ସିଆରପିଏଫ ଜବାନଙ୍କ ତରଫରୁ ୭୨ତମ ବନ ମହୋତ୍ସବ ସପ୍ତାହ ପାଳନ

crpf_banaustav

ସଞ୍ଜୟ କୁମାର ପାଣିଗ୍ରାହୀ , ଓଡ଼ିଶା ବାର୍ତ୍ତା

ବାଲିଗୁଡା,୦୩/୦୭.:କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ପଞ୍ଚାୟତରେ ଥିବା ସିଆରପିଏଫ ଜି/୧୨୭ ବାଟାଲିୟନ ତରଫରୁ ୭୨ତମ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି l “ବୃକ୍ଷ ହିଁ ଜୀବନ, ବୃକ୍ଷ ହିଁ ସମ୍ପଦକୁ ଆଧାର କରି ଏହି ଦିବସ ପାଳନ କରିବା ସହ ଏହି କାର୍ଯ୍ୟକ୍ରମରେ ସିଆରପିଏଫ ଜି/୧୨୭ ବାଟାଲିୟନର ଇନ୍ସପେକ୍ଟର ଜି.ଡି.ଭେନୁ କେ.ଏମ ଏବଂ ବାରଖମା ଫାଣ୍ଡି ଅଧିକାରୀ , ବାରଖମା ସ୍ୱାସ୍ଥ୍ୟ  ସେବକ ଗଣ ବାଲିଗୁଡା ବନ ଭିଭାଗର ଫରେଷ୍ଟ  ଗାର୍ଡ ଶ୍ରୀମତୀ ବର୍ଷା ରାଣୀ ମହାପାତ୍ର ଅନ୍ୟାନ୍ୟ କର୍ମୀମାନେ ଉପସ୍ଥିତ ରହି  ବନ ମହୋତ୍ସବ ଦିବସ ସପ୍ତାହ ପାଳନର ମହତ୍ୱ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବା ପରେ ବାରଖମାର ଫାଣ୍ଡି ଚତୁଃପାର୍ଶ୍ଵରେ ୧୦୦ ରୁ ଉର୍ଦ୍ଧ ବୃକ୍ଷରୋପଣ କରାଯାଇଥିଲାଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆଗାମୀ ଦିନ ରେ ନିୟମିତ ଚାଲୁ ରହିବ ବୋଲି ଜବାନମାନେ ପ୍ରକାଶ କରିଛନ୍ତି