ମୁଖ୍ୟ ଶାସନ ସଚିବ ଙ୍କ ସହ 4 ଟି ବିଭାଗୀୟ ସଚିବ ନବରଙ୍ଗପୁର ଜିଲ୍ଲାକୁ ଦିନିକିଆ ଗସ୍ତ

cs_nbp

ସନ୍ତୋଷ କୁମାର, ଓଡ଼ିଶା ବାର୍ତ୍ତା

ନବରଙ୍ଗପୁର,୨୮/୭:ରାଜ୍ୟ ମୁଖ୍ୟ ଶାସନ ସଚିବ ଙ୍କ ସହ 4 ଟି ବିଭାଗୀୟ ସଚିବ ନବରଙ୍ଗପୁର ଜିଲ୍ଲାକୁ ଦିନିକିଆ ଗସ୍ତ ରେ ଆସି ବିଭିନ୍ନ କାର୍ଯ୍ୟ ତଦାରଖ କରିଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଙ୍କ ସହ ଜଳ ସମ୍ପଦ ବିଭାଗ ପ୍ରଧାନ ସଚିବ ଅନୁ ଗର୍ଗ, 5 ଟି ବିଭାଗ ସଚିବ ଭି କେ ପାଣ୍ଡିୟାନ , ଜାତୀୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ ମୁଖ୍ୟମନ୍ତ୍ରୀ ଙ୍କ ସ୍ଵତନ୍ତ୍ର ସଚିବ ଆର, ଭିନିଲ କ୍ରୀଷ୍ଣା ନବରଙ୍ଗପୁର ଜିଲ୍ଲା ଗସ୍ତ କରିଛନ୍ତି। ସମସ୍ତ ଅଧିକାରୀ ନନ୍ଦାହାଣ୍ଡି ବ୍ଲକ ବଡ ଡାଇଭଟ୍ଟା ଠାରେ ମେଗା ଉଠା ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ସେଠାରେ ଜଳସେଚନ କାର୍ଯ୍ୟ କାର୍ଯ୍ୟ ତଦାରଖ ପରେ  ନବରଙ୍ଗପୁର ନୋଡାଲ ରାଜା ଚୈତନ୍ୟ ଦେବ ଉଚ୍ଚ ବିଦ୍ୟାଳୟ କୁ ଯାଇ ସେଠାରେ ବିଦ୍ୟାଳୟ ଭିତ୍ତିଭୂମି ପରଖିବା ସହ ନୀତି ଆୟୋଗ ସହୟତା ରେ ଆରମ୍ଭ ହୋଇଥିବା ସ୍ମାର୍ଟ କ୍ଳାସ ରୁମ ପରିଦର୍ଶନ କରିଥିଲେ। ଏହା ପରେ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ନିର୍ମାଣଧୀନ 200 ଶଯ୍ୟା ହସ୍ପିଟାଲ, ରକ୍ତ ଭଣ୍ଡାର  ଏଚପିସିଏଲ ସହଯୋଗ ରେ ନିର୍ମିତ ହେଉଥିବା ଲିଉକୁଇଡ ଅକ୍କ୍ଷିଜେନ ପ୍ଳାଣ୍ଟ ବିଭିନ୍ନ ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ। ଏଥିସହ ଜଳସମ୍ପଦ ସଚିବ ଅନୁ ଗର୍ଗ ଦେଉଳା ରେ ନିର୍ମିତ ହେଉଥିବା ଟୁରି ଗୁଣ୍ଠାଟ ପ୍ରକଳ୍ପ କୁ ବୁଲି ଯାଇ ତାହାର ସମୀକ୍ଷା କରିଥିଲେ Iଏହି ଗସ୍ତ ସମୟରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