ପୁସ୍ତକ ‘ଲୋକସମ୍ପର୍କ ଓ କର୍ପୋରେଟ୍ ଯୋଗାଯୋଗ’ର ପ୍ରଚ୍ଛଦ ଉନ୍ମୋଚିତ

cover

Bureau,Odishabarta

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି)ରେ ଆଜି ଅପରାହ୍ଣରେ ସୁସାହିତ୍ୟିକ ତଥା ଗଣମାଧ୍ୟମ ଶିକ୍ଷାବିତ୍. ମୃଣାଳ ଚାଟାର୍ଜୀ ସାମ୍ବାଦିକତାରୁ ଗଣମାଧ୍ୟମ ଶିକ୍ଷା କ୍ଷେତ୍ରକୁ ଆସିଥିବା ସୌମ୍ୟ ରଞ୍ଜନ ବିହାରାଙ୍କ ଦ୍ୱାରା ଲିଖିତ ପୁସ୍ତକଲୋକସମ୍ପର୍କ କର୍ପୋରେଟ୍ଯୋଗାଯୋଗ ପ୍ରଚ୍ଛଦ ଉନ୍ମୋଚିତ ହୋଇଛି

ବର୍ତ୍ତମାନ ସମୟରେ ଲୋକସମ୍ପର୍କ ଗଣମାଧ୍ୟମ ଏବଂ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଉଠିଲାଣି ଜନମତାମତକୁ ସକାରାତ୍ମକ ଭାବେ ପ୍ରଭାବିତ କରିବାରେ ଏବଂ ଏକ ଅନୁଷ୍ଠାନର ଭାବମୂର୍ତ୍ତିକୁ ଉଜ୍ଜ୍ୱଳ କରି ରଖିବାରେ ଏହାର ଆବଶ୍ୟକତା କ୍ରମଶଃ ଅଧିକ ଅନୁଭୂତ ହେଉଛି ଅର୍ଥନୀତିର ଅଗ୍ରଗତି ସହିତ କର୍ପୋରେଟ୍ଯୋଗାଯୋଗ ମଧ୍ୟ ଏକ ସ୍ୱତନ୍ତ୍ର ବିଷୟ ପେସା ଭାବରେ ଉଭା ହେଲାଣି ଏସବୁ ଦୃଷ୍ଟିରୁ ବିଚାର କରିଲେ ଓଡ଼ିଆ ଭାଷାରେ ବିଷୟରେ ଏଯାଏ ବେଶି ପୁସ୍ତକ ଲେଖାଯାଇନାହିଁ ସେ ଅଭାବକୁ ପୁସ୍ତକଟି କିଛି ମାତ୍ରାରେ ଅନ୍ତତଃ ଦୂର କରିପାରିବ ବୋଲି ପୁସ୍ତକର ଲେଖକ . ମୃଣାଳ ଚାଟାର୍ଜୀ କହିଛନ୍ତି ଖୁବ୍ଶୀଘ୍ର ପୁସ୍ତକଟି ଉନ୍ମୋଚନ ହେବ ବୋଲି ସେ ସୂଚନା ଦେଇଛନ୍ତି

ପୁସ୍ତକରେ ଲୋକସମ୍ପର୍କର ଇତିହାସଠାରୁ ଆରମ୍ଭ କରି ଏହାର କ୍ରମବିକାଶ, ଭାରତ ତଥା ବିଦେଶରେ ଏହାର ବ୍ୟବହାର, ଲୋକସମ୍ପର୍କର ବିଭିନ୍ନ ମଡେଲ୍ ଥିଓରୀ, ବିଭିନ୍ନ ଆଇନଗତ ନୈତିକ ଦିଗ, ବ୍ୟାବହାରିକ ଦିଗ ଆଦିର ଆଲୋଚନା ହୋଇଛି ଏହାସହ ଲୋକସମ୍ପର୍କର ବିଭିନ୍ନ ଉପାଦାନ, କୌଶଳର କଥା ମଧ୍ୟ ରହିଛି ସେହିପରି କର୍ପୋରେଟ୍ଯୋଗାଯୋଗ ବିପତ୍ତି ପରିଚାଳନା ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି କୋଭିଡ୍‍-୧୯ ପରି ବିପତ୍ତିର ପରିଚାଳନା ସହ ଅନ୍ୟ କେତୋଟି କେସ୍ଷ୍ଟଡି ରହିଛି ସାମାଜିକ ଗଣମାଧ୍ୟମ କିପରି ଲୋକସମ୍ପର୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଉଠିଛି, ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି

  ପୁସ୍ତକଟି ପ୍ରକାଶ କରୁଛନ୍ତି ଶେଫାଳି କମ୍ୟୁନିକେଶନ୍ସ ପୁସ୍ତକର ଅଗ୍ରୀମ ବୁକିଂ ଉନ୍ମୋଚନର ଦଶ ଦିନ ପୂର୍ବରୁ ଆରମ୍ଭ ହେବ ବୋଲି ପ୍ରକାଶନ ସଂସ୍ଥା ପକ୍ଷରୁ କୁହାଯାଇଛି ଏଥିପାଇଁ [email protected]ରେ ମେଲ୍ଯୋଗେ ଯୋଗାଯୋଗ କରିହେବ