ସରକାରୀ ଜମିକୁ ନିଜର କହି ମହିଳାଙ୍କୁ ଧମକ ଦେଇ ବାପ ପୁଅ ଗିରଫ

ସଞ୍ଜୟ କୁମାର ପାଣିଗ୍ରାହୀ, ଓଡ଼ିଶା ବାର୍ତ୍ତା

 ବାଲିଗୁଡା,୨୯/୦୬(): ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଅଞ୍ଚଳରେ ଆରମ୍ଭ ହେଲାଣି ଜମି ମାଫିଆଙ୍କ ରାଜ ସରକାରୀ ଜମିକୁ ନିଜ ଅତ୍ୟାରକୁ ନେବା ପାଇଁ କେତେବେଳେ କାହାକୁ ଆକ୍ରମଣ କରୁଛନ୍ତି ଆଉ କେତେବେଳେ କାହାରି ଘର ଭାଙ୍ଗି ଜିନିଷ ଚୋରି କରିନେଉଛନ୍ତି ଦାରିଙ୍ଗବାଡ଼ି ଭଳି ଅନେକ ସ୍ଥାନରେ ସରକାରୀ ଜମିକୁ ହଡ଼ପ କରିବା ସହ ବିକ୍ରିବଟା କରାଯାଉଥିବା ଅଭିଯୋଗ ହୋଇଆସୁଛି ଏପରିକି ସରକାରୀ ଜମିକୁ ନେଇ ବିଭିନ୍ନ ସମୟରେ ଗଣ୍ଡଗୋଳ ହୋଇ ଲୋକେ ଥାନାରେ ଦ୍ୱାରସ୍ତ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି ଏପରି କିଛି ଘଟଣା ଘଟିଛି ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଲୋହରା ସାହି ନିକଟରେ ଥିବା ସରକାରୀ ଜମିରେ ସରକାରୀ ଜମିକୁ ନେଇ ଦୁଇ ପକ୍ଷ ଗଣ୍ଡଗୋଳ ହୋଇଥିବା ସହ ଘର ଭାଙ୍ଗି ଲୁଟ୍କରାଯାଇଥିବା ଅଭିଯୋଗ ହୋଇଥିଲା ଏହାକୁ ଆଧାର କରି ଦାରିଙ୍ଗବାଡ଼ି ସ୍ଥିତ ତୁର୍କୀବାଡ଼ି ଗ୍ରାମର ଦୁଇ ଜଣ ଜମି ମାଫିଆଙ୍କୁ ଦାରିଙ୍ଗବାଡ଼ି ପୋଲିସ ଗିରଫ କରି  କୋର୍ଟଚାଲାଣ କରିଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି ଦୁଇ ଜଣ ଜମି ମାଫିଆ ହେଲେ ତୁର୍କୀବାଡ଼ି ଗ୍ରାମର ପୀତବାସ ମାଳବିଷୋୟୀ ଏବଂ ତାଙ୍କ ପୁଅ ଆଲୋକ ମାଳବିଷୋୟୀ ଅଭିଯୋଗ ଅନୁଯାଇ ଗତ ଏପ୍ରିଲ ମାସ ୨୪ ତାରିଖ ଦିନ ଲୋହରା ସାହି ନିକଟରେ ରହିଥିବା ସରକାରୀ ଜମି( ଖାତା ନଂ୩୬୯,ପ୍ଲଟ ନଂ୮୫୬) ଉପରେ ଗୌଡ଼ସାହି ଗ୍ରାମର କିଳା ନାୟକ ନାମକ ଜଣେ ମହିଳା ଏକ ଘର କରିଥିବା ବେଳେ ପିତବାସ ମାଳବିଷୋୟୀ ପୁଅ ଆଲୋକ ମାଲବିଷୋୟୀ ଦୁହେଁ ମିଶି ଏହି ଜାଗା ଆମର କହି ଉକ୍ତ ମହିଳାଙ୍କ ଘର ଭାଙ୍ଗିଦେବା ସହ ସମସ୍ତ ଘରକରଣ ସାମାନ ଚୋରି କରି ନେଇଥିଲେ ଏପରିକି ଉକ୍ତ ମହିଳାଙ୍କୁ ବାପ,ପୁଅ ମିଶି ଜୀବନରୁ ମାରିଦେବାକୁ ଧମକ ଦେବା ସହ ଅଶାଳୀନ ଭାଷାରେ ଗାଳିଗୁଳଜ ମଧ୍ୟ କରିଥିଲେ ଏହାପରେ ମହିଳା ଜଣକ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ ଏନେଇ ପୋଲିସ ମାମଲା ନଂ ୭୩/୨୧ ରୁଜୁ କରିଥିବା ବେଳେ ଏସଆଇ ସୌମ୍ୟକାନ୍ତ ପଣ୍ଡା ଘଟଣାର ତଦନ୍ତ ଆରମ୍ଭ କରିଥିଲେ ଆହୁରି ଅନେକ ଏଭଳି ସରକାରୀ ଜମି ହଡପ କାରୀଙ୍କୁ ଆଗକୁ ଧରାଯିବ ବୋଲି ଦାରିଙ୍ଗବାଡି ତହସିଲଦାର ସୂଚନା ଦେଇଛନ୍ତି