ଷ୍ଟାଫ ସିଲେକ୍ସନ ଦୁର୍ନୀତି କୁ ପ୍ରତିବାଦ କରି ନବରଙ୍ଗପୁର ଜିଲ୍ଲା ରେ ଭାରତୀୟ ଜନତା ପାର୍ଟି ର ବିକ୍ଷୋଭ ପ୍ରଦର୍ଶନ
ସନ୍ତୋଷ କୁମାର,ଓଡ଼ିଶା ବାର୍ତ୍ତା
ନବରଙ୍ଗପୁର,୪/୮/:ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ରେ ବ୍ୟାପକ ଦୁର୍ନୀତି ପାଇଁ ରାଜ୍ୟସରକାର ଙ୍କ ଅପାରଗତା କୁ ଦାୟୀ କରି ବିଜେପି ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି। ନବରଙ୍ଗପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ର ନବରଙ୍ଗପୁର ଓ ଉମରକୋଟ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ରେ ମେଧା ପରିବର୍ତ୍ତେ ଟଙ୍କା ମାଧ୍ୟମ ରେ ଚାକିରି ପ୍ରଦାନ କରାଯାଉଥିବା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇ ରାଜ୍ୟ ସରକାର ଙ୍କ ବିରୁଦ୍ଧ ରେ ନାରାବାଜି କରାଯାଇଛି। ରାଜ୍ୟ ସରକାର ଙ୍କ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଏହି ଦୁର୍ନୀତି ରେ ଲିପ୍ତ ଥିବାରୁ ବିଜେପି ଯୁବ ମୋର୍ଚ୍ଚା ଏହାର ସିବିଆଇ ତଦନ୍ତ ଦାବି କରିଛି। ଏପରି ଦୁର୍ନୀତି ପ୍ରତିବାଦ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ କରାଯାଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କୁହାଯାଇଛି।
ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ମାନସ ରଞ୍ଜନ ଦାଶ ଙ୍କ ନେତୃତ୍ଵ ରେ ଅନୁଷ୍ଠିତ ଏହି କାର୍ଯ୍ୟ କ୍ରମ ରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ , ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ସନ୍ତୋଷ ଦାଶ , ପ୍ରଭାରୀ ହିମାଂଶୁ ପଣ୍ଡା, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ ଙ୍କ ସମେତ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।