସାକାର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଜିଲ୍ଲାରଟିଖଣିପ୍ରଭାବିତକୋଇଡ଼ା, କୁତ୍ରା, ଲହୁଣୀପଡ଼ା, କୁଆରମୁଣ୍ଡା, ରାଜଗାଙ୍ଗପୁରଏବଂହେମଗିରବ୍ଲକରମେଧାବୀଛାତ୍ରଛାତ୍ରୀମାନଙ୍କୁ ଏଥିପାଇଁ ମାର୍କ ଆଧାରରେ ଏହି କୋଚିଂ ନେବା ଲାଗି ସୁଯୋଗ ଦିଆଯାଉଛି। ଦଶମଏବଂ +୨ ପାସ୍କରିଥିବାତଥା +୨ ପାଠପଢ଼ୁଥିବାଛାତ୍ରଛାତ୍ରୀଙ୍କୁଆଇଟି, ଜେଇଇ, ଏନ୍ଇଇଟି, କ୍ଲାଟ୍ଏବଂ ନାଟାଭଳିସର୍ବଭାରତୀୟପ୍ରବେଶିକାପରୀକ୍ଷାଲାଗିଏଠାରେ ପ୍ରସ୍ତୁତ କରାଯାଉଛି।

ଏହି କୋଚିଂ ଦେବା ଲାଗି ସୁନ୍ଦରଗଡ଼, ରାଜଗାଙ୍ଗପୁର ଏବଂ ରାଉରକେଲାଠାରେ ୩ଟି ସ୍ୱତନ୍ତ୍ର କେନ୍ଦ୍ର କରାଯାଇଛି। ସୁନ୍ଦରଗଡ଼ଜିଲ୍ଲାଖଣିଜପ୍ରତିଷ୍ଠାନରର୍ଥିକସହାୟତାକ୍ରମେରମ୍ଭହୋଇଥିବାଏହିକୋଚିଂକାର୍ଯ୍ୟକ୍ରମରେପ୍ରଥମବ୍ୟାଚରେ ମୋଟ୪୦୦ ଛାତ୍ରଛାତ୍ରୀଯୋଗଦେଇଛନ୍ତି। କୋଚିଂ ସହିତ ପିଲାମାନଙ୍କୁମାଗଣାରେହଷ୍ଟେଲସୁବିଧାସହ ଖାଇବାପିଇବାବ୍ୟବସ୍ଥାକରାଯାଛି

‘‘ଖଣି ପ୍ରଭାବିତ ରାଜଗାଙ୍ଗପୁର ବ୍ଲକ ଅଞ୍ଚଳରେ ମୋ’ ଘର। ମୁଁ ଭବିଷ୍ୟତରେ ଇଞ୍ଜିନିୟର ହେବା ପାଇଁ ଲକ୍ଷ୍ୟ ରଖିଛି। କିନ୍ତୁ ରାଜଗାଙ୍ଗପୁରରେ ଉଚ୍ଚଶିକ୍ଷା ଲାଗି ପ୍ରସ୍ତୁତ ହେବା ପାଇଁ ସେମିତି କିଛି ବିଶେଷ ସୁବିଧା ନଥିଲା। ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା କୋଚିଂ କେନ୍ଦ୍ରରେ ମୁଁ ନାମ ଲେଖାଇଛି। ଆଇଆଇଟି ପ୍ରବେଶିକା ପରୀକ୍ଷାରେ ଭଲ ନମ୍ବର ରଖି ମୁଁ ମୋ’ ସ୍ୱପ୍ନ ସାକାର କରିପାରିବି’’, କହନ୍ତି ସୁନ୍ଦରଗଡ଼ କେନ୍ଦ୍ରରେ କୋଚିଂ ନେଉଥିବା ଛାତ୍ରୀ ତେଜସ୍ୱିନୀ ପେରୁଆ।

‘‘ମୁଁ ଏନଇଇଟି ପ୍ରବେଶିକା ପରୀକ୍ଷା ଦେଇ ଡାକ୍ତରୀ ପାଠ ପଢ଼ିବାକୁ ଚାହୁଁଥିଲି। କିନ୍ତୁ ଅର୍ଥ ଅଭାବରୁ ଏଥିପାଇଁ ଠିକ୍‌ ଭାବେ ପ୍ରସ୍ତୁତ ହୋଇପାରୁ ନଥିଲି। ମୁଁ ରାଉରକେଲା କେନ୍ଦ୍ରରେ ଏହି କୋଚିଂ ନେବା ଲାଗି ସୁଯୋଗ ପାଇଛି। ମାଗଣାରେ ମତେ ଆବଶ୍ୟକ ବହିପତ୍ର ଓ ପାଠ୍ୟ ଉପକରଣ ମିଳିଛି। ଏହି କୋଚିଂ ମତେ ଏଣ୍ଟ୍ରାନ୍ସ ପରୀକ୍ଷାରେ ଭଲ ନମ୍ବର ରଖିବାରେ ସାହାଯ୍ୟ କରିବ’’, କହନ୍ତି କୁଆରମୁଣ୍ଡା ବ୍ଲକର ଛାତ୍ର ଡାଭିଡ୍‌ କେରକେଟା।

