କୋଭିଡ୍ ସମୟରେ ସାହାଯ୍ୟର ହାତ ବଢ଼ାଇଛି ଖ୍ରୀଷ୍ଟିଆନ ସମାଜର ଫିଲୋସିପି ସେଣ୍ଟର

ସନ୍ତୋଷ କୁମାର, ଓଡ଼ିଶା ବାର୍ତ୍ତା

ନବରଙ୍ଗପୁର,:୧୪//୨୧:କୋରନା ସଂକ୍ରମଣ ଆରମ୍ଭରୁ ଖ୍ରୀଷ୍ଟିଆନ ସମାଜର ଫିଲୋସିପି ସେଣ୍ଟର ନାମକ ଏକ ସଂସ୍ଥା ଗରିବ ମାନଙ୍କ ପାଇଁ ଏକ ସାହାରା ହୋଇଥିବା ଦେଖିବାକୁ ମିଳିଛି ଏହି ସଂସ୍ଥା କୋରନାର ପ୍ରଥମ ଲେହର ଠୁ ବର୍ତ୍ତମାନ ପର୍ଯ୍ୟନ୍ତ ଗରିବ ଭିନ୍ନକ୍ଷମ ବିଦ୍ଧବା, ଏବଂ ଶିଶୁ ମାନଙ୍କୁ କୋରନା ସମୟରେ ନବରଙ୍ଗପୁର ଜିଲ୍ଲାର ବୋଭିନ୍ନ ବ୍ଲକ୍ରର ଭିଭିନ୍ନ ପଞ୍ଚାୟତ ରେ ଖାଦ୍ୟପେୟ ବ୍ୟବସ୍ଥା କରୁଥିବା ଦେଖିବାକୁ ମିଲିଛି ଆଜି ଫିଲୋସିପି ସେଣ୍ଟର ନିର୍ଦେଶକ ଶ୍ରୀ ସରୋଜ କୁମାର ହିଆଲ,ପତ୍ନୀ ମାଲବିକା ହିଆଲ ,ଦୁଇପୁଅ ସମେତ ସେଣ୍ଟର କିଛି ସଭ୍ୟ ନବରଙ୍ଗପୁର ବଡ଼ କୁମୁଲି ସ୍ଥିତ ନିଜ ବାସ ଭବନ ଠାରେ 300 ରୁ ଉର୍ଧ ବିଧବା ଭିନ୍ନକ୍ଷମ ମାନଙ୍କୁ ଏକ ମାସର ରାସୋନ ସହ 25 କେ ଜି ପକେଟ ଚାଉଳ ପ୍ରଦାନ କରିଥଲେ ଆଗରୁ ଏହି ସେଣ୍ଟର ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକ ,ପାପଡାହାଣ୍ଡି ବ୍ଲକ, ନବରଙ୍ଗପୁର ବ୍ଲକ୍ରର ବିଭିନ୍ନ ପଂଚାୟତରେ କୋଭିଡ ସମୟରେ ଶିଶୁ ମାନଙ୍କୁ  ଶିଶୁ ଖାଦ୍ୟ ଗରିବ ମାନଙ୍କୁ ରାସୋନ ଦେଇ ଆସୁଛି ବୋଲି ସେଣ୍ଟର ନିର୍ଦେଶକ ଶ୍ରୀ ସରୋଜ କୁମାର ହିଆଲ କହିଛନ୍ତି