ବିବାହ ଭୋଜିରେ ପ୍ରଶାସନର ଚଢାଉ, ୮୦୦୦ ଟଙ୍କା ଜରିମାନା

bhoji

ଜୟକୃଷ୍ଣ ମାଝୀ, ଓଡିଶା ବାର୍ତ୍ତା

କୋଦଳାମହାମାରୀ କୋରୋନା ସଂକ୍ରମଣ ନେଇ ବିବାହ ଭୋଜି ଉପରେ ସରକାରଙ୍କ କଟକଣା ଜାରି କରାଯାଇଥିବା ବେଳେ ଶୁକ୍ରବାର ଦିନ ବେଗୁନିଆପଡା ପଞ୍ଚାୟତ ଅନ୍ତର୍ଗତ ମର୍ଦ୍ଦକୋଟ ଗ୍ରାମରେ ଏକ ବିବାହ ଭୋଜି ଚାଲି ଥିଲା ଉକ୍ତ ବିବାହ ଭୋଜିକୁ କୋଦଳା ତହସିଲ ପ୍ରଶାସନ  ଚଢାଉ କରିଥିଲେ ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗ୍ରାମର  ବଧି ସାହିର ଦୁଃଖିଶ୍ୟାମ ସ୍ବାଇଁଙ୍କ ପୁଅ ବିବାହ ଭୋଜି ଚାଲି ଥିବା ବେଳେ କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ଘଟଣା ସ୍ଥଳରେ ପହଞ୍ଚି ଭୋଜିକୁ ବନ୍ଦ କରିଥିବା ସହ ଆୟୋଜକଙ୍କ ଠାରୁ ୮୦୦୦/ ଟଙ୍କା ଜରିମାନା ଆଦାୟ କରିଛନ୍ତି