ଦୃଢ଼ ମନୋବଳ ସହିତ ଆରୋଗ୍ୟ ଲାଭ କରିଥିବା ସାମ୍ବାଦିକ ଙ୍କ ଅନୁଭୂତି ଓ ଅଭିଜ୍ଞତା

luna

ଶକ୍ତିଧର ରାଜଗୁରୁ, (ସାମ୍ବାଦିକ)

ମୁଁ ଜଣେ ଡାକ୍ତର ନୁହଁ, ପରାମର୍ଶ ଦେବା ମୋପକ୍ଷେ ଯଦିଓ ଉଚିତ ବି ନୁହଁ ତଥାପି ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଥିବା ଜଣେ ସୁସ୍ଥ ବ୍ୟକ୍ତି ଭାବେ ମୋର ଅନୁଭୂତି ଅଭିଜ୍ଞତା ପ୍ରକାଶ କରିବାକୁ ଚେଷ୍ଟା କରୁଚି ହୋଇପାରେ ଏହା ମଧ୍ୟ ସାମ୍ପ୍ରତିକ ପରିସ୍ଥିତିରେ ଅନେକଙ୍କ ପାଇଁ ଉପାଦେୟ ହୋଇପାରେ

କରୋନା ଭୁତାଣୁ ବାୟୁରେ ଏପରିକି ଅନ୍ୟ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇପାରେ ସବୁ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ଆପଣ ସଂକ୍ରମିତ ହେବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି ତଥାପି ଭୟ କରିବାର କୌଣସି ଆବଶ୍ୟକତା ନାହିଁ ନିଜ ଶରୀରର ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ସହିତ ମନୋବଳ ଦୃଢ କରିବା ସହିତ ଡାକ୍ତରଙ୍କ ପରାମର୍ଶରେ ଆବଶ୍ୟକ ପଥୀ ଗ୍ରହଣ କରିବା ଜରୁରୀ କୁହାଯାଏ ଥଣ୍ଡା, କାଶ, ଜ୍ୱର ଛିଙ୍କ ଆଦି ଭଳି ଲକ୍ଷଣ ସାଧାରଣତଃ କରୋନା ରୋଗୀଙ୍କ ନିକଟରେ ଦେଖାଦିଏ

କିନ୍ତୁ ଆମେ ଦେଖିଛେ ବିନା ଲକ୍ଷଣରେ ଅଧିକାଂଶ ରୋଗୀ ଚିହ୍ନଟ ମଧ୍ୟ ହୋଇଛନ୍ତି ଏଣୁ ଲକ୍ଷଣ ଥାଉ ଅଥବା ନଥାଉ ଟେଷ୍ଟ କରି ସଂଗରୋଧରେ ରହି ନିଜେ ସୁରକ୍ଷିତ ରହିବା ସହ ନିଜ ନିକଟତମ ଲୋକଙ୍କୁ ସୁରକ୍ଷିତ ରଖିବା ସବୁଠାରୁ ଶ୍ରେୟ ପ୍ରଥମେ ମୋର ଯେତେବେଳେ ଜ୍ୱର ହେଲା ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭାଇରଲ ଜ୍ୱର ବୋଲି ଅନୁମାନ କରି ଔଷଧ ସେବନ ଆରମ୍ଭ କଲି ଏଜିଥରୋମାଇସିନ ପାରାସିଟାମାଲ ବି ଖାଇଲି କିନ୍ତୁ ସାବଧାନ ଏକକାଳୀନ 5ଦିନରୁ ଅଧିକ ଏଜିଥରୋମାଇସିନ ଖାଇବେନି କି ଜ୍ୱର ନଥିଲେ ପାରାସିଟାମଲ ଖାଇବେନି ଆଣ୍ଟିବାୟୋଟିକ ଖାଇବା ଫଳରେ ପତଳା ଝାଡା ବି ହେବ, ଚିନ୍ତା କରିବା ଆବଶ୍ୟକ ନୁହେଁ ନରମ ଖାଦ୍ୟ ଖାଇବା ସହ ଯଥେଷ୍ଟ ( ଆର ଏସ) ଲେମ୍ବୁ ପାଣି ପିଇବାକୁ ଭୁଲିବେନି ତରଳ ଝାଡା ଯୋଗୁଁ ଶରୀର ଦୁର୍ବଳ ମଧ୍ୟ ଲାଗିବ ନିୟମିତ ଉଷୁମ ପାଣି କୁଳି କରିବେ, ଉଷୁମ ପାଣି ଯଥେଷ୍ଟ ପିଇବେ ଖାଇବାରେ କିଛିବିଯଦିଓ  କଟକଣା ନାହିଁ ତଥାପି ନିଜ ଅନୁସାରେ ଖାଦ୍ୟ ଗ୍ରହଣ କରିବେ ଏସବୁ ହେଉଛି ମୋର ଅଭିଜ୍ଞତା କିନ୍ତୁ ପରାମର୍ଶ ନୁହେଁ ସୁସ୍ଥ ହେବା ପରେ ମଧ୍ୟ ଅନ୍ୟୁନ14ଦିନ ସଂଗରୋଧରେ ରହିବା ଉଚିତ ଏହି ସମୟରେ ନିୟମିତ ଭିଟାମିନ c, ଭିଟାମିନ b complex, A to Z, zinc Cough Syrup ସବୁ ଆବଶ୍ୟକ ମୁତାବକ ସେବନ କରିବେ ……

ନିଜ ତଥା ନିଜ ଲୋକଙ୍କ କଥାକୁ ନେଇ ଆମେ କାହିଁକି ଯେକେହି ଚିନ୍ତିତ ହେବା ସ୍ବାଭାବିକ ମଧ୍ୟ କିନ୍ତୁ ମୋର ଚିକିତ୍ସା ସମୟର ଆଉ କିଛି ଅନୁଭୂତିକୁ ଯଦି ମୁଁ ପ୍ରକାଶ ,କରେ ତେବେ ମୋର ବଡ଼ ଭୁଲ ହୋଇଯିବ ନିଶ୍ଚୟ

ନିଜ ଜୀବନକୁ ବାଜି ଲଗାଇ ଅନେକ କୋଭିଡ ଯୋଦ୍ଧା ଆମ ସେବାରେ ନିୟୋଜିତ ଅଛନ୍ତି ଡାକ୍ତରଙ୍କ ଠାରୁ ଆରମ୍ଭ କରି ସୁଇପର ପର୍ଯ୍ୟନ୍ତ PPE କିଟ ପରିଧାନ କରି ଏତେ ସମୟ କାର୍ଯ୍ୟ ସମ୍ପାଦନ କରିବା ନିଶ୍ଚୟ କଷ୍ଟ ସାଧ୍ୟ ସେମାନଙ୍କୁ ଶତ ଶତ ପ୍ରଣାମ

ପ୍ରତି କ୍ଷେତ୍ରରେ ଆରୋପ, ପ୍ରତ୍ୟରୋପ ଆସିବା ବି ଏକ ସ୍ୱାଭାବିକ ପ୍ରକ୍ରିୟା ଏଣୁ ସମାଲୋଚନା କରିବା କିଛି ଭୁଲ ବି ନୁହଁ, କିନ୍ତୁ ଏହା ଯଦି ସକାରାତ୍ମକ ଅର୍ଥରେ ହୁଏ ସମସ୍ତଙ୍କ ପାଇଁ ଶ୍ରେୟ

କୋଭିଡ ପରିଚାଳନା ମୁକାବିଲା କ୍ଷେତ୍ରରେ ଆମ ରାଜ୍ୟ ଯଥେଷ୍ଟ ସ୍ୱାବଲମ୍ବୀ ଅନେକ ଆଗୁଆ ସତର୍କତାମୂଳକ ପଦକ୍ଷେପ ଯୋଗୁଁ ଆମ ରାଜ୍ୟର ସୁସ୍ଥ ହାର ମୃତ୍ୟୁ ହାର ବେଶ ଭଲରହିଛି ହଁ ଅଧିକ ଟେଷ୍ଟ ହେଉଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢିଛି ଯାହା ଆଦୌ ଚିନ୍ତାଜନକ ମଧ୍ୟ ନୁହଁ

ବର୍ତମାନ ପୁଣି ମୁଁ ଦୋହରାଇବାକୁ ଚାହୁଁଚି, ସମାଜରେ କରୋନା ଭୁତାଣୁ ଜନିତ ରୋଗୀଙ୍କୁ ଅନ୍ୟ ଦୃଷ୍ଟିରେ ଦେଖନ୍ତୁ ନାହିଁ, ଘୃଣା କରନ୍ତୁ ନାହିଁ କି ସାମାଜିକ ବାସନ୍ଦ ଭଳି ଘୃଣ୍ୟ କଥାକୁ ସୁଯୋଗ ଦିଅନ୍ତୁ ନାହିଁ ନିଜେ ସୁସ୍ଥ ହେବା ପରେ ଅନ୍ୟ ରୋଗୀଙ୍କୁ ସହାୟତାର ହାତ ବଢ଼ାଇବା ସହିତ ସମାଜରୁ କରୋନାକୁ ସମୂଳେ ଉତ୍ପାଟନ କରିବାକୁ ସମସ୍ତେ ଆଗେଇ ଆସନ୍ତୁ, ନିଜ ପ୍ଲାଜ୍ମା ଦାନ କରନ୍ତୁ

ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ? ଆଉ ଯଥାର୍ଥ ମଧ୍ୟ

ପ୍ରଶ୍ନଟି ହେଉଛି, ମୁଁ କରୋନା ଆକ୍ରାନ୍ତ, ଚିକିତ୍ସା ପରେ ଆରୋଗ୍ୟ ଲାଭ କଲି, କିନ୍ତୁ ଟେଷ୍ଟ ପରେ ମୋତେ ଯେମିତି ପଜିଟିଭି କୁହାଯାଇଥିଲା ସାର୍ଟିଫିକେଟ ଦିଆଯାଇଥିଲା ବର୍ତ୍ତମାନ କିନ୍ତୁ ମୋର ଆଉ ଟେଷ୍ଟ କରାଗଲାନି କିମ୍ବା ନେଗେଟିଭି ରିପୋର୍ଟ ବି ଦିଆଗଲାନାହିଁ ତଥାପି କଣ ମୁଁ ସୁସ୍ଥ ? ଆଉ ଏହି ଚିନ୍ତାରେ ମଧ୍ୟ ଆରୋଗ୍ୟ ଲାଭ କରିଥିବା ଲୋକ ବା ବ୍ୟକ୍ତିଙ୍କ ଠାରୁ ନିଜକୁ ଦୂରେଇ ରଖୁଥିବା ଦେଖିବାକୁ ମିଳିଛି

ଏହି ପ୍ରଶ୍ନର ସିଧା ଉତ୍ତର ଦେବାକୁ ମୁଁ ଚେଷ୍ଟା କରୁଛି

କରୋନା, ଏକ ଭୁତାଣୁ ଜନିତ ସଂକ୍ରମଣ ରୋଗ ସଂଗରୋଧ ହିଁ ଏକମାତ୍ର ବିକଳ୍ପ ଯେତେ ଅଧିକ ପାରିବା ସଂଗରୋଧ ନିୟମକୁ ପାଳନ କରିବା ଆଇ ଏମ୍ ଆର ସି କହିବା କଥା, ସଂଗରୋଧ କଟକଣା14ଦିନ ଜଣେ ପଜିଟିଭି ଚିକିତ୍ସା ସହିତ ସଂଗରୋଧ ରହିଥାଏ ସେଥି ମଧ୍ୟରେ କ୍ରମାଗତ 3ରୁ ଅଧିକ ଦିନ ଜ୍ୱର ବା ଅନ୍ୟ ଲକ୍ଷଣ ଦେଖା ନଗଲେ ସମ୍ପୃକ୍ତ ରୋଗୀଙ୍କ ଶରୀରରୁ କରୋନା ଭୁତାଣୁ ନଷ୍ଟ ହୋଇଯାଇଥାଏ ଅର୍ଥାତ ନିର୍ଜୀବ ହୋଇଯାଏ ନିଜେ ସଂକ୍ରମଣ ହୋଇପାରେନା ବା ସମ୍ପୃକ୍ତ ବ୍ୟକ୍ତିଙ୍କର ବି କିଛି କ୍ଷତି କରିପରେନା ଏଭଳି କ୍ଷେତ୍ରରେ ଯଦି ବି ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ୱାବ ଟେଷ୍ଟ କରାଯାଏ ପଜିଟିଭି ରିପୋର୍ଟ ଆସେ ତାହାହେଲେ ମଧ୍ୟ କୌଣସି ସମସ୍ୟା ନଥିବା ସ୍ପଷ୍ଟ ହୋଇଛି ଏଥିପାଇଁ ଜଣେ କରୋନା ରୋଗୀକୁ ପୁଣି ସଂକ୍ରମଣ ହେବା ଘଟଣା ନଜିର ନାହିଁ ଏଭଳି ସ୍ଥିତିରେ ଲକ୍ଷଣ ନଲୁଚାଇ ଟେଷ୍ଟ କରିବା ହେଉଛି ସବୁଠାରୁ ବୁଦ୍ଧିମାନ ବ୍ୟକ୍ତିର ପରିପ୍ରକାଶ ଏଥିପାଇଁ ଥରେ ଟେଷ୍ଟ ପରେ ପୁଣି ଥରେ ଟେଷ୍ଟ ଉପରେ ଗୁରୁତ୍ୱ ଦିଆଯାଉନଥିବା ଜଣାପଡିଛି

ଏଥିରୁ ଏହା ମଧ୍ୟ ପରୋକ୍ଷରେ ସ୍ପଷ୍ଟ, ଯେ ଥରେ ଜଣେ ସଂକ୍ରମିତ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରରେ ଇମ୍ୟୁନିଟି ବା ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ ଯାହା କରୋନା ଭୁତାଣୁକୁ ଶରୀରରେ ପ୍ରତିହତ କରିଥାଏ ଏହି କାରଣରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ପ୍ଲାଜ୍ମା ଗୁରୁତର ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ବେଶ ସହାୟକ ହୋଇପାରିଛି ଯାହାକୁ ପ୍ଲାଜ୍ମା ଥେରାପି କୁହାଯାଏ ଆମ ରାଜ୍ୟରେ ଏହାର ସଫଳ ପରୀକ୍ଷଣ ମଧ୍ୟ ହୋଇସାରିଛି

ଜୟ ଜଗନ୍ନାଥ ….ଆସନ୍ତୁ, ମିଳିମିଶି ଲଢ଼ିବା, କରୋନାକୁ ହରାଇବା