କରୋନା ମୁକାବିଲା ଦିଗରେ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ କରୋନା ଯୋଦ୍ଧା ମାନଙ୍କ ଭୂମିକା ଅତି ଉଚ୍ଚ କୋଟୀର- ଗଞ୍ଜାମ ଜିଲ୍ଲାପାଳ

ind_gjm

ଛତ୍ରପୁର ତା.୧୫.୦୮.୨୦ : ଛତ୍ରପୁର ଠାରେ ଜିଲ୍ଲା ସ୍ତରୀୟ ୭୪ତମ ସ୍ବାଧୀନତା ଦିବସ ପୋଲିସ୍ ପ୍ୟାରେଡ୍ ପଡିଆ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି  । ଜିଲ୍ଲା ସ୍ତରୀୟ ଏହି ଉତ୍ସବରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସମ୍ମିଳୀତ ପ୍ୟାରେଡର  ଅଭିବାଦନ ଗିରହଣ କରି ଜାତି ଉଦ୍ଦେଶ୍ୟରେ ଆଜି ଆମେ ୭୪ ତମ ସ୍ବାଧୀନତା ଦିବସ ପାଳନ କରୁଛେ  । ଏହି ଦୀର୍ଘ ବର୍ଷ ଭିତରେ ଭାରତ ସବୁ କ୍ଷେତ୍ରରେ ଅନେକ ପ୍ରଗତି କରିଛି  । ଏହି ପ୍ରଗତି ଭିତରେ ଅନେକ ସମସ୍ୟାର ସାମ୍ନା କରିବାକୁ ମଧ୍ୟ ପଡିଛି  । ଗଞ୍ଜାମ ଜିଲ୍ଲା ଅନେକ ସମୟରେ ବାତ୍ୟାର ମୁକାବିଲା କରି ସଫଳତା ହାସଲ କରିଛି  । ଗଞ୍ଜାମ ଜିଲ୍ଲାର ଭେଙ୍କଟରାୟପୁର ଗ୍ରାମକୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଆନ୍ତର୍ଜାତୀୟ ସ୍ତରରେ UNISCO – IOC ଦ୍ବାରା ସୁନାମୀ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ସ୍ବୀକୃତି ପ୍ରଦାନ ପାଇଛି  । ବନ୍ୟା, ବାତ୍ୟା ପରି ଅନେକ ସମସ୍ୟା ମଧ୍ୟରେ ଆଜି ଆମେ କରୋନା ଭଳି ଭୂତାଣୁ ସହିତ ମଧ୍ୟ ଲଢେଇ କରୁଛେ  । ଏହି ଲଢେଇରେ ଆମେ ବିଜୟ ହାସଲ ବି କରୁଛେ  । ସାରା ବିଶ୍ବରେ ଦେଖା ଦେଇଥିବା ଏହି ମହାମାରୀ ଓଡିଶାର କୋଣ ଅନୁକୋଣରେ ବ୍ୟାପୀ ଚାଲିଛି, ତା ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଏହାର ବ୍ୟାପକତା ସମଗ୍ର ରାଜ୍ୟରେ ଅତ୍ୟାଧିକ ହୋଇ ଅନେକ ଧନଜୀବନ ହାନୀ ଘଟିଛି  । ଏହି କରୋନା ମୁକାବିଲା ଦିଗରେ ଆମ ଗଞ୍ଜାମ ଜିଲ୍ଲାର କାର୍ଯ୍ୟରତ କରୋନା ଯୋଦ୍ଧା ମାନଙ୍କର ଭୂମିକା ଅତି ଉଚ୍ଚକୋଟୀର  । କରୋନା ରେ ଆକ୍ରାନ୍ତ ହୋଇ ଆମ ଜିଲ୍ଲାର କେତେଜଣ ନିଜ ଜୀବନ ହରାଇଛନ୍ତି  ତା ସହିତ କରୋନା ଯୋଦ୍ଧା ମଧ୍ୟ ନିଜ ଜୀବନକୁ ହରାଇଛନ୍ତି  । ଆଜି ପ୍ରାଣବଳୀ ଦେଇଥିବା କରୋନା ଯୋଦ୍ଧା ମାନଙ୍କର ପରିବାର ସହିତ ଜିଲ୍ଲା ପ୍ରଶାସନ ରହିଛି  ।

ଆମ ଜିଲ୍ଲାକୁ ଚାରି ଲକ୍ଷରୁ ଅଧିକ ପ୍ରବାସୀ ଫେରିଛନ୍ତି  । ସେମାନଙ୍କର ସମସ୍ତ ଦାୟୀତ୍ବ ସୂଚାରୁ ରୂପେ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଇ କରୋନା ସଂକ୍ରମଣକୁ ରୋକିବା ଦିଗରେ ଅହରହ ପ୍ରୟାସ ଚାଲିଛି  । ଆମ ଜିଲ୍ଲାର Doctor, Police, BDO, Tahasildar, Health Worker ଏଭଳି ଅନେକ ଅଧିକାରୀ ଓ କର୍ମଚାରୀ କରୋନା ସଂକ୍ରମଣର ଭୟକୁ ଖାତିର ନକରି ଜିଲ୍ଲାର ଜନ ଜୀବନକୁ ବଞ୍ଚାଇବା ଦିଗରେ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି  । ଆଜି କରୋନା ସହ ଲଢିବାକୁ ହେଲେ, ଆମକୁ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡିବ  । ଆସନ୍ତୁ,  ସମସ୍ତ ଜିଲ୍ଲାବାସୀ ଆଜିର ଦିନରେ ଶପଥ ନେବା, ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାନିଟାଇଜେସନ୍ କରିବା, ସାମାଜିକ ଦୂରତ୍ବ ବଜାୟ ରଖିବା, ଅତି ଜରୁରୀ ନହେଲେ ଘରୁ ବାହାରକୁ ଯିବା ନାହିଁ ତେବେ ଯାଇ ଏହି ମହାମାରୀ ଲଢେଇରେ ଜିତି ପାରିବା  ବୋଲି ଜଣାଇଥିଲେ . ।

