୧୨ କିଲୋର ବଜ୍ରକାପ୍ତା କୁ ଉଦ୍ଧାର କଲା କୋଡ଼ିଙ୍ଗା ବନବିଭାଗ

kapta

ସନ୍ତୋଷ କୁମାର, ଓଡ଼ିଶା ବାର୍ତ୍ତା

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବନବିଭାଗ ଦ୍ୱାରା ଏକ ୧୨ କିଲୋର ବଜ୍ରକାପ୍ତା କୁ ଉଦ୍ଧାର କରିଥିବା ଜଣାପଡିଛି ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ କୋଷାଗୁମୁଡା ବ୍ଲକ ମାଙ୍କିଡି ଗ୍ରାମ ଭିତରକୁ ଏକ ବଜ୍ରକାପ୍ତା ନିକଟସ୍ଥ ଜଙ୍ଗଲରୁ ଚାଲିଆସିଥିଲା ଏହା ଦେଖି ଗ୍ରାମବାସୀ ବଡ଼ଆମ୍ବଡା ପୁଲିସ ଫାଣ୍ଡି କୋଷାଗୁମୁଡା ବନବିଭାଗ କୁ ଖବର ଦେଇଥିଲେ   ଖବର ପାଇ କୋଷାଗୁମୁଡା ବନବିଭାଗ ପକ୍ଷରୁ କୋଡ଼ିଙ୍ଗା ରେଞ୍ଜର ଆଶିଷ କୁମାର କହଁର , କୋଷାଗୁମୁଡା ବନପାଳ ଡି.ଉମେଶ୍ୱର ନାଇଡୁ , ବନରଖି ଦୀପକ କୁମାର ପ୍ରଧାନ , ପ୍ରଭାତ ବିଶୋଇ , ବସନ୍ତ କୁମାର ନାୟକ ପ୍ରମୁଖ ଉକ୍ତ ଗ୍ରାମକୁ ଯାଇ ବଜ୍ରକାପ୍ତାଟିକୁ ଉଦ୍ଧାର କରି ବନବିଭାଗ କାର୍ଯ୍ୟାଳୟ କୁ ଆଣି ତାର ଚିକିତ୍ସା କରାଯାଇଥିବା ଜଣାପଡିଛି ଆଉ ଦିନେ ରଖି ଉକ୍ତ ବଜ୍ରକାପ୍ତାକୁ ଜଙ୍ଗଲରେ ଛଡ଼ାଯିବ ବୋଲି କୋଡ଼ିଙ୍ଗା ରେଞ୍ଜର ଆଶିଷ କୁମାର କହଁର  ସୂଚନା ଦେଇଛନ୍ତି