ଲଭ ସେକ୍ସ ଧୋକା, ଫାଣ୍ଡି ଅଧିକାରୀ ଙ୍କ ବିରୋଧ ରେ ପ୍ରେମ ପ୍ରତାରଣା ର ଅଭିଯୋଗ ଆଣିଲେ ଯୁବତୀ

pidika

Pabitra Rout,Odishabarta

ଖଲ୍ଲିକୋଟ/ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଫାଣ୍ଡି ଅଧିକାରୀ ଟୁନା ପିଡ଼ିକା ଙ୍କ ବିରୋଧ ରେ ପ୍ରେମ ପ୍ରତାରଣା ଅଭିଯୋଗ ଆଣି ଆଜି ଯୁବତୀ ଜଣକ ଗଞ୍ଜାମ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପ୍ରାପ୍ତ ବିବରଣୀ ରୁ ପ୍ରକାଶ ଯେ,ଗତ ୨୦୧୭ ମସିହାରେ ଭେଜିପୁଟ ଫାଣ୍ଡି ଅଧିକାରୀ ଟୁନା ପିଡ଼ିକା ଭୁବନେଶ୍ୱର ଠାରେ ଥିବା ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ରେ ପ୍ରବେଶନାରୀ ଅଫିସର ରୁପେ ତାଲିମ ନେଉଥିବା ବେଳେ ସେଠିକାର ଜନୈକା ଯୁବତୀ ଙ୍କ ସଂସ୍ପର୍ଶରେ ଆସିଥିଲେ ଉକ୍ତ ଯୁବତୀ ଜଣକ ଭୁବନେଶ୍ୱର ହୋଇଥିବା ବେଳେ ଉଚ୍ଚ ଜାତିର ଝିଅ ଉଚ୍ଚ ଶିକ୍ଷିତା ହୋଇ ସେଠାରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ ରତ ଅଛନ୍ତି

ଯୁବତୀ ଙ୍କ ସୂଚନା ମୁତାବକ ୨୦୧୭ ରୁ ତାଙ୍କର ଟୁନା ପିଡ଼ିକା ଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ସମୟରେ ସେମାନେ ଏକତ୍ର ପୁରୀ, କୋଣାର୍କ, ନନ୍ଦନକାନନ ତଥା ଅନ୍ୟ ସ୍ଥାନ ବୁଲି ଯାଇଥିବା ବେଳେ ବହୁ ଥର ଏକାଠି ସିନେମା ଦେଖିଛନ୍ତି ମଲ ବୁଲିଛନ୍ତି ଯୁବତୀ ଙ୍କ ସୂଚନା ମୁତାବକ ୨୦୧୮ ମସିହାରେ ନିଜ ଘରେ ଟୁନା ପିଡ଼ିକା ତାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଏକାଧିକ ଥର ଶାରିରୀକ ସମ୍ପର୍କ ରଖିଥିବା ବେଳେ ପରବର୍ତ୍ତୀ ସମୟରେ ୨୦୧୯ ଏପ୍ରିଲ ମାସ ପର୍ଯ୍ୟନ୍ତ ଏହି ଭଳି ସମ୍ପର୍କ ରଖି ଆସିଛନ୍ତି ଯୁବତୀ ଜଣକ ତାଙ୍କୁ ବାରମ୍ବାର ବିବାହ କରିବା ପାଇଁ ପ୍ରସ୍ତାବ ଦେବା ବେଳେ ଫାଣ୍ଡି ଅଧିକାରୀ ନିଜ ଭଉଣୀ ବିବାହ ହେବା ପରେ ତାଙ୍କୁ ବିବାହ କରିବା ଆଳ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ

ଫାଣ୍ଡି ଅଧିକାରୀ ଙ୍କ ଘର ରାୟଗଡା ଜିଲ୍ଲା ରେ ହୋଇଥିବା ବେଳେ ତାଙ୍କର ପିତା ମାତା ଅନ୍ୟ ସମ୍ପର୍କୀୟ ଯୁବତୀ ଜଣଙ୍କ ଘରକୁ ଆସି ଟୁନା ପିଡ଼ିକା ଉକ୍ତ ଯୁବତୀ ଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଉଭୟ ଙ୍କ ପ୍ରେମ ସମ୍ପର୍କ ବିଷୟରେ ଉଭୟ ଙ୍କ ପରିବାର ଭଲଭାବରେ ଅବଗତ ଥିବା ଯୋଗୁଁ ଏବଂ ଟୁନା ତାଙ୍କର ପରିବାର ଲୋକ ଯୁବତୀ ଜଣଙ୍କୁ ନିଶ୍ଚିତ ବିବାହ ପ୍ରତିଶ୍ରୁତି ଦେବା ଫଳରେ ଉଭୟେ ବହୁ ବାଟ ଆଗେଇ ଯାଇଥିଲେ ଇତି ମଧ୍ୟରେ ଫାଣ୍ଡି ଅଧିକାରୀ ବାବୁ ଯୁବତୀ ଙ୍କୁ ଧୋକା ଦେଇ ଲକ୍ଷ ଟଙ୍କା ଯୌତୁକ ଲୋଭରେ ସୁନାବେଢ଼ା ଜନୈକା ଯୁବତୀ ଙ୍କୁ ବିବାହ କରିବା କୁ ଠିକ କରିଛନ୍ତି ଏବଂ ସେମାନଙ୍କ ନିର୍ବନ୍ଧ ଖଲ୍ଲିକୋଟ ବ୍ଲକ ପଥରା ଠାରେ ଥିବା ସ୍ବସ୍ତି ଚିଲିକା ରିସର୍ଟ ରେ ସମ୍ପର୍ଣ୍ଣ ହୋଇଥିବା ସେ ପ୍ରକାଶ କରିଛନ୍ତି ସମ୍ପର୍କରେ ଖବର ପାଇ ଯୁବତୀ ଜଣକ ବାରମ୍ବାର ଫୋନ କରିଥିଲେ ମଧ୍ୟ ଫାଣ୍ଡି ଅଧିକାରୀବିଭିନ୍ନ ଆଳ ଦେଖାଇ ତାଙ୍କ ଫୋନ ପ୍ରତ୍ୟୁତ୍ତର ନଦେବାରୁ ସେ ଭେଜିପୁଟ ଫାଣ୍ଡି କୁ ଆସିଥିଲେ ସେଠାରେ ଉଭୟ ଙ୍କ ମଧ୍ୟରେ ଉଚବାଚ ପରେ ଯୁବତୀ ଙ୍କ ସୂଚନା ମୁତାବକ ତାଙ୍କର ଏକ ମୋବାଇଲ ଫୋନ ରେ ମହଜୁଦ ଥିବା ଉଭୟଙ୍କ ବିଭିନ୍ନ ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ବାର୍ତାଲାପ ଥିବା ମୋବାଇଲ କୁ ଟୁନା ପିଡ଼ିକା ଭାଙ୍ଗି ନଷ୍ଟ କରିଦେବା ସହ ମୋବାଇଲ କୁ ଗାଏବ କରିଦେଇଥିବା ସେ ଅଭିଯୋଗ କରିଛନ୍ତି

