ନୂଆଗଡ ଠାରେ ନାଗ ସାପ କାମୁଡ଼ାରେ ନାବାଳିକାଙ୍କ ମୃତ୍ୟୁ l
Pabitra Rout,Odishabarta
ଗଞ୍ଜାମ,(ବେଗୁନିଆପଡ଼ା):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ଅଙ୍ଗାର ଗାଁ ପଞ୍ଚାୟତର ନୂଆଗଡ଼ ଗ୍ରାମରେ ଏକ ନାଗ ସାପ ଦଂଶନରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି l ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ମାଧବ ସ୍ଵାଇଁଙ୍କ ଝିଅ ପୁଷ୍ପାଞ୍ଜଳି ସ୍ଵାଇଁ (15) ସକାଳୁ ବିଲକୁ ବାପାଙ୍କ ପାଇଁ ଭାତ ଖାଇବା ସକାଶେ ନେବା ସମୟରେ ହଠାତ୍ ଏକ ନାଗ ସାପ ଆସି ଦଂଶନ କରିବା ପରେ ତାଙ୍କୁ ପ୍ରଥମେ ସୁମଣ୍ଡଳ ଓ ପରେ ବ୍ରହ୍ମପୁର ମେଡିକାଲକୁ ନେବା ପରେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ସେଠାରେ ପୁଲିସ ଶବକୁ ଜବତ କରି ବ୍ଯବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l ମାଧବ ଜଣେ ଗରିବ ଲୋକ ହେତୁ ତାଙ୍କୁ ସରକାରୀ ସହାୟତା ପାଇଁ ଦାବୀ କରାଯାଇଛି l ସେପଟେ ସରକାରୀ ଗାଡି ମିଳୁନଥିବା ବେଳେ 5000 ଟଙ୍କା ଦେଇ ଝିଅର ଶବକୁ ଭଡା ଗାଡିରେ ଆଣିବା ପାଇଁ ଗରିବ ବାପା ବାଧ୍ୟ ହୋଇଛନ୍ତି l ଗରିବଙ୍କୁ ଶୋଷଣ କରିବା ଯୋଗୁଁ ସରକାର ଶବ ବୋହିବା ପାଇଁ ବିଧିବଦ୍ଧ ବ୍ୟବସ୍ଥା କରିବା ପାଇଁ ଦାବୀ କରାଯାଇଛି l
