କରୋନା ହାରିବ, ଗଞ୍ଜାମ ଜିତିବ – ଜିଲ୍ଲାପାଳ

press_meet

Odishabarta  

ବ୍ରହ୍ମପୁର :କରୋନା ନିୟନ୍ତ୍ରଣ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଛି  । ଆଜି ବ୍ରହ୍ମପୁର ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବିଭିନ୍ନ ତଥ୍ୟ ପ୍ରଦାନ କରିଛନ୍ତି  ।ଗ୍ରାମାଞ୍ଚଳ ଓ ସହରାଞ୍ଚଳର ପ୍ରତିଟି ଘରଘର ବୁଲି  ମେଡିକାଲ ଟିମ୍ ସହାୟତାରେ ପରିବାରର ସମସ୍ତ ସଦସ୍ୟମାନଙ୍କର ସ୍ବାସ୍ଥ୍ୟାବସ୍ଥା ଯାଂଚ୍ କରାଯାଉଛି  । ଘରକୁ ଘର ବୁଲି ଯାଂଚ୍ ପ୍ରକ୍ରିୟାରେ ରୋଗୀଙ୍କୁ ଚିହ୍ନଟ କରିପାରିଲୁ ଏବଂ ତାଙ୍କ ଜୀବନ ସୁରକ୍ଷିତ କରିପାରିଛୁ  । ଏଥି ସକାଶେ ଆକ୍ସିମିଟର ଓ ଥର୍ମୋମିଟର ଯୋଗେ ୨୦୦ ଟି ଟିମ୍ ଗଠନ କରାଯାଇଛି  । ଏଣୁକରି ଗତ ସପ୍ତାହ ଠାରୁ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି  ।

ସ୍ଥାନୀୟ ଲୋକଙ୍କ ସହଯୋଗ ଯୋଗୁଁ ସ୍କ୍ରିନିଂ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ ହୋଇପାରୁଛି ଏଣୁ ଅଧିକ ସଂଖ୍ୟକ  ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେଉଛନ୍ତି  ।ଜନ ସାଧାରଣଙ୍କୁ ଅନୁରୋଧ ସେମାନଙ୍କ ଠାରେ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ତାହା ନ ଲୁଚାଇ ପ୍ରକାଶ କରନ୍ତୁ ଓ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶ ନିଅନ୍ତୁ  । ପ୍ରତି ଗାଁରେ ଓ ସହରାଞ୍ଚଳରେ କୋଭିଡ୍ କେୟାର୍ ସେଣ୍ଟରମାନ ଖୋଲାଯାଇଛି ଯେଉଁମାନଙ୍କ ଠାରେ କିଛି ଲକ୍ଷଣ ଅନୁଭୂତ ହେଉଛି ସେମାନେ ହେଲ୍ପ ଲାଇନ୍ ନମ୍ବର, ଅଙ୍ଗନଓ୍ବାଡି କିମ୍ବା ଆଶା ଦିଦିଙ୍କୁ ତୁରନ୍ତ ଜଣାନ୍ତୁ  । ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଯାଂଚ୍ କରାଯାଇ ରେଡ୍ ଜୋନ୍ ଏବଂ ଗ୍ରୀନ୍ ଜୋନ୍ ରେ ବିଭକ୍ତ କରାଯାଇଛି, ରେଡ୍ ଜୋନ୍ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି  । ରେଡ୍ ଜୋନ୍ କୁ ଗ୍ରୀନ୍ ଜୋନ୍ ରେ ପରଣତ କରିବା ସକାଶେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି   । ଜିଲ୍ଲାର ଚାରି ଲକ୍ଷରୁ ଅଧିକ ପ୍ରବାସୀ ୨୦୦ ଟ୍ରେନ୍, ବସ୍ ଓ ଅନ୍ୟାନ୍ୟ ପରିବହନ ମାଧ୍ୟମରେ  ଜିଲ୍ଲାକୁ ଫେରିଛନ୍ତି ଓ ସମସ୍ତଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିଲା  ।

ପ୍ରବାସୀ ମାନଙ୍କର ଦାୟୀତ୍ବରେ ଆଇ.ଏ.ଏସ୍, ଓ.ଏ.ଏସ୍, ଓ.ଆର୍.ଏସ୍ ଓ ସ୍ବାସ୍ଥ୍ୟ ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ  ।

ସ୍ଥାନୀୟ ସରପଞ୍ଚ, ବିଡିଓ ମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ଯୋଗୁଁ ଜିଲ୍ଲାର ଶତକଡା ୮୩ ପ୍ରତିଶତ ଗ୍ରାମାଞ୍ଚଳ କରୋନା ମୁକ୍ତ ଅଛି  ।

