ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସରୁଗୁଡା ଗ୍ରାମ ନାଳ ନର୍ଦମା ସଫା କଲେ ଗୋଷ୍ଟି ଉନ୍ନୟନ ଅଧିକାରୀ

ସନ୍ତୋଷ କୁମାର, ଓଡ଼ିଶା ବାର୍ତ୍ତା

ନବରଙ୍ଗପୁର:ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନିଜେ ନାଳ ନର୍ଦମା ସଫା କରୁଥିଲେ ଗୋଷ୍ଟି ଉନ୍ନୟନ ଅଧିକାରୀ ଡଙ୍ଗରଭେଜା ମହକୁମାର ସରୁଗୁଡା ଗ୍ରାମ ରାସ୍ତା ନବରଙ୍ଗପୁର ସହର ଠାରୁ ନନ୍ଦାହାଣ୍ଡି ବ୍ଲକ ତେନ୍ତୁଳିଖୁଣ୍ଟି ବ୍ଲକ  କୁ ସଂଯୋଗ କରୁ ଅଛି ବହୁ ଯାନ ବାହାନ ସେଇ ଗ୍ରାମ ଦେଇ ଯାତାୟତ କରୁଥିବାବେଳେ ଏହି ଗ୍ରାମର ଲୋକମାନେ ନିଜ ଗ୍ରାମର ରାସ୍ତା କଡରେ ନାନା ବର୍ଯ୍ୟବସ୍ତୁ ଫୋପାଡ଼ି ଦେଇ ଥାନ୍ତି ରାସ୍ତାର ଦୁଇ କଡରେ ଥିବା ନାଳ ଧୀରେ ଧୀରେ ପୂର୍ଣ୍ଣ ମାତ୍ରାରେ ଚୁଣ୍ଟି  ହୋଇ ଗ୍ରାମର ଗଳି କନ୍ଦି ରାସ୍ତା ଉପର ଦେଇ ନର୍ଦ୍ଦମା ପାଣି ଗତି କରୁ ଥିବା ବେଳେ ଦୂର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି  ସମୟାନୁକ୍ରମେ ଏହାର ପିଚୁ ମଧ୍ୟ ଛାଡି ଖାଲ ଖାଲ ହୋଇ ଯାଉଥିବା ଦେଖିବାକୁ ମିଳିଛି ଯା ଦ୍ବାରା  ମଶା ମାଛି ଙ୍କ ଦ୍ଵାରା ନାନା ରୋଗରେ ଲୋକେ ପିଡୀତ ହେବାର ଦେଖାଦେଇଛି, ନନ୍ଦାହାଣ୍ଡି ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର କହଁର ନିଜେ ଗ୍ରାମ ଲୋକ ଙ୍କ ସହାୟତା ରେ ନିଜେ କୋଦାଳ ଧରି ଗ୍ରାମର ନାଳ ସଫା କରିବା ଏବେ ଜିଲ୍ଲାରେ  ଏବେ ଚହଳ ସୃଷ୍ଟି କରିଛି ବର୍ତ୍ତମାନ ଦେଖିବା କଥା ଯେ ଗୋଷ୍ଟି ଉନ୍ନୟନ ଅଧିକାରୀ ନାଳ ସଫକଲା ପରେ ଗ୍ରାମର ଲୋକେ କେତେ ପରିମାଣରେ ପରିମଳ ସ୍ୱସ୍ଛତା କୁ ସ୍ୱୀକାର କରୁଅଛନ୍ତି