ପରବର୍ତ୍ତୀ ସମୟରେ ସମ୍ପର୍କରେ ଯୁବତୀ ଜଣକ ଖଲ୍ଲିକୋଟ ଥାନାରେ ସମ୍ପୁର୍ଣ୍ଣ ଘଟଣା ସମ୍ପର୍କରେ ଏତାଲା ଦାଖଲ କରିବା ପରେ ଥାନା କର୍ତ୍ତୃପକ୍ଷ କେତେକ ଉପରିସ୍ଥ କର୍ମଚାରୀ ଙ୍କ ପରାମର୍ଶ ରେ ତାଙ୍କୁ ପ୍ରଥମେ ବ୍ରହ୍ମପୁର ନେଇ ବିଭିନ୍ନ ପ୍ରଲୋଭନ ଦେଖାଇଥିଲେ ଫାଣ୍ଡି ଅଧିକାରୀ ମଧ୍ୟ ଚତୁରତାର ସହ ମାମଲା ଆଗକୁ ବଢାଇବାକୁ କହି ଏତାଲା ପ୍ରତ୍ୟାହାର କରିଲେ ତାଙ୍କୁ ବିବାହ କରିବେ ବୋଲି କହିଥିଲେ ଏଥିରେ ସରଳ ଯୁବତୀ ଜଣକ ଭଳି ଯାଇ ମାଜିଷ୍ଟ୍ରେଟ ଙ୍କ କୋର୍ଟରେ ସିଆର ପିସି ୧୬୪ ଧାରା ରେ ମାମଲା ଆଗକୁ ବଢ଼ାଇବା ପାଇଁ ବୟାନ ଦରଜ କରିଥିବା ପ୍ରକାଶ କରିଥିଲେ ଉକ୍ତ କାର୍ଯ୍ୟ ସମାପନ ପରେ ଫାଣ୍ଡି ଅଧିକାରୀ ଠକି ଦେବାର ମନସ୍ଥ କରି ତାଙ୍କୁ ତାଙ୍କ ପରିବାର ଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି ଏଥିସହ ବିବାହ କରିବା ପାଇଁ ସମ୍ପୁର୍ଣ୍ଣ ଅସ୍ବୀକାର କରିବା ପରେ ଯୁବତୀ ଜଣକ ଅନ୍ୟ ଉପାୟ ପାଇ ଭୟଭୀତ ହୋଇ ଆଜି ସମ୍ପର୍କରେ ଖଲ୍ଲିକୋଟ ଥାନାକୁ ଆସିଥିବା ବେଳେ ଥାନା ଅଧିକାରୀ ଙ୍କ ଦେଖା ମିଳିନଥିଲା ଫାଣ୍ଡି ଅଧିକାରୀ ଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା

ଯୁବତୀ ଜଣକ ନିଜ ଆତ୍ମୀୟ ସହ ଗଞ୍ଜାମ ଏସ୍ପି ବ୍ରିଜେଶ ରାୟ ଙ୍କୁ ଭେଟି ସମସ୍ତ କଥା ଜଣାଇବା ପରେ ଏସ୍ପି ତାଙ୍କ ବୟାନ ରେକର୍ଡ କରିବା ସହ ଉପଯୁକ୍ତ ନ୍ୟାୟ ପାଇବା ପ୍ରତିଶ୍ରୁତି ଦେଇଥିଲେ ଯୁବତୀ ଙ୍କ ସୂତ୍ରରୁ ପ୍ରକାଶ ଯେ, ଏସ୍ପି ସମ୍ପର୍କରେ ଉପଯୁକ୍ତ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅତିରିକ୍ତ ଏସ୍ପି ଠାକୁର ପ୍ରସାଦ ପାତ୍ର ଙ୍କୁ ଦାୟିତ୍ୱ ଦେଇଛନ୍ତି ସମଗ୍ର ଘଟଣା ଖଲ୍ଲିକୋଟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି