ଆଦିବାସୀ ପରମ୍ପରା ସଂସ୍କୃତି ଜମିରେ କାଦ ଖେଳାନି ଯାତ୍ରା ଅନୁଷ୍ଠିତ
ସନ୍ତୋଷ କୁମାର ,ଓଡ଼ିଶା ବାର୍ତ୍ତା
ନବରଙ୍ଗପୁର,୬/୮: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଟାଗାଁ ଗ୍ରାମ ପଞ୍ଚାୟତ ର ଫାମ୍ପୁଣି ଗ୍ରାମ ଶୋଭାସିଂ ମିର୍ଗାନ୍ ଙ୍କ ବାସ ଗୃହରେ ଆଦିବାସୀ ପରମ୍ପରା ସଂସ୍କୃତି ରେ ଜମିର କାଦ ଖେଳାନି ଯାତ୍ରା ମହା ଆନନ୍ଦ ଉଲ୍ଲାସ ରେ ପାଳିତ ହୋଇଯାଇଛି। ଉକ୍ତ କାଦ ଖେଳାନି ଯାତ୍ରା ଆଦିବାସୀ ଜନ ସାଧାରଣ ଚାଷ ଜମିରେ ଧାନ ବୁଣା,ଧାନ ରୁଆ କାର୍ଯ୍ୟ ସମାପନ ପରେ ଏହି ଯାତ୍ରା ପାଳନ କରି ଥାଆନ୍ତି। ଜମିରେ ଯେତେ କୁଲି ମଜୁରୀ କାର୍ଯ୍ୟରେ ପୁରୁଷ,ମହିଳା ନିୟୋଜିତ ଥାଆନ୍ତି ସମସ୍ତଙ୍କୁ ଉକ୍ତ ଯାତ୍ରାରେ ସାମିଲ କରାଯାଇ ଦେବା ଦେବି,ଭୂମି ପୁଜାର୍ଚନା କରାଯାଇଥାଏ । ଏହି ଅବସରରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଙ୍କୁ ମୁଖ୍ୟ ଅତିଥି ଭାବେ ଡକା ଯାଇଥିବା ବେଳେ ସନ୍ମାନିତ ଅତିଥି ଭାବେ ଵିଜେଡି ରାଜ୍ୟସଭା ସାଂସଦ ପ୍ରତିନିଧି ବଦ୍ରି ନାରାୟଣ ସିଂ,କୋଷାଗୁମୁଡା ବ୍ଲକ ର ବିଜେଡି ନେତା ପଦମ ମାଳି, କଟାଗାଁ ଜୋନ୍ ବିଜେଡି ସଭାପତି ଗୁପ୍ତ ପ୍ରସାଦ ପଟ୍ଟନାୟକ,କୋଷାଗୁମୁଡା ବ୍ଲକ ଯୁବ ବିଜେଡି ସଭାପତି ହରିବନ୍ଧୁ ଭତ୍ରା,ବରିଷ୍ଠ ବିଜେଡି ନେତା ମୋହନ ମାଝି,ଏମ.କାରାଗାଁ ସରପଞ୍ଚ ଉର୍ଧବ ମାଝୀ ଓ ସମିତି ସଭ୍ୟ ଗୌରୀ ଗୌଡ଼, ମୋତିଗାଁ ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ମଦନାବତି ମାଝୀ,ବି. ଏମ. ସେମେଳା ପଂଚାୟତ ସଭାପତି ହରିଶ୍ଚନ୍ଦ୍ର ଭତ୍ରା ଓ ସୋଭାସିଂ ମିର୍ଗାନ୍ ଙ୍କ ସାନ କାକା ସରୋଜ କୁମାର ଖୁରା ଏବଂ ବହୁ ସମ୍ପର୍କ ବ୍ୟକ୍ତି ଯୋଗ ଦେଇ ଜମି ପାର୍ଶ୍ୱ କୁ ଯାଇଥିଲେ।ସେଠାରେ ସୋଭା ସିଂ ଙ୍କ ଦୁଇ ପୁତ୍ର ଙ୍କୁ ନୂଆ ଗାମୁଛା ପିନ୍ଧାଇ ଆଦିବାସୀ ସଂସ୍କୃତି ହିସାବରେ ପୁଜାର୍ଚନା କରାଯାଇ ହଳଦୀ ,କାଦୋ ଦୁଇ ପୁତ୍ର ଙ୍କ ଦେହରେ ବୋଳି ଥିଲେ।ମୁଖ୍ୟ ଅତିଥି ଓ ସନ୍ମାନିତ ଅତିଥିଙ୍କ ଦ୍ୱାରା ଭୂମି ପୂଜନ ନିମନ୍ତେ ନାରିକେଳ ଫଟାଇ ଧୂପ, ଦୀପ ଜଳାଇ ଥିଲେ। ଶେଷ ହେବାକୁ ଥିବା ଜମିରେ ଧାନ ତଳି ମୁକ୍ଷ୍ୟ ଅତିଥି,ସନ୍ମାନିତ ଅତିଥି ମାନେ ଧାନ ତଳି ରୁଇ ଥିଲେ।କାଦୋ ଖେଳାନି ଯାତ୍ରା କରାଉ ଥିବା ପରିବାର ମୁକ୍ଷ୍ୟ ଅତିଥି ଓ ସନ୍ମାନିତ ଅତିଥି ମାନଙ୍କୁ ସଂମ୍ମାନ ଜଣାଇ ଥିଲେ ଓ ଆନନ୍ଦରେ ଅଭିର,କାଦୋ ସମସ୍ତଙ୍କୁ ଟିକେ ଟିକେ ଲଗାଇ ଥିଲେ।ଗ୍ରାମର ସମସ୍ତ ପିଲାମାନଙ୍କୁ ମୁଢି ବାଣ୍ଟି ଥିଲେ । ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ମିର୍ଗାନ୍ ପରିବାର ରେ ଉକ୍ତ ଯାତ୍ରାରେ ବହୁ ଆନନ୍ଦିତ ସହ ଆତ୍ମ ତୃପ୍ତି ପାଇ ଥିଲେ । ଉକ୍ତ ଯାତ୍ରା କୁ କୋରାପୁଟ ଜିଲ୍ଲା କୋଟପାଡ଼ ର ପ୍ରମୋଦ ପଟ୍ଟନାୟକ ଓ ତାଙ୍କ ସାଥି ଏବଂ ବିଭିନ୍ନ ସ୍ଥାନ ବହୁ ଭଦ୍ର ବ୍ୟକ୍ତି ଙ୍କ ସମାଗମ ହୋଇଥିଲା।