ରବି ଧାନ ମଣ୍ଡି ସମସ୍ୟା ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଦାବି ପତ୍ର ପ୍ରଦାନ ।

ସନ୍ତୋଷ କୁମାର, ଓଡ଼ିଶା ବାର୍ତ୍ତା

ନବରଙ୍ଗପୁର(//୨୧):ରବି ଧାନ ମଣ୍ଡିରେ ବିଭିନ୍ନ ସମସ୍ୟା ନେଇ ନବରଙ୍ଗପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଦାବି ପତ୍ର ପ୍ରଦାନ କରାଯାଇଛି ଆଜି ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା   ସଭାପତି ଅରୁଣ ପୁଜାରୀ ଙ୍କ ନେତୃତ୍ୱରେ ଜିଲ୍ଲା ବିଜେପି କର୍ମକର୍ତ୍ତା ମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ରବି ଧାନ  ମଣ୍ଡିରେ ନାନା ଅବ୍ୟବସ୍ଥା ଚାଲିଥିବା ଅଦିନିଆ ବର୍ଷାରେ ଚାଷୀ କ୍ଷତି ସହିଥିବା ବିଷୟ କୂ ନେଇ ପ୍ରତିବାଦ୍ କରିଥିଲେ ଜିଲ୍ଲା ରେ ଗତ 21ତାରିଖରୂ ରବି ଧାନ ମଣ୍ଡି ଆରମ୍ଭ ହୋଇଥିବା ବେଳେ ପଞ୍ଜୀକୃତ ଚାଷୀ ଙ୍କ ଧାନ କ୍ରୟ କରିପାରୁ ଥିବାବେଳେ ଟୋକେନ ଅବଧି ଶେଷ ହେଉଥିବା ଦର୍ଶାଇ ଧାନ କିଣା ଯାଉନଥିବାରୁ ଚାଷୀ ମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ବିଜେପି କୃଷକ ମୋର୍ଚ୍ଚା ଅଭିଯୋଗ କରିଛି ଏହାର ତୁରନ୍ତ ସମାଧାନ କରା ଗଲେ ବିଜେପି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦେଇଛି

ଚାଷୀ ଙ୍କ ପାଇଁ କେନ୍ଦ୍ର ସରକାର ସମସ୍ତ ସୁବିଧା ଯୋଗାଇ ଦେଉଥିବା ବେଳେ ରାଜ୍ୟ ସରକାର ଚାଷୀ ଙ୍କ ପ୍ରତି ଧ୍ୟାନ ଦେଉନାହାନ୍ତି ବୋଲି ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯିବା ସହ 5ଦଫା ଦାବି  ଦାବିପତ୍ର ମୂଖ୍ୟମନ୍ତ୍ରୀ ଙ୍କ ଉଦେଶ ରେ ପ୍ରଦାନ କରାଯାଇଥିଲା ଅତିରିକ୍ତ ଜିଲ୍ଲାପାଳ ରତ୍ନାକର ସାହୁ ଦାବି ପତ୍ର ଗ୍ରହଣ କରିଥିଲେ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ଉପ ସଭାପତି ସତ୍ୟବାଦୀ ଷଡ଼ଙ୍ଗୀ ଜିଲ୍ଲା ମହିଳା ସଭାପତି ଶରର୍ମିଷ୍ଠା ଦେଓ ଜିଲ୍ଲା ବିଜେପି ନେତୃ ମଣ୍ଡଳୀ ଯୋଗ ଦେଇଥିଲେ