ଖଲ୍ଲିକୋଟ ବ୍ଳକର ୧୫ ଜଣ ଚିହ୍ନଟ ପରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପଦକ୍ଷେପ

kk_cont

Pabitra Rout,Odishabarta

ଖଲ୍ଲିକୋଟ, (ଗଞ୍ଜାମ):କରୋନା ମହାମାରୀ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ରାଜ୍ୟ ସରକାର ଗଞ୍ଜାମ ସମେତ ୧୧ ଜିଲ୍ଲା ରେ ଶନିବାର ରବିବାର ଦୁଇ ଦିନ ସଟ ଡାଉନ ଘୋଷଣା କରିଛନ୍ତି କରୋନା ଭୟ ରେ ଲୋକମାନେ ଘରୁ ବାହାରକୁ ବାହାରୁ ନଥିବା ବେଳେ ଏପଟେ ଖଲ୍ଲିକୋଟ ବ୍ଲକ ଆଇତିପୁର ବାଦପଲ୍ଲୀ ପଞ୍ଚାୟତ ରେ ୧୫ ଜଣ କରନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ଏହି ଦୁଇଟି ପଞ୍ଚାୟତ ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱ ରେ ଥିବା ଶିକ୍ଷକ, ଅଙ୍ଗନବାଡି କର୍ମୀ, ଆଶାକର୍ମୀ ସ୍ୱାସ୍ଥ୍ୟ କର୍ମୀ ପଜେଟିଭ୍ ଚିହ୍ନଟ ହୋଇଥିବା ଖଲ୍ଲିକୋଟ ତହସିଲଦାର ଚକ୍ରଧର ପାଢ଼ି କହିଛନ୍ତି ଖଲ୍ଲିକୋଟ ବ୍ଳକର ୧୫ ଜଣ ଚିହ୍ନଟ ପରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପଦକ୍ଷେପ ନେଇଛନ୍ତି ବାଦପଲ୍ଲୀ ପଞ୍ଚୟତର ୧୨ ଜଣ ଚିହ୍ନଟ ପରେ ଗୋଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ଉକ୍ତ ଗ୍ରାମ ମଧ୍ୟରେ ଘୋଡାପଡା, ସିଆଳିଆପାଟ, କୁରିମପୁର, ଗୁଣ୍ଡୁରୀପଲୀ, ବାଦପଲ୍ଲୀ, ସାନବଳ, ନୂଆଁପଲ୍ଲୀ, ଛକାସିଂ ଦେବୀଝର ଅନ୍ତର୍ଭୁକ୍ତ ଥିବା ବେଳେ ବଫର ଜୋନ ଭାବରେ ୧୦ ଗୋଟି ଗ୍ରାମକୁ ଘୋଷଣା କରାଯାଇଛି ସେଥିମଧ୍ୟରୁ ମରେଇନୂଆଁ ଗାଁ, ନୋଲସିଂ, ଖାସୁଆ, ସୋରିଷପାଟ, ବାଦପଲ୍ଲୀ, ବି ଭାଲିଆପଦର, ପି ବଳରାମପୁରୁ, ଖାରିପଲ୍ଲୀ, କିଆପଲ୍ଲୀ କମାରସିଂ ଏତଦବ୍ୟତୀତ ଆଇତିପୁର ପଞ୍ଚୟତର ଜଣ ଚିହ୍ନଟ ପରେ ବିରିପୁରୁ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ତା ସହିତ ଉସ୍ତାପଡା, ଆଇତିପୁର, ଖୋଜାପଲ୍ଲୀ, ପାଳଧୁଆପଲ୍ଲୀ, ଭିକାପଡା, ରାଇପଡା, ରାମଚନ୍ଦ୍ରପୁର , କଇରାସି, ଲକ୍ଷ୍ମଣପୁର, ରତନପୁର, ବାଗଲପୁର, ମାଳଖୋଜାପଲ୍ଲୀ ଘୋଡାପଡା ଇତ୍ୟାଦି ୧୨ ଗୋଟି ଗ୍ରାମକୁ ବଫର ଜୋନ ଭାବରେ ଘୋଷଣା କରାଯାଇଛି ଉଭୟ ପଞ୍ଚାୟତରେ ସମୁଦାୟ ୧୫ ଜଣକ ମଧ୍ୟରୁ ଜଣ ପୁରୁଷ ଥିବାବେଳେ ୬ଜଣ ମହିଳା ଅଟନ୍ତି ସୂଚନା ପାଇ ସ୍ୱାସ୍ଥ୍ୟକର୍ମୀ ମାନେ ଗାଁ ରେ ପହଂଚି ସମସ୍ତଙ୍କ ଟେମ୍ପରଚର୍ ମାପିବା ସହ କିଭଳି ଭାବେ କରୋନା ମହାମାରୀ କୁ ମୁକାବିଲା କରାଯିବ ଏଥିଲାଗି ସୂଚନା ଦେଇଛନ୍ତି କଣ୍ଟେନମେଣ୍ଟ୍ ଜୋନ ବଫର ଜୋନ ଘୋଷଣା ହୋଇଥିବା ଗ୍ରାମରେ ଖଲ୍ଲିକୋଟ ତହସିଲଦାର, ଭେଜିପୁଟ ଫାଣ୍ତି ଅଧିକାରୀ, ଅନ୍ୟାନ୍ୟ କର୍ମଚାରୀ ପହଞ୍ଚି ଗ୍ରାମକୁ ବ୍ୟାରିକେଟ କରିବା ସହ ଡାକବାଜୀ ଯନ୍ତ୍ର ଦ୍ବାରା ଜନ ସାଧାରଣଙ୍କୁ ବିଭିନ୍ନ ନିର୍ଦ୍ଦେଶ ଦେଇଛନ୍ତି ଉକ୍ତ ଅଞ୍ଚଳକୁ ଯାତାୟତ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଯୋଗାଇ ଦେବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି