ଗୋରୁଗାଈ ଗୁଡ଼ିକ ଖାଈବାକୁ ନ ପାଇ ଜରାଜୀର୍ଣ୍ଣ ହୋଇଗଲେଣି (!)

go_sampada

ବ୍ରହ୍ମପୁର:ବିଶ୍ଵରେ କରୋନା ମହାମାରୀ ରୂପ ନେଇଥିବା ବେଳେ ପ୍ରତିଷୋଧକ ବ୍ୟବସ୍ଥା ଅନୁଯାଇ ଉଭୟ ରାଜ୍ୟ କେନ୍ଦ୍ର ସରକାର ଲକ୍ ଡାଉନ୍ ଘୋଷଣା କରିଛନ୍ତି ଫଳରେ ଦୋକାନ ବଜାର ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହୁଥିବା ବେଳେ ଖାଦ୍ୟଭାବରେ ପଡ଼ୁଛନ୍ତି ବୁଲା  ଗୋରୁଗାଈ ସରକାର ଲୋକମାନଙ୍କ ଖାଦ୍ୟପେୟ ନିମନ୍ତେ ବିଭିନ୍ନ ଯୋଜନା ଲାଗୁ କରିଛନ୍ତି କିନ୍ତୁ ଯୋଜନାରୁ ବାଦ୍ ପଡ଼ିଥିବା ବୁଲା ପଶୁମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି ପ୍ରତିଦିନ ବଜାରରେ ଚଳପ୍ରଚଳ କରୁଥିବା ବ୍ୟକ୍ତି ତଥା ହୋଟେଲ୍ ଫିଙ୍ଗା ଖାଦ୍ୟ ଖାଇ ବଞ୍ଚୁଥିବା ବୁଲା ଗୋରୁଗାଈ ଗୁଡ଼ିକ ଖାଈବାକୁ ପାଇ ଜରାଜୀର୍ଣ୍ଣ ହୋଇଗଲେଣି

ଏପରି ସ୍ଥଳେ ସେମାନଙ୍କୁ ଖାଦ୍ୟ ଦେବା ପାଇଁ ଅଣ୍ଟା ଭିଡି଼ଛିନ୍ତି ବ୍ରହ୍ମପୁର ସହର କିଛି ସ୍ବେଚ୍ଛାସେବୀ ସଂଗଠନର ମୁଖ୍ୟ ନାରାୟଣ ମହାପାତ୍ର ସହଯୋଗୀ ଲଲାଟେନ୍ଦୁ ଚୌଧୁରୀ, ଏମ୍ ରଞ୍ଜିତ କୁମାର, ବି କୃଷ୍ଣ ଗୌଡ, କିରଣ ଗୌଡ, ମାଲ ଭାଇ ପ୍ରମୁଖ କୁଣ୍ଡା, କୁଟା, ଗାଇଦାନା, ପରିବା ନେଇ ଉତ୍କଳ ଛକ ନିକଟସ୍ଥ ବଡ଼ ବୁଢ଼ୀ ଠାକୁରାଣୀ ମନ୍ଦିର ସାହିରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଭୋକିଲା ଥିବା ପଶୁଙ୍କୁ ପରଶୁ ଥିବାର ଦେଖାଯାଇଛି ନିଜସ୍ଵ ଅର୍ଥ ସହିତ କିଛି ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମ ଗତମାସ ମାର୍ଚ୍ଚ ୨୪ ତାରିଖରୁ ଆରମ୍ଭ ହୋଇ ଆଜି ୧୭ ଦିନରେ ଫଞ୍ଚିଛି ଏବଂ ତାଲା ବନ୍ଦର ଶେଷଦିନ ଯାଏଁ ଚାଲୁ ରହିବ ବୋଲି ପ୍ରକାଶ କରିଛନ୍ତି ସ୍ବେଚ୍ଛାସେବୀ ସଂଗଠନର ମୂଖ୍ୟ ନାରାୟଣ ମହାପାତ୍ର ଗୋପ୍ରେମୀଙ୍କ ଏଭଳି ଉଲ୍ଲେଖନୀୟ ପଦକ୍ଷେପ ଯୋଗୁଁ ସ୍ଥାନୀୟ ମହଲରେ ପ୍ରଶଂସାର ସୁଅ ଛୁଟୁଛି I.