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ପ୍ଲାଜମା ଥେରାପି ଆରମ୍ଭ କରାଯାଇଛି  ।ଶୀତଳାପଲ୍ଲୀ ସ୍ଥିତ ଟାଟା କୋଭିଡ୍ ହସ୍ପିଟାଲ ଓ ଏମ୍.କେ.ସି.ଜି ମେଡିକାଲରେ କରୋନା ଚିକିତ୍ସା ନିମନ୍ତେ ସମସ୍ତ ବ୍ୟବସ୍ଥା ରହିଛି  । କରୋନାରୁ ସୁସ୍ଥ ହୋଇ ଫେରିଥିବା ସମସ୍ତଙ୍କୁ ପ୍ଲାଜମା ଦାନ କରିବାପାଇଁ ଜିଲ୍ଲାପାଳ ଅନୁରୋଧ କରିଥିଲେ  । କୋଭିଡ୍ ଯୋଦ୍ଧାଙ୍କୁ ସହଯୋଗ କରିବାପାଇଁ ଜିଲ୍ଲାପାଳ ଆହ୍ବାନ ଦେଇଥିଲେ  ।

ଆସନ୍ତା ସପ୍ତାହ ପରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ସମ୍ଭାବନା ରହିଛି  ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୨୪୨୪୨ କର୍କଟ ଓ ମଧୁମେହ ରୋଗୀ ଚିହ୍ନଟ କରାଯାଇଛି  ।୭୫ ଜଣ ମଧୁମେହ ରୋଗୀ ଓ ୧୨୩ ଜଣ ରକ୍ତଚାପ ଜନୀତ ବ୍ୟକ୍ତି ସୁସ୍ଥ ହୋଇ ଫେରିଛନ୍ତି  । ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର(ଟି.ଏମ୍.ସି) .ଯୋଗୁଁ ଅନେକ ସଫଳତା ମିଳିଛି  । କୋଭିଡ୍ କେୟାର ସେଣ୍ଟରରେ ୪୦୦୦ ଶଯ୍ୟାରେ ଅକ୍ସିଜେନ୍ ରହିତ ଚିକିତ୍ସା ହୋଇପାରିଛି  ।ଆମ୍ବୁଲାନ୍ସ ରେ ଅକ୍ସିଜେନ୍ ବ୍ୟବସ୍ଥା କରାଯାଇ କରୋନା ଚିହ୍ନଟ ବ୍ୟକ୍ତିଙ୍କୁ ସ୍ଥାନାନ୍ତରିତ ସୁବିଧା ପ୍ରଦାନ କରାଯାଉଛି  । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ କରୋନା ଚିକିତ୍ସା ନିମନ୍ତେ ୧୫୦ଟି ଶଯ୍ୟା ଓ  ଆଇ୍.ସି.ୟୁ. ବ୍ୟବସ୍ଥା କରାଯିବ  ।ଅଶ୍ବନୀ ହସ୍ପିଟାଲ ପରିଚାଳନାରେ ୧୫୦ ଟି ଶଯ୍ୟା ଓ ୨୪ ଟି   ଆଇ୍.ସି.ୟୁ. ବ୍ୟବସ୍ଥା କରାଯିବ  ।ରାଜ୍ୟ ସରକାରଙ୍କ ଦ୍ବାରା ଅଧିକାରୀ ଏହି ଜିଲ୍ଲାରେ ନିଯୁକ୍ତହେବା ଫଳରେ କରୋନା ପରିଚାଳନା ଦିଗରେ ଅନେକ ସୁବିଧା ହେଲା  ।ଜିଲ୍ଲାରେ କରୋନା ଚିକିତ୍ସା ନିମନ୍ତେ ଶଯ୍ୟା ଓ ଔଷଧର ସମସ୍ୟା ନାହିଁ  ।ପ୍ଲାଜମା ଥେରାପି ଆରମ୍ଭ କରାଯାଇଛି  । ପଞ୍ଚାୟତ ସ୍ତର ଠାରୁ ଜିଲ୍ଲା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ର ସୁପରିଚାଳନା କରାଯାଉଛି  ।

ସୋରଡା ବ୍ଲକ୍, ସରାବାଡି, ଚାକୁଣ୍ଡା ଗ୍ରାମର ୯୫ ବର୍ଷୀୟ ବୃଦ୍ଧ ଶ୍ରୀ ଉଦୟନାଥ ବିଷୋୟୀ କରୋନାରେ ସଂକ୍ରମିତ ହୋଇ ଟାଟା କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସିତ ହୋଇ ଚଳିତ ମାସ ୧୮ ତାରିଖ ଦିନ ସୁସ୍ଥ ହୋଇ ଫେରିଛନ୍ତି  । ଏହା ଆମ ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ  ।

ଜିଲ୍ଲାରେ ଥିବା ବ୍ୟବସାୟୀ ସଂଘ ଓ ବିଲ୍ଡର୍ ସଂସ୍ଥା ମାନଙ୍କ ଦ୍ବାରା କମ୍ୟୁନିଟି କେୟାର୍ ହୋମ୍ ପରିଚାଳିତ ହେଉଛି  । ସରକାରଙ୍କ ଦ୍ବାରା ଓ ଜିଲ୍ଲା ପ୍ରଶାସନ ଦ୍ବାରା କୋଭିଡ୍ ପରିଚାଳନା ନିମନ୍ତେ ନିଆଯାଉଥିବା ପଦକ୍ଷେପ ଓ ପ୍ରଚଳନ କରାଯାଇଥିବା ନୀତି ନିୟମକୁ ପାଳନ କରନ୍ତୁ ବୋଲି   ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଥିଲେ ।

I&PR