ବ୍ରହ୍ମପୁର ସହରରେ ସ୍ୱେଚ୍ଛାସେବୀ ସଂଗଠନ ଟିମ କ୍ଲିନ ସିଟି ପକ୍ଷରୁ ସାମାଜିକ କାର୍ଯ୍ୟ

clean

ବ୍ରହ୍ମପୁର:ବ୍ରହ୍ମପୁର ସହରରେ ସ୍ୱେଚ୍ଛାସେବୀ ସଂଗଠନ ଟିମ କ୍ଲିନ ସିଟି ପକ୍ଷରୁ ସାମାଜିକ କାର୍ଯ୍ୟ ଜାରି ରହିଛି ସପ୍ତାହର ଶେଷ ଦିବସ ରବିବାର ଦିନ ଟିମର ସଦସ୍ୟମାନେ ସହର ପରିକ୍ରମା କରି ରାସ୍ତାର ଉଭୟ ପର୍ଶ୍ୱର ପ୍ରାଚୀରରେ ଲାଗିଥିବା ବେନିୟମ ପ୍ରଚାର ପତ୍ର ବା ପୋଷ୍ଟର ଗୁଡିକୁ ବାହାର କରିଥିଲେ ପରେ ସଦସ୍ୟମାନେ ଗୋଶାଣିନୁଆଗାଁ ମୁଖ୍ୟ ରାସ୍ତାକଡରେ ବସିଥିବା ଜନୈକ ପାଗଳ ବ୍ୟକ୍ତିଙ୍କୁ ଉଦ୍ଧାର କରି ତାଙ୍କୁ ସହାୟତା କରିଥିଲେ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ନାମ ବାବୁଲା ବୋଲି ଜଣାପଡିଛି ତାଙ୍କର  ଅସନାବସ୍ତ୍ରଗୁଡିକୁ ବାହାର କରିବା ପରେ ତାଙ୍କର ଦାଢ଼ି କେଶ ସଫା କରାଯାଇଥିଲା ପରେ ତାଙ୍କୁ ସଫା କରି ଗାଧୋଇ ଦିଆଯିବା ସହ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା ଶେଷରେ ତାଙ୍କୁ ଖାଇବାକୁ ଦେଇଥିଲେ ଟିମର ସଦସ୍ୟମାନେ

TEAM CLEAN CITY ACTIVITY

 ଟିମର ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ଭୁୟସୀ ପ୍ରଶଂସା କରିଥିଲେ ଏହି ଉଦ୍ଧାର କାର୍ଯ୍ୟ ଟିମ କ୍ଲିନ ସିଟିର ୬୨ତମ ଉଦ୍ଧାର କାର୍ଯ୍ୟ ହୋଇଥିବା ବେଳେ ପୋଷ୍ଟର ଚିରା ଅଭିଯାନ ୯୯ଦିବସରେ ପହଞ୍ଚିଛି ଆଗାମୀ ଦିନରେ ଏଭଳି କାର୍ଯ୍ୟ ଜାରି ରହିବା ସହିତ ଅନ୍ୟ ନୂତନ ପ୍ରକଳ୍ପ ଯୋଜନା ସହିତ ଟିମ ସାମାଜିକ କାର୍ଯ୍ୟ ସମ୍ପାଦନ କରିବ ବୋଲି ଟିମ ପକ୍ଷରୁ କୁହାଯାଇଛି