ଭଙ୍ଗା ଘରେ ବୃଦ୍ଧା ଙ୍କ ଜୀବନ ବିତୁଛି ,ଏହି ଠାରେ ସରକାର ଯୋଜନା ଫେଲ ମାରିଛି; ଯାହାକି ସାମ୍ନା କୁ ଆସିଛି ପ୍ରକୃତ ନଗ୍ନ ଚିତ୍ର ।
ସନ୍ତୋଷ କୁମାର, ଓଡ଼ିଶା ବାର୍ତ୍ତା
ନବରଙ୍ଗପୁର 🙁 ଓଡ଼ିଶା ବାର୍ତା)ତା:-୨୭/୬/୨୧କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି କିନ୍ତୁ ସେହି ଯୋଜନା ସବୁ ବଡ଼ବଡିଆ ଓ ନେତା ମାନଙ୍କ ପାଖରେ ବନ୍ଦା ପଡିଯାଉଛି ଗରିବ ନିରୀହ ଲୋକ ସେହି ସବୁ ଯୋଜନାରୁ ବଞ୍ଚିତ ହେଉଥିବାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ନନ୍ଦାହାଣ୍ଡି ବ୍ଳକଅନ୍ତର୍ଗତ ମେଣ୍ଟ୍ରି ଗ୍ରାମ ଅହଲିୟା ବିଷୋୟୀ (୭୮ ) ଝାଟିମାଟି ଭଙ୍ଗା କୁଡ଼ିଆ ରେ ଏକା ଦିନ କଟୁ ଥିବାବେଳେ ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିପାରି ନାହିଁ l ସେ ଦଦରା ଭଙ୍ଗା ଏବେବି ଦିନ କଟୁଛି,ଟିକେ ବର୍ଷା ହେଲେ ଛତା ଧରି ରାତି ରାତି ଅନିଦ୍ରା ହୋଇ ବସି ରହୁଛନ୍ତି l ମୋର ଦୁଃଖ କିଏ ବୁଝୁଛି ବୋଲି ଦୁଃଖ ପ୍ରକାଶ କରିଛନ୍ତି l ସରପଞ୍ଚ,ବିଡିଓ ଜିଲ୍ଲାପାଳଙ୍କୁ କହିବା ପରେ ମଧ୍ୟ କୌଣସି ଫୋଳାଫଳ ହୋଇନି, ଆଜି ପାଇବୁ କାଲି ପାଇବୁ ବଲି ବର୍ଷ ବର୍ଷ ବିତାଉ ଛନ୍ତି ଏବେ ଚାଲିପାରୁ ନ ଥିବାବେଳେ କାହାକୁ କହିବି ମୋର ଦୁଃଖ କିଏ ଶୁଣିବ ବୋଲି କାନ୍ଦି କାନ୍ଦି କହିଥିଲେ ବୁଡି ମାଁ l ତାଙ୍କୁ ପେନସନ ଓ ଚାଉଳ 5 କିଲୋ ଯୋଗେଇ ଦେଇ ପ୍ରଶାସନ ଚୁପ l ସରକାର ମୋତେ ଘର ଟିଏ ଯୋଗେଇ ଦିଅନ୍ତୁ ବୋଲି କାକୁତି ମିନତୀ ହୋଇଛନ୍ତି ବୁଡି ମାଁ l ଏହି ବୁଢ଼ୀ ମା ଙ୍କ ବିଷୟରେ ସ୍ତାନୀୟ ଭଦ୍ର ବ୍ୟକ୍ତି ଓ ବୁଦ୍ଧିଜୀବୀ ମହଲରେ ମଧ୍ୟ ସରକାର ଙ୍କ ଅପାରଗତ ଉପରେ ନିନ୍ଦାସହ ଅତିଶୀଘ୍ର ବୃଦ୍ଧା ଙ୍କୁ ଘର ଯୋଗାଇ ଦେବାକୁ ଦାବିକରିଛନ୍ତି ।