ଡାକ୍ତରୀଓଇଂଜିନିୟରିଂଭଳି ପ୍ରତିଯୋଗିତାମୂଳକ ପ୍ରବେଶିକାପରୀକ୍ଷାରେସର୍ବଭାରତୀୟସ୍ତରରେଭଲପ୍ରଦର୍ଶନ କରିବା ପାଇଁସାରାଦେଶରୁଅନେକଛାତ୍ରଛାତ୍ରୀରାଜସ୍ଥାନରକୋଟାଯାଇକୋଚିଂନେଇଥାନ୍ତି। କୋଟାରସେହିଅନୁଭୂତିସଂପନ୍ନକୋଚିଂଅନୁଷ୍ଠାନମଧ୍ୟରୁଦୁଇଟିସଂସ୍ଥାକୁବାଛିସୁନ୍ଦରଗଡ଼ରଏହିତିନୋଟିକୋଚିଂସେଣ୍ଟରରଦାୟିତ୍ୱଦିଯାଇଛି। ତେଣୁ ଏହି କୋଚିଂରେ ଯୋଗ ଦେବା ଲାଗି ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ବିଶେଷ ଉତ୍ସାହ ଦେଖାଉଛନ୍ତି।

‘‘ସର୍ବଭାରତୀୟ ସ୍ତରର ବିଭିନ୍ନ ବୈଷୟିକ ଓ ପେସାଦାର ଶିକ୍ଷାର ପ୍ରବେଶିକା ପରୀକ୍ଷା ଲାଗି ମାଗଣାରେ କୋଚିଂ ଦେଇ ଆମ ଭଳି ଛାତ୍ରଛତ୍ରୀମାନଙ୍କୁ ଏଠି ପ୍ରସ୍ତୁତ କରାଯାଉଛି। କୋଚିଂ କେନ୍ଦ୍ରରେ ପାଠ ପଢ଼ିବା ପାଇଁ ଭଲ ସୁବିଧା ରହିଛି। ଶିକ୍ଷକମାନେ ମଧ୍ୟ ଆମକୁ ସବୁବେଳେ ଉତ୍ସାହିତ କରୁଛନ୍ତି। ଏହି ବ୍ୟବସ୍ଥା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ’’, କହିଛନ୍ତି ଏହି କୋଚିଂରେ ଯୋଗ ଦେଇଥିବା ହେମଗିର ବ୍ଲକର ଛାତ୍ରୀ ଲକ୍ଷ୍ମୀପ୍ରିୟା ମହାନନ୍ଦିଆ।

କୋଚିଂକେନ୍ଦ୍ରରେଛାତ୍ରଛାତ୍ରୀଙ୍କସୁବିଧାପାଇଁଧୁନିକକ୍ଲାସରୁମ୍ସହିତବଶ୍ୟକପାଠାଗାରସୁବିଧାରହିଛିଛାତ୍ରଛାତ୍ରୀଙ୍କୁମାଗଣାରେବହିପତ୍ରଓପାଠ୍ୟଉପକରଣଯୋଗାଇ ଦିଯାଉଛିକୋଚିଂକେନ୍ଦ୍ରଏବଂହଷ୍ଟେଲରେ୨୪ ଘଣ୍ଟିବିଶୁଦ୍ଧପାନୀୟଜଳସହିତଇଣ୍ଟରନେଟ୍ସୁବିଧାରହିଛି। ପିଲାମାନଙ୍କରଉପସ୍ଥାନକୁସୁନିଶ୍ଚିତକରିବାପାଇଁବାୟୋମେଟ୍ରିକ୍ପରିଚୟପତ୍ରବ୍ୟବସ୍ଥାକରାଯାଇଛି

ସୁନ୍ଦରଗଡ଼ ଜିଲ୍ଲାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ଆଇଆଇଟି, ଜେଇଇ କୋଚିଂ ଭଳି ଆଉ କେତୋଟି କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି। ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ମାଗଣାରେ ନିଯୁକ୍ତି ଉପଯୋଗୀ କୋଚିଂ ଦେବା ଲାଗି ଜିଲ୍ଲାରେ ପୂର୍ବରୁ ‘ସୁଦକ୍ଷ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସୁନ୍ଦରଗଡ଼, ରାଉରକେଲା ଏବଂ ବଣାଇଁ – ଏହି ୩ଟି କେନ୍ଦ୍ର ମାଧ୍ୟମରେ ପ୍ରାର୍ଥୀମାନଙ୍କୁ ବ୍ୟାଙ୍କିଙ୍ଗ୍‌, ବୀମା, ସାମରିକ ବାହିନୀ, ଓଡ଼ିଶା ପୋଲିସ, ଷ୍ଟାଫ ସିଲେକ୍ସନ ଆଦି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରାଯାଉଛି।