‘ଦେଶର ଗତି କୁଆଡ଼େ- ସମୀକ୍ଷା କରିବାର ସମୟ ଆସିଛି’

 ଓଡ଼ିଶା ବାର୍ତ୍ତା

ଢେଙ୍କାନାଳ,୧୫/୮: ଦେଶ ସ୍ୱାଧୀନ ହେବାକୁ ୭୫ ବର୍ଷ ପୂରିଲା ଗତ ୭୫ ବର୍ଷ ଧରି ଆମର ଗତି କୁଆଡ଼େ, ଆମେ କେତେ ଉନ୍ନତି କଲେଣି, କେଉଁ କ୍ଷେତ୍ରରେ ଏବେବି ପଛରେ ପଡି଼ଛନ୍ତି ସବୁକୁ ନେଇ ଏବେ ସମୀକ୍ଷା କରିବାର ସମୟ ଆସିଛି ପୁଣି ତାକୁ ନେଇ ଆଗାମୀ ଦିନରେ କାମ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଭାରତୀୟ ଜନ ସଂଚାର ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର . ମୃଣାଳ ଚାଟାର୍ଜୀ

ସଂସ୍ଥାନରେ ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଫେସର ଚାଟାର୍ଜୀ କହିଥିଲେ ଯେ, ଦେଶ ବହୁ କ୍ଷେତ୍ରରେ ଉନ୍ନତି କରିଛି ମାତ୍ର ଅନେକ କ୍ଷେତ୍ରରେ ବହୁ ପଛକୁ ମଧ୍ୟ ଚାଲି ଯାଇଛି ଦେଶ ସ୍ୱାଧୀନ ହେଲା ବେଳକୁ ସାକ୍ଷାରତା ହାର ମାତ୍ର ୧୨ ପ୍ରତିଶତ ଥିଲା, ଏବେ ଆମେ ୭୫ ପ୍ରତିଶତ ଉପରେ ସେହିପରି ଦାରିଦ୍ର୍ୟ, ଗମନାଗମନ, ଆର୍ଥିକ ବିକାଶଆଦି ସବୁ କ୍ଷେତ୍ରରେ ଆମେ ଆଗକୁ ଯାଇଛନ୍ତି ଏଥିପାଇଁ ସମସ୍ତ ଦେଶବାସୀ, ଆଇନ ପ୍ରଣେତା ଧନ୍ୟବାଦର ପାତ୍ର ସବୁଠୁ ବଡ଼ କଥା ହେଉଛି, ଆମେ ଏବେ ବି ଗଣତନ୍ତ୍ର ଦେଶ ଭାବେ ସୁଦୃଢ଼ ଅଛୁ ଆମ ଦେଶ ସହ ଅନ୍ୟ ବହୁ ଦେଶ ଏକ ସମୟରେ ସ୍ୱାଧୀନ ହୋଇଥିଲେ ମାତ୍ର ସେଗୁଡି଼କ ମଧ୍ୟରୁ ବହୁ କମ୍ଦେଶରେ ଏବେ ଗଣତନ୍ତ୍ର ତିଷ୍ଠି ରହିଛି ସେ ଭିତରୁ ଭାରତ ଅନ୍ୟତମ ସ୍ୱତନ୍ତ୍ର ଦ୍ୱିତୀୟରେ ଧର୍ମନିରପକ୍ଷେତା ମଧ୍ୟ ଆମ ଦେଶର ସ୍ୱତନ୍ତ୍ରତା
