ବଂଚିବା ପାଇଁ ସଂଗ୍ରାମ ଜାରି। କିନ୍ତୁ ବଂଚିବା କୁ ଇଚ୍ଛା ନାହିଁ ….।

save_cow

II ODISHABARTA II

ଗୋସେବା ହଁ ମାନବିକତାର ମହତ ସେବା

ମହାମାରୀ କରୋନା ଭାରତରେ ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି ଏହାକୁ ରୋକିବା ପାଇଁ କେନ୍ଦ୍ର ରାଜ୍ଯ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଇ ସମଗ୍ର ରାଜ୍ୟରେ ଲକଡାଉନ୍ ଘୋଷଣା କରିଛନ୍ତି ହେଲେ ଲକଡାଉନ୍ ଦର୍ଶାଇ ଗାଈ ମାଲିକମାନେ ନିଜକୁ ଖାଇବାକୁ ମିଳୁନଥିବା କହି ଗାଈମାନଙ୍କୁ ରାସ୍ତାରେ ଛଡ଼ି ଦେଉଥଵା ଭଳି ଦୃଶ୍ୟ ଦେଖିବାକୁ ମେଳିଥିଲା ଗୋମାତା ଭାବନାରେ ପୂଜା କରିବା ଆମ ହିନ୍ଦୁ ସନାତନ ସଂସ୍କୃତିରେ ବେଶ୍ ଉଚ୍ଚ ସ୍ଥାନରେ ବିଚାର କରାଯାଏ

କିନ୍ତୁ ବହୁତ ଦୁଃଖ ଲାଗେ ଯେତେବେଳେ ଗାଈଟିକୁ ଏହି ସଭ୍ୟ ଶିକ୍ଷିତ ମଣିଷ ସମାଜ ରାସ୍ତାରେ ଅବହେଳିତ ଅବସ୍ଥା ଅତି ନିର୍ଦ୍ଦୟ ଅସହାୟ ଭାବରେ ଗାଈଟିକୁ ଘଉଡ଼ାଇ ଦିଏ ଗୋଷାଣୀନୁଆଗାଁ, ତୁତା ସାହି, ଚଣ୍ଡୀ ମନ୍ଦିର ନିକଟରେ ଗୋଟେ ଗାଈ ଗତକାଲି ଠାରୁ ମୃତ୍ୟୁ ସହ ସଂଗ୍ରାମ କରୁଥିବାର ଦେଖି ସ୍ଥାନୀୟ ଲୋକେ ଟିମ୍ କ୍ଲିନ୍ ସିଟିର ସଦସ୍ୟ ତଥା ସାମ୍ବାଦିକ ଦୀନେଶଙ୍କ ଖବର ଦେଇଥିଲେ ଏହାକୁ ଅତି ଗମ୍ବିରତା ସହ ନେଇ  ଗୋରୁଗାଈ ସେବାରେ ନୀୟଜିତ ଥିବା ସ୍ବେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀଙ୍କୁ ଖବର ଦେଇଥିଲେ ଏହାକୁ ଅତି ଗୁରୁତର ଭାବେ ନେଇ ସଂଗେ ସଂଗେ ଘଟଣା ସ୍ଥଳରେ ପହଞ୍ଚି ପଶୁ ଚିକିତ୍ସାଳୟର ଡକ୍ଟର  ସୌମୀକ୍ ସ୍ୱାଇଁଙ୍କ ସହ ଯୋଗାଯୋଗ କରି  ଘଟଣା ସ୍ଥଳକୁ ଆମ୍ବୁଲାନ୍ସ ସହିତ ପଶୁ ଚିକିତ୍ସାଳୟର କର୍ମଚାରୀ ପହଞ୍ଚି ଗାଈଟିର ଚିକିତ୍ସା କରିଥିଲେ ଚିକିତ୍ସାରୁ ଜଣାପଡିଥିଲା ଯେ, ଉକ୍ତ ଗାଈଟି ବହୁ ଦିନ ହେଲା କିଛି ଖାଦ୍ୟ ନଖାଇ ଆକ୍ରାନ୍ତ ହୋଇଛି ଗାଈଟିର ସ୍ଵାସ୍ଥ୍ୟ ଅବସ୍ଥା ଅତି ସକଟପୂର୍ଣ୍ଣ ହୋଇଥିବାରୁ ତାର ଉତ୍ତମ ଚିକିତ୍ସା ନିମନ୍ତେ ପଶୁ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ଗାଈଟିର ମୃତ୍ୟୁ ହୋଇଥିଲା ସବୁ ବୁଥାରେ ହୋଇଥିଲା ପରେ ନିଗମ ପକ୍ଷରୁ ମୂର୍ତ ଗାଈଟିର ଉଦ୍ଧାର କରାଯାଇଥିଲା ଲକଡାଉନକୁ ନେଇ ସରକାର ଘୋଷଣା କରିଛନ୍ତି ୫୪ ଲକ୍ଷ ଟଙ୍କା ଅସହାୟ ନିରୁପାୟ ଗରିବ ଖଟିଖିଆ ଏବଂ ପଶୁ ପକ୍ଷୀଙ୍କ ପାଇଁ ହେଲେ ଗରିବ ଖଟିଖିଆ ଅସହାୟ ଲୋକଙ୍କ ଖାଦ୍ୟ ମେଳୁଥିବା ବେଳେ ପଶୁ ପକ୍ଷୀ ଙ୍କୁ ଖାଦ୍ୟ ମେଳୁନଥିବା ଅଭିଯୋଗ ହେଉଛି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି