୧୫ ହଜାର ଚକ୍ଷୁ ରୋଗୀଙ୍କ ଅସ୍ତ୍ରପ୍ରଚାର କରିବ ଶଙ୍କର ଚକ୍ଷୁ ଚିକିତ୍ସାଳୟ
ଓଡିଶା ବାର୍ତ୍ତା
ଚଳିତବର୍ଷ ମେଧାବୀ ବାଳିକା ବିଦ୍ୟାର୍ଥୀଙ୍କୁ ସଂପୂର୍ଣ୍ଣ ମାଗଣାରେ ଦୁଇ ବର୍ଷିୟା ଏମ୍.ଏଲ୍.ଓ.ପି ପାଠ୍ୟକ୍ରମରେ ଶିକ୍ଷା ସହିତ ତାଲିମ୍ ବ୍ୟବସ୍ଥା
ବ୍ରହ୍ମପୁର- ଚଳିତବର୍ଷ ୧୫ ହଜାର ଚକ୍ଷୁ ରୋଗୀଙ୍କ ଅସ୍ତ୍ରପ୍ରଚାର କରିବାକୁ ଲକ୍ଷ୍ୟ ରଖିଛି ଶଙ୍କର ଚକ୍ଷୁ ଚିକିତ୍ସାଳୟ । ବ୍ରହ୍ମପୁର ସହର ଉପକଣ୍ଠ ହିଞ୍ଜିଳି ନିକଟବର୍ତ୍ତୀ ସମରଝୋଳ ଠାରେ ରହିଥିବା ରହିଥିବା ଶଙ୍କର ଚକ୍ଷୁ ଚିକିତ୍ସାଳୟର ଲଙ୍ଗ ସର୍ଭିସ ଆୱାର୍ଡ ପ୍ରଦାନ ଉତ୍ସବରେ ଏଭଳି ମତବ୍ୟକ୍ତ କରିଛନ୍ତି ଏହାର ଟ୍ରଷ୍ଟି ଓ କର୍ମକର୍ତ୍ତା । ୨୦୧୬ ମସିହାରେ ରାଜ୍ୟ ସରକାରଙ୍କ ସହଯୋଗରେ ଆରମ୍ଭ ହୋଇଥିବା ଶଙ୍କର ଚକ୍ଷୁ ଚିକିତ୍ସାଳୟ ଦକ୍ଷିଣ ଓଡିଶାର ଗରୀବ ରୋଗୀଙ୍କ ଠାରୁ ସାଧାରଣ ଜନତା ଙ୍କୁ ଚକ୍ଷୁ ରୋଗର ଉପଶମ ପାଇଁ ଅନେକ କାର୍ଯ୍ୟ କରିବା ସହିତ ପ୍ରତେକ୍ଷ ଭାବରେ ସହାୟତା ଏବଂ ସେବା ଯୋଗାଇ ଆସୁଅଛି । ଗତ ବର୍ଷ ପ୍ରାୟ ପାଖାପାଖି ୧୦ ହଜାର ଚକ୍ଷୁ ରୋଗୀଙ୍କ ଅସ୍ତ୍ରପ୍ରଚାର କରି ସଫଳତା ପାଇଥିବା ସୂଚନା ଦିଆଯିବା ସହିତ ସଂପୂର୍ଣ୍ଣ ଭାବରେ ଟ୍ରଷ୍ଟି ପକ୍ଷରୁ ପରିଚାଳିତ ହେଉଥିବା ଏହି ଚିକିତ୍ସାଳୟରେ ଆର୍ଥିକ ଅନଗ୍ରସର ଦୃଷ୍ଟିରୁ ଉଚ୍ଚଶିକ୍ଷା ପାଇଁ ଆଗ୍ରହ ପ୍ରକାଶ କରୁନଥିବା ମେଧାବୀ ବାଳିକା ବିଦ୍ୟାର୍ଥୀଙ୍କୁ ସଂପୂର୍ଣ୍ଣ ମାଗଣାରେ ଦୁଇ ବର୍ଷିୟା ଏମ୍.ଏଲ୍.ଓ.ପି ପାଠ୍ୟକ୍ରମରେ ଶିକ୍ଷା , ତାଲିମ୍ , ଠାରୁ ଆରମ୍ଭ କରି ହୋଷ୍ଟେଲରେ ରହିବା ,ଖାଇବା, ଷ୍ଟାଇପେଣ୍ଡ ପ୍ରଦାନ ସହିତ ଶିକ୍ଷା ଶେଷରେ ନିଯୁକ୍ତି ପ୍ରଦାନ କରି ସମାଜରେ ମୁଖ୍ୟସ୍ତ୍ରୋତରେ ସାମିଲ କରାଇବାକୁ ପ୍ରୟାଶ ଆରମ୍ଭ ହୋଇଥିବା ବେଳେ ଚଳିତବର୍ଷ ମଧ୍ୟ ଏହି ପ୍ରକିୟା ଜାରି ରହିବ ବୋଲି କୁହାଯାଇଛି ।
