ଟୋକେନ କୁ ନେଇ CSO ଙ୍କୁ ଘେରିଲେ ଚାଷୀ

ସନ୍ତୋଷ କୁମାର, ଓଡ଼ିଶା ବାର୍ତ୍ତା

ନବରଙ୍ଗପୁର:ଚାଷୀଙ୍କ ନାମ ଟୋକେନକୁ ଡେ଼ଲିଟି କରିଥିବା ଅଭିଯୋଗ ନେଇ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ କିଛି ସମୟ ପାଇଁ ଘେରାଉ କରିଥିଲେ ନବରଙ୍ଗପୁର ଶତାଧିକ ଚାଷୀ l ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ ପ୍ରତିଶୃତି ପରେ ଘେରାଉ ରୁ ହଟିଥିଲେ ଚାଷୀ

ନବରଙ୍ଗପୁର ଜିଲ୍ଲାରେ ଚଳିତ ରବି ଚାଷ ଉତ୍ପାଦିତ ଧାନ ଅଭାବ ବିକ୍ରିକୁ ନେଇଁ ଚାଷୀଙ୍କ ମଧ୍ୟରେ ଅନ୍ତୁଷ୍ଟ ଦେଖାଦେଇଛି l ଚଳିତ ବର୍ଷ ଜିଲ୍ଲା ରେ 425 ଜଣ ଚାଷୀ ରବି ଋତୁରେ ଉତ୍ପାଦିତ ଧାନ ବିକିବା ପାଇଁ ପଞ୍ଜିକୃତ କରିଛନ୍ତି l ବର୍ତମାନ ପର୍ଯ୍ୟନ୍ତ 9600 କ୍ୟୁଣ୍ଟାଲ୍ ଧାନ ସଂଗ୍ରହ କରିବା ପାଇଁ ଯୋଗାଣ ବିଭାଗ ଲକ୍ଷ୍ୟ ରଖିଥିବା ବେଳେ ଟାର୍ଗେଟ ପୂରଣ ହୋଇଯାଇଥିବାରୁ ରେଜିଷ୍ଟ୍ରସନ କରିଥିବା ଚାଷୀଙ୍କ ନାମ କାଟି ଯାଇଥିବାରୁ ଚାଷୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି l ନବରଙ୍ଗପୁର ଜିଲ୍ଲାରେ ରବି ଚାଷ ପାଇଁ ଅନେକ ଚାଷୀଙ୍କ ପଞ୍ଜିକୃତ କରିଥିବା ତଥ୍ୟ ସରକାରୀ ସ୍ଥରରୁ ଡିଲିଟ ହୋଇ ଥିବା ନେଇଁ ଚାଷୀ ଅଭିଯୋଗ କରିଛନ୍ତି l ନେଇ  ଜିଲ୍ଲା କୃଷି ବିଭାଗ  ଆର.ଆଇଙ୍କ ଯାଞ୍ଚ ରିପୋର୍ଟ କୁ ନେଇଁ  ଆବେଦନ କରାଯାଇଥିବା ମଣ୍ଡିକାର୍ଡକୁ ଡିଲିଟ କରାଯାଇଥିବା ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ସୂଚନା ଦେଇଥିବା ବେଳେ ଏହା ପୁଣିଥରେ ଯାଞ୍ଚ କରାଯାଇ ଚାଷୀଙ୍କ ନାମକୁ ମିଶ୍ରଣ କରାଯିବ ବୋଲି କହିଛନ୍ତି l ତେବେ ସବୁଠାରୁ ବଡ ସମସ୍ୟା ହେଉଛି ବର୍ତମାନ  ଉତ୍ପାଦିତ ହେଉଥିବା ଧାନ ଚାଷୀ କେଉଁଠି ବିକିବେ ତା ଏବେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି l