ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତରେ ବେଗୁନିଆପଡା ପଂଚାୟତ ସମିତି ବୈଠକ
Jayakrushna Majhi,Odishabarta
ଗଂଜାମ ,(ବେଗୁନିଆପଡା ):କରୋନା କଟକଣା ଦୃଷ୍ଟିରୁ ଦିର୍ଘ୍ୟ ଦିନର ବିରତି ପରେ ରବିବାର ଦିନ ଗଂଜାମ ଜିଲ୍ଲା ବେଗୁନିଆପଡା ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହା ପୂର୍ବରୁ ବ୍ଲକ ପରିସରରେ ଥିବା ଗୋଷ୍ଠୀ ଶୌଚାଳୟକୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତରେ ଆସ୍କା ସାଂସଦ ଶ୍ରୀମତି ପ୍ରମିଳା ବିଷୋୟୀ ଉଦଘାଟନ କରିଥିଲେ। ଏହା ପରେ ନୂତନ ଭାବେ ସଭାଗୃହ କୁ ମଧ୍ଯ ଉଦଘାଟନ କରିଥିଲେ। ଆରମ୍ଭରେ କୁମ୍ଭାରଗାଁ ସରପଞ୍ଚ ,ଚନ୍ଦନପୁର ସମିତି ସଭ୍ୟଙ୍କ ଅକାଳ ବିୟୋଗରେ ଗୃହ ପକ୍ଷରୁ 2 ମିନଟ ନିରବ ପ୍ରାଥନା କରାଯିବା ପରେ ,ଉକ୍ତ ଗୃହକୁ ଆଜିର ସମିତିରେ ବିଧାୟିକାଙ୍କ ପ୍ରସ୍ତାବ ପରେ ଉପସ୍ଥିତ ସମସ୍ତ ସଭ୍ୟଙ୍କ ସହମତି କ୍ରମେ ମର୍ଦ୍ଧରାଜ ସମିଳନୀ କକ୍ଷ ଭାବେ ନାମିତ କରାଯାଇଥିଲା।ଏହାପରେ ପୂର୍ବ ବୈଠକର ବିବରଣୀ ଗୃହୀତ ପରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ସମନ୍ୟୁତ ଶିଶୁ ବିକାଶ ଯୋଜନା, ଜଳ ଓ ପରିମଳ, ଉର୍ନତି ମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା। ଚଳିତ ଖରୀଫରେ ଚାଷୀଙ୍କ ଧାନ କିପରି ସୁରୁଖୁରୁରେ କ୍ରୟ କରାଯିବ,ପିଲାଙ୍କ ଅଭିଭାବକଙ୍କ ସହ ଯୋଗାଯୋଗ କରି ଅନ ଲାଇନ ଶିକ୍ଷାକୁ ସୁଦୃଢ କରିବା, ଓଡ଼ିଆ ଆଦର୍ଶ ବିଦ୍ୟାଳୟରେ +2 ଖୋଲିବା ପାଇଁ ପଦକ୍ଷେପ ନେବା,ମହିଳା ସଙ୍ଘକୁ ସକ୍ରିୟ ଓ ରୋଜଗାରକ୍ଷମ କରିବା,ଗ୍ରାମାଞ୍ଚଳରେ ଜଳ ଯୋଗାଣ ପ୍ରକଳ୍ପ ଗୁଡିକ ଠିକ ଭାବରେ କାର୍ଯ୍ୟକାରୀ କରିବା ଆଦି ବିଷୟରେ ଆଲୋଚନା କରି ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି।ଏଥିରେ ବ୍ଲକ ଅଧ୍ୟକ୍ଷ। କେ ରାଜଲକ୍ଷ୍ମୀ ଦୋରା, ଉପାଧ୍ୟକ୍ଷ ଭ୍ରମର ଭୂୟାଁ, ବିଡ଼ିଓ ବେଦବର ପ୍ରଧାନ, ଅବନି କାନ୍ତ ସାହୁ,ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି, ମନୋଜ କୁମାର ପାଣ୍ଡିଙ୍କ ସମେତ ସରପଞ୍ଚ ସମିତି ସଭ୍ୟ,ବିଭାଗୀୟ ଅଧିକାରୀ, ବ୍ଲକ କର୍ମଚାରୀ ମାନେ ଯୋଗ ଦେଇଥିଲେ।