ଶଙ୍କର ଚକ୍ଷୁ ଚିକିତ୍ସାଳୟ ପରିସରରେ ବରିଷ୍ଠ ଆଇନଜୀବି ବି.ଶ୍ରୀନିବାସ ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ହିଞ୍ଜିଳିକାଟୁର ତହସିଲଦାର ପ୍ରଭାତ କୁମାର ପରିଡା ଯୋଗ ଦେଇ ଚିକିତ୍ସାଳୟର କାର୍ଯ୍ୟକୁ ପ୍ରଶଂସା କରିଥିବା ବେଳେ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ଜ୍ୟୋତିବିଦ୍ ଡା.ପ୍ରମୋଦ ପାତ୍ର, ବରିଷ୍ଠ ଖଲ୍ଲିକୋଟ ଏନ୍.ଏ.ସି ର ଅଧ୍ୟକ୍ଷ ନିରଞ୍ଜନ ବେହେରା , ହିଞ୍ଜିଳିକାଟୁ ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଏନ୍.ରଘୁନାଥ , ଶଙ୍କର ଚକ୍ଷୁ ଚିକିତ୍ସାଳୟର ଟ୍ରଷ୍ଟି ଏସ୍.ବିଶ୍ୱନାଥନ୍ ,ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜେ.ବାବୁ , ଆନ୍ତର୍ଜାତୀୟ ରେଟିନା ବିଶେଷଜ୍ଞ ସୁରେନ୍ଦ୍ର ନାଥ ରେଡି ପ୍ରମୁଖ ଉପସ୍ଥିତ ରହି ଶଙ୍କର ଚକ୍ଷୁ ଚିକିତ୍ସାଳୟର କାର୍ଯ୍ୟ ଏବଂ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିବା ସହିତ ଗତ ଛଅ ବର୍ଷ ଧରି ଲଗାତର ଭୂମିକାକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଦୀର୍ଘଦିନ ଧରି ସେବା ଯୋଗାଇ ଆସୁଥିବା 38 କର୍ମଚାରୀ ଓ ଅଧିକାରୀ ଙ୍କୁ ଲଙ୍ଗ ସର୍ଭିସ ଆୱାର୍ଡ ପ୍ରଦାନ କରାଯାଇ ସମ୍ୱର୍ଦ୍ଧିତ କରାଯାଇଥିଲା । ଶେଷରେ ନଳିନୀ ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ ।
ସୂଚନାନୁଯାୟୀ ଗତ 2016 ମସିହା ଜୁନ୍ -11 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଶଙ୍କର ଚକ୍ଷୁ ଚିକିତ୍ସାଳୟ ସାତ ବର୍ଷରେ ପାଦ ଥାପିଥିବା ବେଳେ ଟାଟାଷ୍ଟିଲ ର ଆର୍ଥିକ ସହାୟତାରେ ଏବଂ କାଞ୍ଚି କାମକୋଠୀ ପୀଠର ଶଙ୍କରାଚାର୍ଯ୍ୟଙ୍କ ପକ୍ଷରୁ ପରିଚାଳିତ ଟ୍ରଷ୍ଟି ଏହି ଚକ୍ଷୁ ଚିକିତ୍ସାଳୟ ଅଦ୍ୟାବଧି 32043 ଗୋଟି ଚକ୍ଷୁ ରୋଗର ଅସ୍ତ୍ରପ୍ରଚାର କରାଯାଇଥିବା ବେଲେ ସେଥିମଧ୍ୟରୁ 20775 ଗୋଟି ସଂପୂର୍ଣ୍ଣ ଭାବରେ ବିନା ଅର୍ଥରେ ଗରୀବ ବି.ପି.ଏଲ୍ ପରିବାର ଙ୍କୁ ଯୋଗାଇ ଦିଆଯାଇଥିବା କୁହାଯାଇଛି । ସେହିପରି ଅଦ୍ୟାବଧି 4,33,352 ଜଣ ରୋଗୀ ଙ୍କୁ ଓପି.ଡି ସେବା ଯୋଗାଇ ଦିଆଯାଇଥିବା ବେଳେ ସେଥିରେ 2ଲକ୍ଷ 78ହଜାର983 ଜଣ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିବା କହିଛନ୍ତି ଚିକିତ୍ସାଳୟ କର୍ତ୍ତୁପକ୍ଷ ।