୨୦୩ ଜଣ ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କଲେ ତହସିଲଦାର

jungle_jami

ସଞ୍ଜୟ କୁମାର ପାଣିଗ୍ରାହୀ , ଓଡ଼ିଶା ବାର୍ତ୍ତା

ବାଲିଗୁଡା,୦୩/୦୭.:କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ତହସିଲ କାର୍ଯ୍ୟାଳୟ ପକ୍ଷରୁ ରାଜସ୍ୱ ରଥ ମାଧ୍ୟମରେ ସିମନବାଡ଼ି ରାଜସ୍ୱ କାର୍ଯ୍ୟାଳୟ ଠାରେ ତହସିଲଦାର କଳାକୃଷ୍ଣ ପ୍ରଧାନ ୨୦୩ ଜଣ ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିବା ଜଣାପଡିଛି ସିମନବାଡ଼ି ମୌଜା ଅଞ୍ଚଳର ୨୦୩ ଜଣ ଆଦିବାସୀ ଲୋକଙ୍କ ଘରକୁ ଘର ନିଜେ ତହସିଲଦାର ଯାଇ ପଟ୍ଟା ପ୍ରଦାନ କରିଛନ୍ତି ସୂଚନା ଯୋଗ୍ୟ ଯେ, ୨୦୦୯ ମସିହାରେ ଲୋକେ ଜଙ୍ଗଲ ଜମି ପଟ୍ଟା ନିମନ୍ତେ ଆବେଦନ କରିଥିଲେ ଏହି କାର୍ଯ୍ୟକ୍ରମରେ ସିମନବାଡ଼ି ରାଜସ୍ୱ ନିରୀକ୍ଷକ ବିଜୟ ବେହେରା, ସହକାରୀ ରାଜସ୍ୱ ନିରୀକ୍ଷକ ଗଣେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ  ସହଯୋଗ କରିଥିଲେ