ଭିଜିଲାନ୍ସ ଜାଲରେ କିରାଣୀ
ସନ୍ତୋଷ କୁମାର, ଓଡ଼ିଶା ବାର୍ତ୍ତା
ନବରଙ୍ଗପୁର,୧୨/୮/: ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟାଳୟ ର ଆକାଉଣ୍ଟାଣ୍ଟ ସୁମିତ କୁମାର । କାର୍ଯ୍ୟ ର ଚୁକ୍ତିନାମା କରିବା ବାବଦରେ ଠିକାଦାର ପାଖରୁ କୋଡ଼ିଏ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନବରଙ୍ଗପୁର ଭିଜିଲାନ୍ସ ହାତରେ ଧରାପଡିଲେ । ଠିକାଦାର ନବୀନ ନାୟକ ୧ କୋଟି ୬୭ ଲକ୍ଷ୍ ୫୭ ହଜାର ୭୪ ଟଙ୍କା ର ଉମରକୋଟ ବ୍ଲକ ର ଉମର୍ଗାଁ ଠାରେ ଗ୍ରାମ୍ୟ ଜଳ ଯୋଗାଣ ଏବଂ ପାଂଚ ବର୍ଷ ସକାଶେ ରକ୍ଷଣା ବେକ୍ଷଣ ପାଇଁ ଚୁକ୍ତି ନାମା କରିବା ସକାଶେ ନବୀନ ନାୟକ ଙ୍କ ଠାରୁ କୋଡିଏ ହଜାର ଟଙ୍କା ଦାବି କରିଥିଲେ, ଆଜି ନବୀନ ନାୟକ ଆକାଉଣ୍ଟାଣ୍ଟଙ୍କୁ ଟଙ୍କା ଦେବା ପାଇଁ କଥା ହୋଇ ଭିଜିଲାନ୍ସ ସହ ଯୋଗାଯୋଗ କରି କୋଡିଏ ହଜାର ଦେଲାବେଳେ ଭିଜିଲାନ୍ସ ଟଙ୍କା ସହ ସୁମିତ କୁମାର ଙ୍କୁ କାବୁ କରିଥିଲେ। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ଡି ଏସ ପି ସୁଶାନ୍ତ କୁମାର ବିଶ୍ଵାଳ ପ୍ରକାଶ କରିଛନ୍ତି। ଏହି ଚଢାଉ ରେ ନବରଙ୍ଗପୁର DSP କଳାବତୀ ବାଘ , କୋରାପୁଟ DSP ଅନନ୍ତ କୁମାର ମଲ୍ଲିକ , ମାଲକାନଗିରି DSP SK ବିଶ୍ଵାଳ ର ଭିଜିଲାନ୍ସ ଟିମ୍ ସାମିଲ ଥିଲେ।