ଜଗଦଳପୁର ଗ୍ରାମ ପାୟତର ୧ ନମ୍ବର ଅଙ୍ଗନବାଡି ସେଣ୍ଟରରେ ସରକାରଙ୍କ ନୀୟମକୁ ଫୁ…
ବି ଜଗନ୍ନାଥ ପାତ୍ର,Odishabarta
ବ୍ରହ୍ମପୁର (ଜଗଦଳପୁର):ବର୍ତ୍ତମାନ କରୋନା ସଂକ୍ରମଣ ପାଇଁ ଲୋକଙ୍କୁ ଘରୁ ବାହାରକୁ ବାହାରିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି l କିନ୍ତୁ ଜଗଦଳପୁର ଏ ଡବ୍ଲ୍ୟୁ ଡବ୍ଲ୍ୟୁ ୧ନଂ ସେଣ୍ଟରର ଅଙ୍ଗନବାଡି କର୍ମୀ ରେଣୁକା ସାହୁ ସରକାରଙ୍କ ନିୟମକୁ ଖୁଲମ ଖୋଲା ଉଲଂଘନ କରିଛନ୍ତି l ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ସରକାରଙ୍କ ନିର୍ଦ୍ଦେଶ ରହିଛି ଯେ, ଘର ଘର ବୁଲି ଅଣ୍ଡା ଏବଂ ଛତୁଆ ପ୍ରଦାନ କରିବା ନିମନ୍ତେ l କିନ୍ତୁ କୁକୁଡ଼ାଖଣ୍ଡି ବ୍ଲକ ଆଇସିଡିଏସ ଅଧିନସ୍ଥ ଜଗଦଳପୁର ପଞ୍ଚାୟତର ୧ ନମ୍ବର ଅଙ୍ଗନବାଡ଼ି ସେଣ୍ଟରରେ କାର୍ଯ୍ୟରତ ଥିବା ରେଣୁକା ସାହୁ ହେଲ୍ପରଙ୍କ ସହାୟତା ରେ ଘର ଘର ବୁଲି ଡାକିବା ସହ ନିଜ ଘରେ କରିଥିବା ଅଙ୍ଗନବାଡି ସେଣ୍ଟରରୁ ଛତୁଆ ଓ ଅଣ୍ଡା ପ୍ରଦାନ କରିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା l ଏହି ଘଟଣା ବିଷୟରେ ଅଙ୍ଗନବାଡି ଦିଦିଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଘର ଘର ବୁଲି ଅଣ୍ଡା ଛତୁଆ ପ୍ରଦାନ କରିବା ପାଇଁ ସରକାର ଆମକୁ ଏକ୍ସଟ୍ରl ଟଙ୍କା ଦେଇନାହାନ୍ତି l ସେଥିପାଇଁ ଲୋକଙ୍କୁ ଡାକି ଅଣ୍ଡା ଛତୁଆ ପ୍ରଦାନ କରାଯାଉଛି l ତେବେ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା କରୋନା ଭୁତାଣୁ ସଂକ୍ରମଣ ରୁ ଯେପରି ରକ୍ଷା ପାଇପାରିବା ତାକୁ ନେଇ ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳ ମାନଙ୍କରେ ସଚେତନତା ଜାରି ରଖିଛନ୍ତି l ତେବେ ଏହିଭଳି ଏକ ଭୟଙ୍କର ସ୍ଥିତିରେ ମଧ୍ୟ ସରକାରଙ୍କ ନିୟମକୁ ଖୁଲମଖୋଲା ଉଲଂଘନ କରୁଥିବା ଅଙ୍ଗନବାଡିଙ୍କ ବିରୋଧରେ ସମନ୍ବିତ ଶିଶୁ ବିକାଶ ବିଭାଗ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ କେଉଁଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାକୁ ନେଇ ସାଧାରଣ ବୁଦ୍ଧିଜୀବୀ ଚାହିଁ ରହିଛନ୍ତି lଜଗଦଳପୁର quarantined ସେଣ୍ଟର ରେ ଇନଭେଟର ନାହିଁ କି ପିଇବାକୁ aquagard ବି ନାହିଁ ଆସିଛି କିନ୍ତୁ ତାହା ଜଗଦଳପୁର ପଂଚାୟତ ରେ ରଖା ହେଇଛି (?).
