ବେଗୁନିଆପଡା ବ୍ଲକରେ ଠିକାଦାର ସଙ୍ଘ ଗଠିତ
Jayakrushna Majhi,Bureau,Odishabarta
କୋଦଳା– ବେଗୁନିଆପଡା ବ୍ଲକରେ ଶୁକ୍ରବାର ଦିନ ଶ୍ରୀ ଶ୍ରୀ ଅମରେଶ୍ୱର ଠିକାଦାର ସଙ୍ଘ ଗଠିତ ହୋଇଯାଇଛି। ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ନାରାୟଣୀ ମନ୍ଦିର ପରିସରରେ ଅନୁଷ୍ଠିତ ବୈଠକରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ଚରଣ ନାୟକ, ଉପସଭାପତି ଜିତେନ୍ଦ୍ର କୁମାର ବେହେରା, ସଂପାଦକ ଗୌରାଙ୍ଗ ଚରଣ ରଥ, ସହ ସମ୍ପାଦକ ଅଶୋକ କୁମାର ପ୍ରଧାନ, କୋଷାଧ୍ୟକ୍ଷ ସୁରେନ୍ଦ୍ର ଜେନା ସହ କୋଷାଧ୍ୟକ୍ଷ ଜଗନ୍ନାଥ ଗୌଡ଼ ନିର୍ବାଚିତ ହୋଇଥିଲେ। ଟେଣ୍ଡର ପକାଇବା ଠାରୁ ଆରମ୍ଭ କରି କାମ କରୁଥିବା ସମୟରେ କୌଣସି ଅସୁବିଧା ହେଲେ ପରସ୍ୱର ସହଯୋଗରେ କାର୍ଯ୍ୟକରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।ଅଗାମୀ ଦିନରେ ସଙ୍ଘକୁ ମଜୁଭୁତ କରିବା ସହ ଅନେକ ସାମାଜିକ ଉର୍ଣ୍ଣୟନ କାର୍ଯ୍ୟ କରାଯିବ ବୋଲି ସଭାପତି କହିଛନ୍ତି।