ଏହି ପ୍ୟାରେଡ୍ ଟିରେ ମୁଖ୍ୟ ଅତିଥିଙ୍କ ସହିତ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ୍ କୁମାର ରଏ ଉପସ୍ଥିତ ଥିଲେ  । ପ୍ୟାରେଡ୍ଟିକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ହୋମ୍ ଗାର୍ଡ ଗଞ୍ଜାମ ମାନସ ରଞ୍ଜନ ମହାନ୍ତି ପ୍ୟାରେଡ୍ କମାଣ୍ଡ କରିଥିଲେ  । ତାଙ୍କୁ ପ୍ୟାରେଡ୍ ପରିଚାଳନାରେ ସେକେଣ୍ଡ ଇନ କମାଣ୍ଡାଣ୍ଟ ସଞ୍ଜୟ କୁମାର ବାରିକ ସହଯୋଗ କରିଥିଲେ  । ପ୍ୟାରେଡ୍ ପରେପରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା କରୋନା ଯୋଦ୍ଧା  Late Gourahari Behera, Teacher .ଙ୍କ ସ୍ତ୍ରୀ Smt. Basanti Behera  Majhi Danda Sahi, Bangarada, Aska, Ganjam ଏବଂ  Late Manoj Kumar Pradhan  Ex-Sarapancha, ଙ୍କ ସ୍ତ୍ରୀ  Smt. Sunita Pradhan  Gumuchhai, Belaguntha, Bhanjanagarଙ୍କୁ ସମ୍ମାନୀତ କରାଯାଇଥିଲା  । ସେହିପରି ପ୍ଲାଜମା ଦାନ କରିଥିବା . Sri Goutam Kisan – S D P O,   Chatrapur ଏବଂ  Sri Priyas Chhotray – I I C ,  Chatrapur Police Station ଙ୍କୁ ସମ୍ମାନୀତ କରାଯାଇଥିଲା  ।

CDM & PHO-CUM-DISTRICT MISSION DIRECTOR, GANJAM

Dr. Rama Chandra Mahapatra, Superintendent, CHC Kukudakhandi

Dr. Saroj Pradhan, Ayush M.O., Pailipada PHC, Bellaguntha

Mr. Prafula Kumar Patro, Dist.  Data Manager, O/O CDM & PHO Ganjam

 Ms. Pallavi Pati, Dist Microbiologist, O/O CDM & PHO Ganjam

 Mr Amir Kumar Dash, MPHS-M, O/O CDM & PHO Ganjam

Mr. Niranjan Patra, Pharmacist  CHC  Adapada

Smt. Sasmita Nayak, Staff Nurse, CHC Aska

Mr Rabindra Pradhan, MPHW-M  CHC  Kukudakhandi

Smt. Ahalya Das, HW – Female, SC, Digapada,  CHC Kodala

Mr. Kabiraj Pradhan, Lab. Technician, City Hospital, Berhampur

 Mr. Deepak Kumar Mahapatra, VBDTS  CHC  Patrapur

Smt. Jhunu Sahu, ASHA,   S. Baragam,  Polasara

Smt. Jyotirmayee Behera, Asha, Surala,  Chikiti

Sri R.Chitrasen, Emergency Medical Technician-EMT-108 Ambulance

                                                                                      Chamakhandi

DISTRICT EDUCATION OFFICE: GANJAM,  BERHAMPUR

Sri Khalli Jani, HM(L-III), Padmapur NUPS  Rangeilunda Block

Sri Suresh Chandra Behera, Asst. Teacher Nauli UPS Chatrapur

                                                                                Chatrapur Block

Smt. Sasmitarani Mishra, Asst. Teacher Nodal High School, Kukudakhandi

                                                                                       Kukudakhandi Block

Sri Anantaram Das, Asst. Teacher, Kurula P S, Sheragada Block

REGIONAL TRANSPORT OFFICE ; GANJAM, CHATRAPUR

 Sri Santanu Kumar Parida, OTES, MVI, Ganjam

 Sri Suvendu Ranjan Ray MVI Bhanjanagar  OTES

Sri Aurobinda Nayak OTS, Asst. RTO, Ganjam

DISTRICT SOCIAL WELFARE OFFICE ; GANJAM

Smt. Rama Sahu , AWW     Khandara-1  Hinjilicut ICDS

.Smt. Arnapurna Choudhuri,  AWW   Balarampur, Patrapur  ICDS

 Smt. Rashmita Pradhan,   AWC   N Kadapada    Buguda ICDS

N.A.C  CHATRAPUR

Sri Gourahari Panda,  Sanitary Inspector

 Sri Rabindra Kumar Nayak,   Sanitary Staff

POLICE PERSONELS

Smt. Nakhetramala Sahu – Constable No.852, Chamakhandi P.S.

Smt. Swapna Behera – Constable No.754, Aska Police Station ଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଥିଲା   । ପରେପରେ ଅତିଥିୁଙ୍କ ଦ୍ବାରା ଚାରା ରୋପଣ କରାଯାଇଥିଲା  । OSAP 8th Battalion Chatrapur, Armed Police Reserve ଏବଂ 8th Battalion ଓ Ganjam Police ର ମିଳିତ Police Band Party ଅଂଶ ଗ୍ରହଣ କରିଥିଲେ  । ,