ବେଗୁନିଆପଡା ଠାରେ ‘108’ ଆମ୍ବୁଲାନ୍ସ ର ଶୁଭ ଉଦଘାଟନ
Jayakrushna Majhi,Odishabarta
ଗଂଜାମ,(ବେଗୁନିଆପଡା):ଗଂଜାମ ଜିଲ୍ଲା ବେଗୁନିଆପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରବିବାର ଦିନ ନୂତନ ‘108’ ଆମ୍ବୁଲାନ୍ସର କବିସୂର୍ଯ୍ୟ ନଗର ବିଧାୟିକା ଶ୍ରୀମତି ଲତିକା ପ୍ରଧାନ ଶୁଭ ଉଦଘାଟନ କରିଛନ୍ତି। ବେଗୁନିଆପଡା ଫାଣ୍ଡି ଅଧୀନରେ 16 ଟି ପଂଚାୟତର ରହିଥିବା ବେଳେ 108 ଆମ୍ବୁଲାନ୍ସର ସୁବିଧା ନ ଥିଲା । ଅସୁବିଧା ହେଲେ କୋଦଳା ଓ ଖଲ୍ଲିକୋଟ ଉପରେ ନିର୍ଭର କରୁଥିଲେ। ଆଜି ଏଠାରେ ଆମ୍ବୁଲାନ୍ସ ସୁବିଧା ହେବା ଫଳରେ ଏ ଅଞ୍ଚଳର ବହୁତ ଦିନର ଅଭିଳାଷ ପୂର୍ଣ୍ଣ ହେବା ସହ ସୁବିଧା ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଏହି ଉଦଘାଟନୀ ଉଛବରେ ବିଡ଼ିଓ ବେଦବର ପ୍ରଧାନ, ଧର୍ମଶାଳା ଏନ ଏ ସି ଅଧ୍ୟକ୍ଷ। ହୀରା ବାଗ,ବିଜେଡି ବ୍ଲକ ସଭାପତି ବିଜୟ କୁମାର ଦୋରା,ଡାକ୍ତର ସଂଜୟ ସାହୁ ଓ ଆଦିତ୍ୟ ପ୍ରସାଦ ସାହୁ , ଜିଲା ପରିଷଦ ସଭ୍ୟ ପ୍ରତିନିଧି ତ୍ରିନାଥ ଭୂୟାଁ,ସରପଞ୍ଚ ଅରୁଣ କୁମାର ମାଝୀ ଙ୍କ ସମେତ ଅନେକ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ।
