କୋଦଳା ଠାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ
Pabitra Rout,Odishabarta
ଗଞ୍ଜାମ,(ବେଗୁନିଆପଡା):12/06/20 :-ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବିଷୋୟୀ ସାହିରେ ଏକ ଅଭାବନୀୟ ଘଟଣା କ୍ରମେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ଯୁ ଘଟିଛି l ମୃତକ ଜଣକ ହେଲେ ବିଷୋୟୀ ସାହିର ଶ୍ରୀନିବାସ ପଣ୍ଡା (57) l ଏନେଇ ମୃତ ପଣ୍ଡାଙ୍କ ସ୍ତ୍ରୀ ମାନସୀ ପଣ୍ଡା କୋଦଳା ଥାନାରେ ଲିଖିତ ଏତଲା ଦେଇଛନ୍ତି l ଏତଲା ଅନୁଯାୟୀ ଶୁକ୍ରବାର ପୂର୍ବାହ୍ନ ଦଶ ଘଣ୍ଟ ସମୟରେ ମୃତ ଶ୍ରୀନିବାସ ନିଜ ଘର ଛାତ ଉପରକୁ ଯାଇଥିବା ବେଳେ ଛାତ ଉପର ଦେଇ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଉପରେ ବସିଥିବା ଏକ ମାଙ୍କଡ଼ ଡେଇଁ ପଡିବାରୁ ତାର ସଂସ୍ପର୍ଶରେ ଆସି ସେ ଲୋଟିପଡିଥିଲେ l ତୁରନ୍ତ ତାଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏତଲାକୁ ଭିତ୍ତି କରି କୋଦଳା ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିକରି ତଦନ୍ତ ଚଳାଇଛି l
