ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଲକ୍ଡାଉନ୍: ନିୟମ କଡ଼ାକଡ଼ି ସହ ଅମାନିଆଙ୍କୁ ସାବାଡ଼ କରୁଛି ପ୍ରଶାସନ

ସଞ୍ଜୟ କୁମାର ପାଣିଗ୍ରାହୀ

ବାଲିଗୁଡା: ମହାମାରୀ କରୋନା ଭୂତାଣୁର ଦ୍ୱିତୀୟ ଲହରୀ ଅସ୍ତବ୍ୟସ୍ତ କଲାଣି ସାରାଦେଶକୁ ରାଜ୍ୟରେ ମଧ୍ୟ ଦିନକୁଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଦ୍ୱିତୀୟ ଲହର ଭୟାବହ ପରିସ୍ଥିତି ସୃଷ୍ଟିକଲାଣି ସାରା ରାଜ୍ୟରେ ସଂକ୍ରମଣରେ ଅନେକଙ୍କ ଜୀବନ ମଧ୍ୟ ଚାଲିଗଲାଣି ଏଭଳି ପରିସ୍ଥିତିରେ ସଂକ୍ରମଣ ଚେନ୍ଭାଙ୍ଗିବାକୁ ରାଜ୍ୟ ସରକାର ସାରା ରାଜ୍ୟରେ ସପ୍ତାହନ୍ତ ଲକ୍ଡାଉନ୍‌, ରାତ୍ରୀକାଳୀନ କର୍ଫ୍ୟୁ ସହ ଆରମ୍ଭ କରିଛନ୍ତି ୧୪ ଦିନିଆ ଲକ୍ଡାଉନ୍ ସପ୍ତାହନ୍ତ ଲକ୍ଡାଉନ୍ପରେ ଆଜି ବଜାର ଖୋଲିଛି ଦୁଇ ଦିନ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି ଲୋକେ ସଉଦା କରିବାପାଇଁ ବିଭିନ୍ନ ଦୋକାନରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଚେକିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ସେପଟେ ମାସ୍କ ସାମାଜିକ ଦୂରତାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ସହରସାରା ପୋଲିସ୍ପଇଁତରା ମାରୁଥିବାବେଳେ ବିଭିନ୍ନ ସ୍ଥାନରେ ନାକା କରି ଗାଡ଼ି ମୋଟର ଯାଞ୍ଚବ୍ୟବସ୍ଥାକୁ ମଧ୍ୟ ଯୋରଦାର୍କରାଯାଇଛି ଅନ୍ୟପଟେ ଅମାନିଆଙ୍କୁ ସାବାଡ଼ କରିବାପାଇଁ ପ୍ରଶାସନ ପକ୍ଷରୁ ଫାଇନ୍ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି ବର୍ତ୍ତମାନ ସମୟରେ ଯେତିକି ଫାଇନ୍କଟାଯାଉଛି ଆଗାମୀ ସମୟରେ ଅମାନିଆଙ୍କୁ ସାବାଡ଼ କରିବାପାଇଁ ସେମାନଙ୍କ ନିକଟରୁ ଦୁଇଗୁଣ ଫାଇନ୍ଆଦାୟ କରାଯିବ ବୋଲି କହିଛନ୍ତି ବାଲିଗୁଡ଼ା ତହସିଲଦାର ଶଶାଙ୍କ  ପାତ୍ର  ଅନ୍ୟପଟେ ଯେଉଁ କର୍ମଚାରୀମାନେ ମୋଟରସାଇକେଲରେ ଯାତାୟାତ କରୁଛନ୍ତି ସେମାନଙ୍କ ପରିଚୟ ପତ୍ରକୁ ଯାଞ୍ଚକରାଯିବା ସହ ତାଙ୍କ ବିରୋଧରେ ଦୃଢ   କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଥିବା ବିଷୟ ତହସିଲଦାର ସୂଚନା ଦେଇଛନ୍ତି l