ସଙ୍ଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ (!).

tutu_family

ଜୟକୃଷ୍ଣ ମାଝୀ ,ବ୍ୟୁରୋ, ଓଡିଶାବାର୍ତ୍ତା

କୋଦଳା,( ଗଞ୍ଜାମ ):ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଧିନରେ ଥିବା କାଳିମେଘି ପଞ୍ଚାୟତର ନିତ୍ୟାନନ୍ଦପୁର କଲୋନୀ ଗ୍ରାମର ଟୁଟୁ ନାୟକଙ୍କୁ ଆଜି ଦିନ ୧୦ ଘଣ୍ଟ ସମୟରେ ୧୦ ଜଣ ଯୁବକ ମିଶି ସଙ୍ଘବଦ୍ଧ ଭାବେ ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛିମୃତକଙ୍କ ପରିବାର ସଦସ୍ୟଙ୍କ କହିବା ଅନୁସାରେ ସୋମବାର ରାତ୍ର ଘଣ୍ଟ ସମୟରେ ଟୁଟୁ ନାୟକଙ୍କ ଘରକୁ ସାନଉସ୍ତାପଡା ପଞ୍ଚାୟତର ଲଛିପୁର ଗ୍ରାମର ରୁ ୧୦ ଜଣ ଯୁବକ ଘର ଭିତରକୁ ପସି ଆମ ଜିନିଷ କେଉଁଠି ରଖିଛୁ କହ ବୋଲି କହିବା ସହିତ ଟୁଟୁ ନାୟକ ତା ସ୍ତ୍ରୀ ରାଜଶ୍ରୀ ନାୟକଙ୍କୁ ମାଡ ମାରି ଆସିଥିଲେ ମଙ୍ଗଳବାର ଦିନ ଟୁଟୁ ଙ୍କ ଦେହ ଅସୁସ୍ଥ ହେତୁ ତାର ସ୍ତ୍ରୀ ସମେତ ଭଉଣୀ ପିଉସି ମିଶି କୋଦଳା ମେଡିକାଲକୁ ଚିକିତ୍ସା ନିମନ୍ତେ ଯାଇଥିବା ସମୟରେ ଟୁଟୁ କୁ କିଛି ଲୋକ ଜୋର ଜବରଦସ୍ତ ଉଠେଇ ନେଇଯାଇଥିଲେ କିଛି ସମୟ ପରେ ତାର ସ୍ତ୍ରୀ ତାର ସ୍ବାମୀ ମୋବାଇଲ କୁ ଫୋନ କରିଛି ସେହି ଫୋନକୁ ଉଠାଇ କେହି ଜଣେ କହିଲା ତୋ ସ୍ବାମୀ ଏଠି ମରିକି ପଡଛି ଆସି ନେଇଯାଏହି କଥା ସୁଣି ପରିବାର ଲୋକେ ବ୍ୟସ୍ତତା ହୋଇ ଖୋଜି ଖୋଜି ଘରେ ପହଞ୍ଚିବା ପରେ ସ୍ବାମୀ ମୃତ ଦେହ ପଡିଥିବାର ଦେଖିଥିଲେ  କୋଦଳା ଥାନାକୁ ଜଣାଇ ଥିଲେ ଖବର ପାଇ କୋଦଳା ଥାନା ପୋଲିସ ସେଠାରେ ପହଞ୍ଚି ଟୁଟୁ ନାୟକକୁ ନିଜ ଗାଡି କୋଦଳା ମେଡିକାଲକୁ ଆଣିଥିଲେ କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ ଲଛିପୁର ଗ୍ରାମର ରୁ ୧୦ ଜଣ ମିଶି ଟୁଟୁ କୁ ହତ୍ୟାକରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି  କୋଦଳା ଥାନା ଅଧିକାରୀ  ଦେବାଶିଷ ମହାନ୍ତି ଘଟାଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ବୋଲି ସୁଚନା ଦେଇଛନ୍ତି