ହେଲେ ସମସ୍ୟା ମଧ୍ୟ କମ୍ନୁହେଁ ଏବେ ବହୁ ରାଜ୍ୟରାଜ୍ୟ ଭିତରେ ସୀମା ବିବାଦ ଅଣାୟତ୍ତ ପରିସ୍ଥିତି ସୃଷ୍ଟି କରିଛି ଆସାମମିଜୋରାମରେ ଦୁଇ ରାଜ୍ୟର ପୁଲିସପୁଲିସ ମଧ୍ୟରେ ସଂଘର୍ଷ ହେଉଛି ମୃତାହତ ହେଉଛନ୍ତି ଏପରି ବହୁ ରାଜ୍ୟରେ ସୀମା ବିବାଦ ଲାଗିରହିଛି ସେ ଭିତରେ ଓଡି଼ଶାଆନ୍ଧ୍ରପ୍ରଦେଶ ମଧ୍ୟରେ ମଧ୍ୟ କୋଟିଆକୁ ନେଇ ଜଟିଳ ପରିସ୍ଥିତି ଲାଗି ରହିଛି ସେମିତି ପ୍ରାକୃତିକ ସମ୍ବଳକୁ ନେଇ ମଧ୍ୟ ବିବାଦ ଲାଗିଛି ମହାନଦୀ, କାବେରୀ ଜଳ ପାଇଁ ଦୀର୍ଘ ଦିନ ଧରି ସମସ୍ୟା ସମାଧାନ ହେଇପାରୁନି ଗତ ୭୫ ବର୍ଷ ଭିତରେ ଆମେ ଏଗୁଡି଼କ ସମାଧାନ କରିବାରେ ବିଫଳ ହେଇଛନ୍ତି
ପୁଣି ଦେଶରେ ଆଞ୍ଚଳିକତାବାଦ ବଢ଼ିବାରେ ଲାଗିଛି କିଛି ରାଜ୍ୟରେଭୂମିପୁତ୍ରନାରା ଦେଇ କେବଳ ସେହି ରାଜ୍ୟର ଲୋକମାନଙ୍କୁ ଚାକିରି ଦେବାକୁ ଆଇନ ପ୍ରଣୟନ କରାଯାଇଛି ହରିୟାନା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ଏପରି ନିୟମ ଲାଗୁ ହୋଇଛି ଏହା ଆମ ସଂଘୀୟ ବ୍ୟବସ୍ଥା ପ୍ରତି ବିପଦ ଏବେ ସମୟର ଆହ୍ୱାନ, କେବଳ କୃତିତ୍ୱକୁ ଜାବୁଡି଼ ଧରି ବସି ରହିଲେ ହେବନାହିଁ ଯେଉଁ ସବୁ ସମସ୍ୟା ଅଛି, ଆମକୁ ଦୃଢ଼ତାର ସହ ସମାଧାନ କରିବାକୁ ହେବ ବୋଲି କହିଛନ୍ତି ପ୍ରଫେସର ଚାଟାର୍ଜୀ
ସେସ୍କନ ଅଫିସର କେଦାରନାଥ ଜେନା ପତାକା ଉତ୍ତୋଳନ କରି ଦେଶର ଉନ୍ନତିରେ ସମସ୍ତଙ୍କର ଭାଗିଦାରୀତା ରହିବା ଆବଶ୍ୟକ ବୋଲି କହିଥିଲେ ସହକାରୀ ପ୍ରଫେସର . ଜ୍ୟୋତି ପ୍ରକାଶ ମହାପାତ୍ର ବାକ୍ସ୍ୱାଧୀନତା ସଙ୍କୁଚିତ ହେଉଥିବା ନେଇ ଚିନ୍ତାପ୍ରକଟ କରିଥିଲେ ଏହି ଅବସରରେ ପ୍ରସିଦ୍ଧି ଲେଖକ ମନୋଜ ଦାସଙ୍କବ୍ୟକ୍ତିତ୍ୱ ବିକାଶ ମାର୍ଗ: କିଞ୍ଚିତ୍ଦିଗ୍ଦର୍ଶନ ଶ୍ରାବ୍ୟ ସଂସ୍କରଣ ଉନ୍ମୋଚିତ ହୋଇଥିଲା ପାଠ୍ୟକ୍ରମ ସଂଯୋଜକ ଜିତେନ୍ଦ୍ର ପତି, ବୈଷୟିକ ସଂଯୋଜକ ବନ୍ଦ୍ରୀନାଥ ଜେନା, ଗ୍ରନ୍ଥାଗାରିକା ଶୁଭଙ୍କରୀ ଦାସ, ଏକାଡେମିକ ଆସୋସିଏଟ ଅଭିଶେକ ରୟ, ପଦ୍ମଲୋଚନ ପ୍ରଧାନଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ସଭା ପରେ ସଂସ୍ଥାନ ପରିସରରେ ବୃକ୍ଷରୋପଣ କରାଯାଇଥିଲା